ଗହଣା ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୁର୍ବୃତ୍ତଙ୍କ ଆତଙ୍କରାଜ

କଟକ: ବୟାଳିଶ ମୌଜା ଥାନା ଅନ୍ତର୍ଗତ ଟାଇଁକଣା ଗ୍ରାମରେ ଗହଣା ଦୋକାନରୁ ଲୁଟ ଘଟଣାରେ ଆସିଲା ସିସିଟିଭି ଭିଡିଓ। ଯେଉଁଥିରେ କିପରି ଏହି ଦୁର୍ବୃତ୍ତମାନେ ଲୁଟ କରିବାକୁ ଉଦ୍ୟମ କରୁଥିଲେ ତାହା ରେକର୍ଡ ହୋଇଛି। ଘଟଣା ରବିବାର ରାତିରେ ଘଟିଛି। ଏଠାରେ ଶମା ଜୁଏଲାରୀ ନାମକ ଏକ ଗହଣା ଦୋକାନରୁ ୫ ଦୁର୍ବୃତ୍ତ ଲୁଟ୍ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ତେବେ ସାମନାକୁ ଆସିଥିବା ଭିଡିଓରେ ଦେଖାଯାଉଛି, ଦୋକାନୀ ଜଣକ ଦୋକାନର ସଟର ଅଧା ବନ୍ଦ କରି  ସାରିଥିଲେ। ଆଉ ଠିକ ଏହି ସମୟରେ ମୁଖା ପିନ୍ଧି ୫ ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇବା ସହିତ ବାଡେଇଥିଲେ। ଏଥିରେ ଦୋକାନୀ ଜଣଙ୍କ ଭୟରେ ଦୂରକୁ ଦୌଡ଼ି ପଳାଇଥିଲେ।ତେବେ ଏହା ପରେ ଦୃର୍ବୁତ୍ତମାନେ ଦୋକାନ କାଚ ଭାଙ୍ଗିବାକୁ ଚେଷ୍ଟା କରୁଥିବାବେଳେ, ଦୋକାନୀ ଜଣକ ଦୂରରେ ଥାଇ ବଡ଼ ପାଟିରେ ଚିତ୍କାର କରିଥିଲେ ଫଳରେ ଦୃର୍ବୁତ୍ତମାନେ ଗାଳିଗୁଲଜ କରି ସେଠାରୁ ପଳାଇଯାଇଥିଲେ। ଏସବୁର ଦୃଶ୍ୟ କଏଦ ହୋଇଥିଲା ଦୋକାନ ସମ୍ମୁଖରେ ଲାଗିଥିବା ସିସିଟିଭି କ୍ୟାମେରାରେ। ଘଟଣାକୁ ନେଇ ବୟାଳିଶ ମୌଜା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସୋମବାର ଥାନାରେ ଅଭିଯୋଗ ହେବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡ଼ିଛି।

ଗହଣା ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୁର୍ବୃତ୍ତଙ୍କ ଆତଙ୍କରାଜ

କଟକ: ବୟାଳିଶ ମୌଜା ଥାନା ଅନ୍ତର୍ଗତ ଟାଇଁକଣା ଗ୍ରାମରେ ଗହଣା ଦୋକାନରୁ ଲୁଟ ଘଟଣାରେ ଆସିଲା ସିସିଟିଭି ଭିଡିଓ। ଯେଉଁଥିରେ କିପରି ଏହି ଦୁର୍ବୃତ୍ତମାନେ ଲୁଟ କରିବାକୁ ଉଦ୍ୟମ କରୁଥିଲେ ତାହା ରେକର୍ଡ ହୋଇଛି। ଘଟଣା ରବିବାର ରାତିରେ ଘଟିଛି। ଏଠାରେ ଶମା ଜୁଏଲାରୀ ନାମକ ଏକ ଗହଣା ଦୋକାନରୁ ୫ ଦୁର୍ବୃତ୍ତ ଲୁଟ୍ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। 

ତେବେ ସାମନାକୁ ଆସିଥିବା ଭିଡିଓରେ ଦେଖାଯାଉଛି, ଦୋକାନୀ ଜଣକ ଦୋକାନର ସଟର ଅଧା ବନ୍ଦ କରି  ସାରିଥିଲେ। ଆଉ ଠିକ ଏହି ସମୟରେ ମୁଖା ପିନ୍ଧି ୫ ଦୁର୍ବୃତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇବା ସହିତ ବାଡେଇଥିଲେ। ଏଥିରେ ଦୋକାନୀ ଜଣଙ୍କ ଭୟରେ ଦୂରକୁ ଦୌଡ଼ି ପଳାଇଥିଲେ।

ତେବେ ଏହା ପରେ ଦୃର୍ବୁତ୍ତମାନେ ଦୋକାନ କାଚ ଭାଙ୍ଗିବାକୁ ଚେଷ୍ଟା କରୁଥିବାବେଳେ, ଦୋକାନୀ ଜଣକ ଦୂରରେ ଥାଇ ବଡ଼ ପାଟିରେ ଚିତ୍କାର କରିଥିଲେ ଫଳରେ ଦୃର୍ବୁତ୍ତମାନେ ଗାଳିଗୁଲଜ କରି ସେଠାରୁ ପଳାଇଯାଇଥିଲେ। ଏସବୁର ଦୃଶ୍ୟ କଏଦ ହୋଇଥିଲା ଦୋକାନ ସମ୍ମୁଖରେ ଲାଗିଥିବା ସିସିଟିଭି କ୍ୟାମେରାରେ। ଘଟଣାକୁ ନେଇ ବୟାଳିଶ ମୌଜା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ସୋମବାର ଥାନାରେ ଅଭିଯୋଗ ହେବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡ଼ିଛି।