ଶିନ୍ଦେ ମାଗିଦେଲେ ବଡ଼ ବିଭାଗ, ହରଡଗଡାରେ ପଡ଼ିଲା ଭାଜପା

ମୁମ୍ବାଇ,୨।୧୨: ମହାରାଷ୍ଟ୍ରରେ ମହାୟୁତିର ନୂତନ ସରକାର ଗଠନ ପାଇଁ ଗଣନା ଆରମ୍ଭ ହୋଇଛି। ଶପଥ ଗ୍ରହଣ ସମାରୋହ ୫ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ବଡ ସୂଚନା ସାମ୍ନାକୁ ଆସିଛି। ସୂଚନାନୁସାରେ, ଏକନାଥ ଶିନ୍ଦେଙ୍କୁ ଗୃହ ମନ୍ତ୍ରଣାଳୟ ମିଳିବା ନେଇ ସନ୍ଦେହ ରହିଛି। ହେଲେ ଗୃହ ବିଭାଗ ଛାଡିବାକୁ ଭାଜପା ପ୍ରସ୍ତୁତ ନୁହେଁ। ଏକନାଥ ଶିନ୍ଦେଙ୍କ ଶିବସେନା କହିଛି ଯେ ଯେତେବେଳେ ଦେବେନ୍ଦ୍ର ଫଡନ୍‌ଭିସ ଡେପୁଟି ସିଏମ ଥିଲେ ସେତେବେଳେ ତାଙ୍କ ପାଖେ ଗୃହ […] The post ଶିନ୍ଦେ ମାଗିଦେଲେ ବଡ଼ ବିଭାଗ, ହରଡଗଡାରେ ପଡ଼ିଲା ଭାଜପା appeared first on Dharitri Odia News.

ଶିନ୍ଦେ ମାଗିଦେଲେ ବଡ଼ ବିଭାଗ, ହରଡଗଡାରେ ପଡ଼ିଲା ଭାଜପା

ମୁମ୍ବାଇ,୨।୧୨: ମହାରାଷ୍ଟ୍ରରେ ମହାୟୁତିର ନୂତନ ସରକାର ଗଠନ ପାଇଁ ଗଣନା ଆରମ୍ଭ ହୋଇଛି। ଶପଥ ଗ୍ରହଣ ସମାରୋହ ୫ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ବଡ ସୂଚନା ସାମ୍ନାକୁ ଆସିଛି। ସୂଚନାନୁସାରେ, ଏକନାଥ ଶିନ୍ଦେଙ୍କୁ ଗୃହ ମନ୍ତ୍ରଣାଳୟ ମିଳିବା ନେଇ ସନ୍ଦେହ ରହିଛି। ହେଲେ ଗୃହ ବିଭାଗ ଛାଡିବାକୁ ଭାଜପା ପ୍ରସ୍ତୁତ ନୁହେଁ।

ଏକନାଥ ଶିନ୍ଦେଙ୍କ ଶିବସେନା କହିଛି ଯେ ଯେତେବେଳେ ଦେବେନ୍ଦ୍ର ଫଡନ୍‌ଭିସ ଡେପୁଟି ସିଏମ ଥିଲେ ସେତେବେଳେ ତାଙ୍କ ପାଖେ ଗୃହ ମନ୍ତ୍ରଣାଳୟ ଥିଲା। ସେହି ଅନୁଯାୟୀ, ଯଦି ଶିନ୍ଦେ ଡେପୁଟି ସିଏମ ହୁଅନ୍ତି, ତେବେ ଗୃହ ବିଭାଗ ତାଙ୍କ ସହିତ ରହିବା ଉଚିିତ୍‌। କିନ୍ତୁ ଭାଜପା ଏଥିପାଇଁ ପ୍ରସ୍ତୁତ ନୁହେଁ ବୋଲି ସୂତ୍ରରୁ ପ୍ରକାଶ।

ବିଶ୍ୱାସ କରାଯାଉଛି ଯେ, ଶିବସେନା ସହରୀ ବିକାଶ ଏବଂ MSRDC ବିଭାଗ ପାଇପାରେ। ବିଧାନସଭା ନିର୍ବାଚନରେ ଶିବସେନା ୫୭ ଟି ଆସନ ଜିତିଛନ୍ତି। ହେଲେ ମହାରାଷ୍ଟ୍ରର ସମସ୍ତ ରେକର୍ଡ ଭାଙ୍ଗି ଭାଜପା ୧୩୨ଟି ଆସନ ଜିତିଛି। ମ୍ୟାଜିକ୍‌ ନମ୍ବରରୁ ମାତ୍ର ୧୩ କମ୍‌। ୨୮୮ ଟି ସିଟ ବିଶିଷ୍ଟ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ସଂଖ୍ୟା ହେଉଛି ୧୪୫।

The post ଶିନ୍ଦେ ମାଗିଦେଲେ ବଡ଼ ବିଭାଗ, ହରଡଗଡାରେ ପଡ଼ିଲା ଭାଜପା appeared first on Dharitri Odia News.