ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ଯୋଗୀ ସରକାର, କହିଲେ…

ଲକ୍ଷ୍ନୌ,୧୩।୧୧: ୟୁପିର ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଜଣେ ଅଭିଯୁକ୍ତ ବୋଲି ତାଙ୍କ ଘରକୁ ଭାଙ୍ଗିଦିଆଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ଦେଇଥିଲେ। ଏନେଇ ଯୋଗୀ ସରକାର ପ୍ରତିକ୍ରିୟା ରଖି କହିଛନ୍ତି, ଆଇନର ଶାସନର ପ୍ରଥମ ସର୍ତ୍ତ ହେଉଛି ଉତ୍ତମ ଶାସନ। ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଯୋଗୀ ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି ଅପରାଧୀଙ୍କ ମନରେ ଆଇନର ଭୟ ସୃଷ୍ଟି […] The post ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ଯୋଗୀ ସରକାର, କହିଲେ… appeared first on Dharitri Odia News.

ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ଯୋଗୀ ସରକାର, କହିଲେ…

ଲକ୍ଷ୍ନୌ,୧୩।୧୧: ୟୁପିର ଯୋଗୀ ସରକାର ସୁପ୍ରିମକୋର୍ଟଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଜଣେ ଅଭିଯୁକ୍ତ ବୋଲି ତାଙ୍କ ଘରକୁ ଭାଙ୍ଗିଦିଆଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ଦେଇଥିଲେ। ଏନେଇ ଯୋଗୀ ସରକାର ପ୍ରତିକ୍ରିୟା ରଖି କହିଛନ୍ତି, ଆଇନର ଶାସନର ପ୍ରଥମ ସର୍ତ୍ତ ହେଉଛି ଉତ୍ତମ ଶାସନ। ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ।

ଯୋଗୀ ସରକାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି ଅପରାଧୀଙ୍କ ମନରେ ଆଇନର ଭୟ ସୃଷ୍ଟି କରିବ। ଏହି ନିଷ୍ପତ୍ତି ଯୋଗୁ ମାଫିଆ କିମ୍ବା ବୃତ୍ତିଗତ ଅପରାଧୀଙ୍କୁ ନିୟନ୍ତ୍ରଣ କରିବାରେ ସହଜ କରିବ। ଏହି ନିଷ୍ପତ୍ତି ପରେ ଆଇନର ନିୟମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବ।

କହିରଖୁଛୁ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଯୋଗୁ ଉତ୍ତରପ୍ରଦେଶର ରାଜନୀତି ସରଗରମ ରହିଛି। ବିରୋଧୀ ଦଳ ଏନେଇ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି।

The post ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ଯୋଗୀ ସରକାର, କହିଲେ… appeared first on Dharitri Odia News.