କେନ୍ଦ୍ରାପଡା ଡେରାବିଶରେ ବଢୁଛି ବାର୍ଡଫ୍ଲୁ ଆଶଙ୍କା, ଫାର୍ମରେ ମରୁଛନ୍ତି ପଲ ପଲ କୁଡୁଡା
କେନ୍ଦ୍ରାପଡା ୭।୯: କେନ୍ଦ୍ରାପଡା ଡେରାବିଶ ଅଞ୍ଚଳରେ କୁକୁଡା ମଡକ । ବିଭିନ୍ନ କୁକୁଡା ଫାର୍ମରେ ପଲ ପଲ କୁକୁଡା ମରି ପଡିଛନ୍ତି । କୁକୁଡା ମଡକ ପଛରେ କାରଣ କ’ଣ ଖୋଜି ପାଉ ନାହାନ୍ତି କୁକୁଡା ଚାଷୀ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳର ବାଲିଆ, ଏଣ୍ଡର, ନରସିଂହପୁର, ତିଲଙ୍ଗ ପ୍ରଭୃତି ଅଞ୍ଚଳରେ ବହୁ ମାତ୍ରାରେ କୁକୁଡା ମଡକ ସମ୍ନାକୁ ଆସିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ କୁକୁଡା ମରି ଏଣେ ତେଣେ ପଡୁଛି । ତେବେ ଫାର୍ମ ମାଲିକ ମାନେ ମରୁଥିବା କୁକୁଡା ସବୁକୁ ଲୁଚା ଛପାରେ ବିଭିନ୍ନ ଅଞ୍ଚଳରେ ଫୋପାଡି ଦେଉଛନ୍ତି । ସେ ସବୁକୁ କାଉ କୁକୁର ଟାଣି ଖାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏମିତିକି ରୋଗାକ୍ରାନ୍ତ ହୋଇ ପଡିରହିଥିବା କୁକୁଡା ଗୁଡିକୁ କେତେକ ସ୍ଥାନରେ ଶସ୍ତା ଦାମରେ ବିକ୍ରି କରି ଦିଆଯାଉଛି । ଏ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତ ସେପ୍ଟେମ୍ବର ୨ ତାରିଖ ଦିନ ପ୍ରଥମ ଥର ପାଇଁ ଡେରାବିଶ ଅନ୍ତର୍ଗତ ନରସିଂହପୁର ଗାଁରେ କୁକୁଡା ମଡକ ଘଟଣା ସାମ୍ନାକୁ ଆସିଥିଲା । ଖବର ପାଇ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଟିମ୍ ସ୍ଥାନୀୟ ଅଞ୍ଚଳରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ । ଏପର୍ଯ୍ୟନ୍ତ ପରୀକ୍ଷା ରିପୋର୍ଟ ଆସିନାହିଁ। ଏଣେ କୁକୁଡା ମଡକ ବଢିବାରେ ଲାଗିଛି । ପ୍ରଶାସନିକ ସ୍ତରରେ କୌଣସି ସତର୍କ ସୂଚନା ଦିଆଯାଇ ନଥିବାରୁ ଲୋକେ ମନଇଛା କୁକୁଡା ମାଂସ ଖାଇବାରେ ଲାଗିଛନ୍ତି
କେନ୍ଦ୍ରାପଡା ୭।୯: କେନ୍ଦ୍ରାପଡା ଡେରାବିଶ ଅଞ୍ଚଳରେ କୁକୁଡା ମଡକ । ବିଭିନ୍ନ କୁକୁଡା ଫାର୍ମରେ ପଲ ପଲ କୁକୁଡା ମରି ପଡିଛନ୍ତି । କୁକୁଡା ମଡକ ପଛରେ କାରଣ କ’ଣ ଖୋଜି ପାଉ ନାହାନ୍ତି କୁକୁଡା ଚାଷୀ ।
କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳର ବାଲିଆ, ଏଣ୍ଡର, ନରସିଂହପୁର, ତିଲଙ୍ଗ ପ୍ରଭୃତି ଅଞ୍ଚଳରେ ବହୁ ମାତ୍ରାରେ କୁକୁଡା ମଡକ ସମ୍ନାକୁ ଆସିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ କୁକୁଡା ମରି ଏଣେ ତେଣେ ପଡୁଛି । ତେବେ ଫାର୍ମ ମାଲିକ ମାନେ ମରୁଥିବା କୁକୁଡା ସବୁକୁ ଲୁଚା ଛପାରେ ବିଭିନ୍ନ ଅଞ୍ଚଳରେ ଫୋପାଡି ଦେଉଛନ୍ତି । ସେ ସବୁକୁ କାଉ କୁକୁର ଟାଣି ଖାଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏମିତିକି ରୋଗାକ୍ରାନ୍ତ ହୋଇ ପଡିରହିଥିବା କୁକୁଡା ଗୁଡିକୁ କେତେକ ସ୍ଥାନରେ ଶସ୍ତା ଦାମରେ ବିକ୍ରି କରି ଦିଆଯାଉଛି । ଏ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ଗତ ସେପ୍ଟେମ୍ବର ୨ ତାରିଖ ଦିନ ପ୍ରଥମ ଥର ପାଇଁ ଡେରାବିଶ ଅନ୍ତର୍ଗତ ନରସିଂହପୁର ଗାଁରେ କୁକୁଡା ମଡକ ଘଟଣା ସାମ୍ନାକୁ ଆସିଥିଲା । ଖବର ପାଇ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଟିମ୍ ସ୍ଥାନୀୟ ଅଞ୍ଚଳରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ । ଏପର୍ଯ୍ୟନ୍ତ ପରୀକ୍ଷା ରିପୋର୍ଟ ଆସିନାହିଁ। ଏଣେ କୁକୁଡା ମଡକ ବଢିବାରେ ଲାଗିଛି । ପ୍ରଶାସନିକ ସ୍ତରରେ କୌଣସି ସତର୍କ ସୂଚନା ଦିଆଯାଇ ନଥିବାରୁ ଲୋକେ ମନଇଛା କୁକୁଡା ମାଂସ ଖାଇବାରେ ଲାଗିଛନ୍ତି । ବାସ୍ତବରେ କେନ୍ଦ୍ରାପଡାରେ ବାର୍ଡ ଫ୍ଲୁ ବ୍ୟାପୁଛି ନା କୁକୁଡା ମଡକ ପଛରେ ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।
You Can Read:
୩ ଦିନ ହେଲା କାମ କରୁନି ସୁଭଦ୍ରା ପୋର୍ଟାଲ, ରେଜିଷ୍ଟ୍ରେସନ ପାଇଁ ରାତି ରାତି ଜଗି ବସୁଛନ୍ତି ଲୋକ