ତୈଳଭଣ୍ଡାର ବନାମ କଳାପଥର ଖାଦାନ
ଯାଜପୁର,୨।୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଡଙ୍କାରୀ ପାହାଡ଼ ପାଦଦେଶରେ ଦେଶର ୪ର୍ଥ ବୃହତ୍ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ହେଲେ ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ପ୍ରାୟ ୧୬ଟି କଳାପଥର ଖାଦାନରୁ ଆଦାୟ ହେଉଥିବା ୧୪୧୩ କୋଟି ୮୬ ଲକ୍ଷ ୯୧ ହଜାର ୮୩୦ ଟଙ୍କା ରାଜ୍ୟ ସରକାର ରାଜସ୍ବ ହରାଇବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇ ରିପୋର୍ଟ ଦିଆଯାଇଥିଲା। ଏଭଳି […] The post ତୈଳଭଣ୍ଡାର ବନାମ କଳାପଥର ଖାଦାନ appeared first on Dharitri Odia News.
ଯାଜପୁର,୨।୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଡଙ୍କାରୀ ପାହାଡ଼ ପାଦଦେଶରେ ଦେଶର ୪ର୍ଥ ବୃହତ୍ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଥିଲା। ହେଲେ ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ପ୍ରାୟ ୧୬ଟି କଳାପଥର ଖାଦାନରୁ ଆଦାୟ ହେଉଥିବା ୧୪୧୩ କୋଟି ୮୬ ଲକ୍ଷ ୯୧ ହଜାର ୮୩୦ ଟଙ୍କା ରାଜ୍ୟ ସରକାର ରାଜସ୍ବ ହରାଇବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇ ରିପୋର୍ଟ ଦିଆଯାଇଥିଲା। ଏଭଳି ଭାବେ ପରୋକ୍ଷରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଇ ନ ଦେବାକୁ ସେତେବେଳେ ଷଡଯନ୍ତ୍ର ରଚାଯାଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଲଘୁ ଖଣିଜ ଦ୍ରବ୍ୟ ତଥା ମୂଲ୍ୟବାନ ଗ୍ରାନାଇଟ ପଥରରେ ଭରପୂର ଡଙ୍କାରୀ ପାହାଡର ମାତ୍ର ୧୫ ପ୍ରତିଶତ ଅଞ୍ଚଳ ଏହି ତୈଳ ଭଣ୍ଡାର ପରିସରଭୁକ୍ତ ହେବ ବୋଲି ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିଃ (ଆଇଏସ୍ପିଆର୍ଏଲ୍)ର ଡେପୁଟି ସିଇଓ ଅଜୟ ଦାସୋରେ ସ୍ପଷ୍ଟ କରିଥିଲେ। ତଥାପି ୬ ବର୍ଷ ହେଲା ଏହି ପ୍ରକଳ୍ପ ଝୁଲିରହିଛି। ଇତିମଧ୍ୟରେ ରାଜ୍ୟ ସରକାର ସେହି ଡଙ୍କାରୀ ପାହାଡ ପାର୍ଶ୍ୱ ବରଡ଼ା ମୌଜାରେ ଅଣ୍ଡର ଗ୍ରାଉଣ୍ଡ୍ ଡିଜେଲ ଷ୍ଟୋରେଜ(ଭୂତଳ ଡିଜେଲ ଭଣ୍ଡାର) ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି। ଅନୁରୂପ ଭାବେ ବରଡ଼ା ମୌଜାରେ ମଧ୍ୟ ୫ଟି ମୂଲ୍ୟବାନ କଳାପଥର ଖାଦାନ ରହିଛି। ତେଣୁ ସୁରକ୍ଷା ଓ ନିରାପଦ ଦୃଷ୍ଟିରୁ ଉକ୍ତ ଖାଦାନଗୁଡ଼ିକୁ ବନ୍ଦ କରାଯାଇପାରେ। ଏହିକ୍ରମରେ ପ୍ରସ୍ତାବିତ ଭୂତଳ ଡିଜେଲ ଭଣ୍ଡାର ପ୍ରକଳ୍ପ ବି ସଫଳ ହେବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହେଉଛି।
ରାଜ୍ୟ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ଜାରକା ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ପତ୍ରରୁ ମିଳିଥିବା ସୂଚନା ଅନୁସାରେ ବରଡ଼ା ମୌଜାରେ ଏକ ଭୂତଳ ଡିଜେଲ ଭଣ୍ଡାର ପ୍ରତିଷ୍ଠା କରିବାକୁ ଯୋଜନା ରହିଛି। ୧୨ା୧୧ା୨୦୨୪ରେ ନିର୍ବାହୀ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୫୦୭୬ରେ ଯାଜପୁରର ଅତିରିକ୍ତ ଜିଲାପାଳଙ୍କୁ ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ କୌଣସି ସମସ୍ୟା ହେବ ନାହିଁ ବୋଲି ଏନ୍ଓସି ପ୍ରଦାନ କରିଛନ୍ତି। ତେବେ ଏହି ପ୍ରକଳ୍ପର ଅନ୍ୟାନ୍ୟ ବିଷୟ ତଥା ବ୍ୟୟ ଅଟକଳ, ଜମି ପରିମାଣ ଇତ୍ୟାଦି ସଂକ୍ରାନ୍ତରେ ଏଯାଏ ସୂଚନା ମିଳି ପାରିନାହିଁ। ସୂଚନାଯୋଗ୍ୟ ଯେ, ବରଡ଼ା ମୌଜାରେ ପ୍ରାୟ ୪୦ ଏକର ଅଞ୍ଚଳରେ ୫ଟି କଳାପଥର ଖାଦାନ ରହିଛି। ସେଥିରୁ ଅଜିତ ସାହୁଙ୍କୁ ୪ଟି ଏବଂ ପ୍ରକାଶ ନାୟକଙ୍କୁ ୧ଟି ଖାଦାନ ଲିଜ୍ ସୂତ୍ରରେ ଦିଆଯାଇଛି। ତେବେ ଜରିମାନା ଦାଖଲ ନୋଟିସ ପରେ ଅଜିତଙ୍କ ୪ଟି ଖାଦାନ ବନ୍ଦ ପଡ଼ିଥିବା ସୂଚନା ମିଳିଛି। ଏହି ମୌଜାରୁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୨ କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ଡଙ୍କାରୀ ପାହାଡ଼ରେ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରକଳ୍ପ ଝୁଲିରହିବା ପଛରେ କଳାପଥର ଖାଦାନରୁ ରାଜସ୍ବ ଆୟ ଏବଂ ପ୍ରଭାବଶାଳୀଙ୍କ ପ୍ରଭାବ ବୋଲି କୁହାଯାଉଛି। ତେଣୁ କଳାପଥର ଖାଦାନ ଅଞ୍ଚଳରେ ପୁଣି ଭୂତଳ ଡିଜେଲ ଭଣ୍ଡାର ନିର୍ମାଣ ପ୍ରସ୍ତାବ କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ ହିଁ କହିବ ବୋଲି ସାଧାରଣରେ ଆଲୋଚନା ହେଉଛି।
The post ତୈଳଭଣ୍ଡାର ବନାମ କଳାପଥର ଖାଦାନ appeared first on Dharitri Odia News.