ନିର୍ବାଚନ କାଳରେ VVPAT ଚିଠାର ୧୦୦% ହାତ ଗଣନା ଆବେଦନ ସୁପ୍ରିମକୋର୍ଟରେ ଖାରଜ
ନୂଆଦିଲ୍ଲୀ ୭।୪: ନିର୍ବାଚନ କାଳରେ ଇଲେକ୍ଟ୍ରୋନିକ ଗଣନା ବ୍ୟତୀତ ଭିଭିପିଏଟି ଚିଠାର ଶହେ ପ୍ରତିଶତ ହାତ ଗଣନା ନିମନ୍ତେ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନ ସୋମବାର ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜିବ ଖନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ କେ.ଭି ବିଶ୍ୱନାଥନଙ୍କ ପୀଠ ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟଙ୍କ ୧୨ ଅଗଷ୍ଟ ୨୦୨୪ ରାୟ ବିରୋଧରେ ହଂସରାଜ ଜୈନଙ୍କ ଆବେଦନ ଉପରେ ବିଚାର କରୁଥିଲେ। ସିଜେଆଇ ଆବେଦନକାରୀଙ୍କ ପିଟିସନକୁ ଖାରଜ କରି କହିଛନ୍ତି ଯେ ‘ ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ବିବାଦୀୟ ରାୟରେ ହସ୍ତକ୍ଷେପ କରିବା ପାଇଁ କୌଣସି ଆଧାର ମିଳିଲା ନାହିଁ। ଏଣୁ ବିଶେଷ ଅନୁମତି ପିଟିସନକୁ ଖାରଜ କରାଯାଉଛି’। ସିଜେଆଇ କହିଛନ୍ତି ଯେ ତାଙ୍କ ନେତୃତ୍ୱାଧୀନ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୀଠ ପୂର୍ବରୁ ମଧ୍ୟ ଏହି ଭଳି ପ୍ରସଙ୍ଗରେ ରାୟ ଦେଇଛନ୍ତି। ଏଣୁ ଏହା ଉପରେ ବାରମ୍ବାର ତର୍କ କରାଯାଇ ପାରିବ ନାହିଁ। ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ତଥ୍ୟର ଭିଭିପିଏଟି ରେକର୍ଡ ସହିତ ୧୦୦ ପ୍ରତିଶତ ସତ୍ୟାପନ ଦାବି କରୁଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଇଭିଏମ ସୁରକ୍ଷିତ, ଶରଳ, ସଂରକ୍ଷିତ ଓ ଉପଯୋଗକର୍ତ୍ତା ଅନୁକୂଳ। ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଗତବର୍ଷ ଅଗଷ୍ଟ ୧୨ ତାରିଖରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ଉଦାହରଣ ଦେଇ ଜୈନଙ୍କ ପିଟି
ନୂଆଦିଲ୍ଲୀ ୭।୪: ନିର୍ବାଚନ କାଳରେ ଇଲେକ୍ଟ୍ରୋନିକ ଗଣନା ବ୍ୟତୀତ ଭିଭିପିଏଟି ଚିଠାର ଶହେ ପ୍ରତିଶତ ହାତ ଗଣନା ନିମନ୍ତେ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନ ସୋମବାର ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜିବ ଖନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ କେ.ଭି ବିଶ୍ୱନାଥନଙ୍କ ପୀଠ ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟଙ୍କ ୧୨ ଅଗଷ୍ଟ ୨୦୨୪ ରାୟ ବିରୋଧରେ ହଂସରାଜ ଜୈନଙ୍କ ଆବେଦନ ଉପରେ ବିଚାର କରୁଥିଲେ।
ସିଜେଆଇ ଆବେଦନକାରୀଙ୍କ ପିଟିସନକୁ ଖାରଜ କରି କହିଛନ୍ତି ଯେ ‘ ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ବିବାଦୀୟ ରାୟରେ ହସ୍ତକ୍ଷେପ କରିବା ପାଇଁ କୌଣସି ଆଧାର ମିଳିଲା ନାହିଁ। ଏଣୁ ବିଶେଷ ଅନୁମତି ପିଟିସନକୁ ଖାରଜ କରାଯାଉଛି’। ସିଜେଆଇ କହିଛନ୍ତି ଯେ ତାଙ୍କ ନେତୃତ୍ୱାଧୀନ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୀଠ ପୂର୍ବରୁ ମଧ୍ୟ ଏହି ଭଳି ପ୍ରସଙ୍ଗରେ ରାୟ ଦେଇଛନ୍ତି। ଏଣୁ ଏହା ଉପରେ ବାରମ୍ବାର ତର୍କ କରାଯାଇ ପାରିବ ନାହିଁ।
ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ତଥ୍ୟର ଭିଭିପିଏଟି ରେକର୍ଡ ସହିତ ୧୦୦ ପ୍ରତିଶତ ସତ୍ୟାପନ ଦାବି କରୁଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଇଭିଏମ ସୁରକ୍ଷିତ, ଶରଳ, ସଂରକ୍ଷିତ ଓ ଉପଯୋଗକର୍ତ୍ତା ଅନୁକୂଳ। ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଗତବର୍ଷ ଅଗଷ୍ଟ ୧୨ ତାରିଖରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ଉଦାହରଣ ଦେଇ ଜୈନଙ୍କ ପିଟିସନକୁ ଖାରଜ କରିଦେଇଥିଲେ। ଏହା ପରେ କୋର୍ଟ ତାଙ୍କ ନିଷ୍ପତ୍ତିର ରିଭ୍ୟୁ ନିମନ୍ତେ କରାଯାଇଥିବା ଆବେଦନକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ।
ମାମଲାର ଶୁଣାଣିରେ ନିର୍ବାଚନ ଆୟୋଗ ହାଇକୋର୍ଟଙ୍କୁ ଜଣାଇଥିଲେ ଯେ ଏହି ପ୍ରସଙ୍ଗ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର) ବନାମ ଭାରତୀୟ ନିର୍ବାଚନ ଆୟୋଗ ମାମଲାରେ ସର୍ବୋଚ୍ଚନ୍ୟାୟାଳୟଙ୍କ ରାୟ ସହ ସାମିଲ। ସୁପ୍ରିମକୋର୍ଟଙ୍କ ରାୟର ଉଦାହରଣ ଦେଇ ହାଇକୋର୍ଟ କହିଥିଲେ ଯେ ଆବେଦନରେ ଉଠା ଯାଇଥିବା ପ୍ରସଙ୍ଗ ଏବେ ଆଉ ପ୍ରାସଙ୍ଗିକ ହୋଇ ନାହିଁ। ସେହି ଅନୁସାରେ ଏବେକା ରିଟ ପିଟିସନକୁ ଅଗ୍ରାହ୍ୟ କରାଯାଉଛି।