ଝାଡୁ ଧରି ବଡ଼ଦାଣ୍ଡ ସଫା କଲେ ଭାଜପା ଏମ୍ପି: କହିଲେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ…
ପୁରୀ,୬।୭: ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ତିନି ରଥ ପ୍ରସ୍ତୁତ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଶନିବାର ବଡଦାଣ୍ଡରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ସାମିଲ ହୋଇଛନ୍ତି। ପୁରୀ ଏମ୍ପି ସମ୍ବିତ ପାତ୍ର ମଧ୍ୟ ଭାଜପାର ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି। ସଫେଇ କରିବା ପରେ ସମ୍ବିତ କହିଛନ୍ତି, ଯେଉଁଠି ସ୍ବଚ୍ଚତା ଅଛି, ସେଇଠି ଭଗବାନଙ୍କ ନିବାସ। ସ୍ବାଭାବିକ ଭାବରେ ମହାତ୍ମା […] The post ଝାଡୁ ଧରି ବଡ଼ଦାଣ୍ଡ ସଫା କଲେ ଭାଜପା ଏମ୍ପି: କହିଲେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ… appeared first on Dharitri Odia News.
ପୁରୀ,୬।୭: ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ତିନି ରଥ ପ୍ରସ୍ତୁତ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଶନିବାର ବଡଦାଣ୍ଡରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ସାମିଲ ହୋଇଛନ୍ତି। ପୁରୀ ଏମ୍ପି ସମ୍ବିତ ପାତ୍ର ମଧ୍ୟ ଭାଜପାର ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି। ସଫେଇ କରିବା ପରେ ସମ୍ବିତ କହିଛନ୍ତି, ଯେଉଁଠି ସ୍ବଚ୍ଚତା ଅଛି, ସେଇଠି ଭଗବାନଙ୍କ ନିବାସ। ସ୍ବାଭାବିକ ଭାବରେ ମହାତ୍ମା ଗାନ୍ଧୀଙ୍କ ଏହି ସ୍ବଚ୍ଛତାର ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ ବଢାଇଛନ୍ତି। କାଲି ରଥଯାତ୍ରା, ଆଜି ବି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ। ଆଜି ଭଳି ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ଏଭଳି ସ୍ବଚ୍ଛତା କାର୍ଯ୍ୟକ୍ରମ ଆଗକୁ ନେଇଛନ୍ତି, ଯାହା ସ୍ବାଗତ ଯୋଗ୍ୟ। ଆଗକୁ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରି ପୁରୀକୁ ସ୍ବଚ୍ଛ ରଖିବା ଆମ ଦାୟିତ୍ୱ ବୋଲି ସେ କହିଛନ୍ତି।
ସେହିପରି ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଝାଡ଼ୁ ମାରି ସଫେଇ କରିଛନ୍ତି। ରଥଯାତ୍ରା ପାଇଁ ଶରଧାବାଲିରେ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷାଧିକ ଲୋକ ଆସିବେ। ଶ୍ରଦ୍ଧାଳୁ ନିଜେ ସଚେତନ ସହ ପ୍ରଶାସନ ସହ ମିଶି ସ୍ବଚ୍ଛତା ରଖିବେ ମୂଳ ଲକ୍ଷ୍ୟ। ରଥଯାତ୍ରାରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇ ମାଉସୀ ଘର ଆସିବେ। ରଥଯାତ୍ରା ପୂର୍ବରୁ ସଫେଇ କରିବା। ପବିତ୍ରତା ଆଣିବାକୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବ୍ୟାପକ ସଚେତନ ପାଇଁ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
The post ଝାଡୁ ଧରି ବଡ଼ଦାଣ୍ଡ ସଫା କଲେ ଭାଜପା ଏମ୍ପି: କହିଲେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ… appeared first on Dharitri Odia News.