ଯୋଡି ଜମାଏ ଏହି ଟ୍ରେନ୍
ଚାଇନାରେ ଲିଙ୍ଗଗତ ବ୍ୟବଧାନ ଅଧିକ। ଆଉ ଏହାର କାରଣ ହେଉଛି ପୂର୍ବେ ଏଠାରେ ଲାଗୁ କରାଯାଇଥିବା ଏକକ ସନ୍ତାନ ଯୋଜନା। ଯଦିଓ ଏହି ଯୋଜନାକୁ ୨୦୧୬ରେ ଉଠାଇ ନିଆଯାଇଛି, ତେବେ ଏହି ନିୟମ ପାଇଁ ସେତେବେଳେ ଅନେକେ କନ୍ୟା ଭୂ୍ରଣକୁ ନଷ୍ଟ କରିଛନ୍ତି। ଫଳରେ ଏଠାରେ ପୁରୁଷ ସଂଖ୍ୟା ନାରୀଠାରୁ ଖୁବ୍ ବେଶି। ଏହାର ପ୍ରଭାବରେ ଏବେ ଚାଇନାରେ ପ୍ରାୟ ୨୦୦ ମିଲିୟନ ଅବିବାହିତ ବ୍ୟକ୍ତି ଅଛନ୍ତି। ଏହି ଏକାକୀ ଜୀବନକୁ ନେଇ ଅନେକେ ଦୁଃଖିତ […] The post ଯୋଡି ଜମାଏ ଏହି ଟ୍ରେନ୍ appeared first on Dharitri Odia News.
ଚାଇନାରେ ଲିଙ୍ଗଗତ ବ୍ୟବଧାନ ଅଧିକ। ଆଉ ଏହାର କାରଣ ହେଉଛି ପୂର୍ବେ ଏଠାରେ ଲାଗୁ କରାଯାଇଥିବା ଏକକ ସନ୍ତାନ ଯୋଜନା। ଯଦିଓ ଏହି ଯୋଜନାକୁ ୨୦୧୬ରେ ଉଠାଇ ନିଆଯାଇଛି, ତେବେ ଏହି ନିୟମ ପାଇଁ ସେତେବେଳେ ଅନେକେ କନ୍ୟା ଭୂ୍ରଣକୁ ନଷ୍ଟ କରିଛନ୍ତି। ଫଳରେ ଏଠାରେ ପୁରୁଷ ସଂଖ୍ୟା ନାରୀଠାରୁ ଖୁବ୍ ବେଶି। ଏହାର ପ୍ରଭାବରେ ଏବେ ଚାଇନାରେ ପ୍ରାୟ ୨୦୦ ମିଲିୟନ ଅବିବାହିତ ବ୍ୟକ୍ତି ଅଛନ୍ତି। ଏହି ଏକାକୀ ଜୀବନକୁ ନେଇ ଅନେକେ ଦୁଃଖିତ ମଧ୍ୟ। ଏବେ ଏହା ଏକ ବିରାଟ ସମସ୍ୟାର ରୂପ ନେଇଛି। କୁହାଯାଉଛି ଆଗାମୀ ୩୦ ବର୍ଷ ଭିତରେ ୩୦ ମିଲିୟନ ଚାଇନା ପୁରୁଷଙ୍କୁ ଝିଅ ମିଳିବ ନାହିଁ। ଏହାକୁ ନଜରରେ ରଖି ୨୦୧୬ରେ ଆରମ୍ଭ ହୋଇଥିଲା ୧୦ ବଗି ବିଶିଷ୍ଟ ଏକ ସ୍ବତନ୍ତ୍ର ରେଳସେବା, ଯାହାର ନାଁ ଓ୍ବାଇ୯୯୯ଲଭ୍ ପରସୁଟ୍ ଟ୍ରେନ୍। ଏଥିରେ ଯୁବତୀ ଯୁବକଙ୍କୁ ଦୁଇ ଦିନ ଓ ଗୋଟିଏ ରାତିର ଯାତ୍ରା କରିବାର ସୁବିଧା ଦିଆଯାଏ। ଏହି ଯାତ୍ରା ଚଙ୍ଗକିଙ୍ଗ ନର୍ଥ ଷ୍ଟେସନରୁ ଆରମ୍ଭ ହୁଏ, କିଆନଜିଆଙ୍ଗରେ ଶେଷ ହୁଏ। ଯାତ୍ରାବେଳେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରଦାନ କରାଯାଏ ଓ ବିଭିନ୍ନ ଖେଳ ଖେଳିବାର ବ୍ୟବସ୍ଥା ଅର୍ଗାନାଇଜର୍ମାନେ କରିଥାଆନ୍ତି। ଯେମିତିକି ଯୁବତୀ ଯୁବକ ପରସ୍ପରକୁ ଭଲଭାବେ ଚିହ୍ନିପାରିବେ। ଇତି ମଧ୍ୟରେ ଅନେକ ଯୁବତୀଯୁବକ ଏଥିରେ ଯାତ୍ରା କରିସାରିଲେଣି। ଆଉ ଏହି ଯାତ୍ରା ମାଧ୍ୟମରେ ଅନେକେ ବିବାହ ବି କରିଛନ୍ତି।
The post ଯୋଡି ଜମାଏ ଏହି ଟ୍ରେନ୍ appeared first on Dharitri Odia News.