ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ: ୩ ଟିଫିନ୍‌ ବୋମା, ଗୋଟିଏ ପ୍ରେସର ବୋମା ନିଷ୍କ୍ରିୟ କଲା ପୋଲିସ

ରାୟଗଡ଼ା,୫।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଉଠିଛନ୍ତି। ମୁନିଗୁଡ଼ା ବ୍ଲକ୍‌ ଅମ୍ବାଦଳା ଥାନା ଅନ୍ତର୍ଗତ ଜଗଦଳପୁର ଅଞ୍ଚଳରେ ମାଓବାଦୀମାନେ ଖଞ୍ଜିଥିବା ୩ ଟିଫିନ୍‌ ବୋମା ଓ ଏକ ପ୍ରେସର ବୋମାକୁ ସୋମବାର ଜିଲା ପୋଲିସ ନିଷ୍କ୍ରିୟ କରିଛି। ରାୟଗଡ଼ା ଏସ୍‌ପି ସ୍ବାଥି ଏସ୍‌. କୁମାର ଏ ନେଇ ଭଡିଓ ବାର୍ତ୍ତା ଜାରି କରି ସୂଚନା ଦେଇଛନ୍ତି। ଜିଲା ପୋଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଜିଲା ଗୋଇନ୍ଦା ଅପରେଶନ ସେଲର ସୂଚନା ଆଧାରରେ […] The post ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ: ୩ ଟିଫିନ୍‌ ବୋମା, ଗୋଟିଏ ପ୍ରେସର ବୋମା ନିଷ୍କ୍ରିୟ କଲା ପୋଲିସ appeared first on Dharitri Odia News.

ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ:  ୩ ଟିଫିନ୍‌ ବୋମା, ଗୋଟିଏ ପ୍ରେସର ବୋମା ନିଷ୍କ୍ରିୟ କଲା ପୋଲିସ

ରାୟଗଡ଼ା,୫।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଉଠିଛନ୍ତି। ମୁନିଗୁଡ଼ା ବ୍ଲକ୍‌ ଅମ୍ବାଦଳା ଥାନା ଅନ୍ତର୍ଗତ ଜଗଦଳପୁର ଅଞ୍ଚଳରେ ମାଓବାଦୀମାନେ ଖଞ୍ଜିଥିବା ୩ ଟିଫିନ୍‌ ବୋମା ଓ ଏକ ପ୍ରେସର ବୋମାକୁ ସୋମବାର ଜିଲା ପୋଲିସ ନିଷ୍କ୍ରିୟ କରିଛି। ରାୟଗଡ଼ା ଏସ୍‌ପି ସ୍ବାଥି ଏସ୍‌. କୁମାର ଏ ନେଇ ଭଡିଓ ବାର୍ତ୍ତା ଜାରି କରି ସୂଚନା ଦେଇଛନ୍ତି।
ଜିଲା ପୋଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଜିଲା ଗୋଇନ୍ଦା ଅପରେଶନ ସେଲର ସୂଚନା ଆଧାରରେ ଏସ୍‌ପି ସ୍ବାଥିଙ୍କ ନେତୃତ୍ୱରେ ସୋମବାର ସକାଳୁ ଜିଲା ଡିଭିଏଫ୍‌ ଫୋର୍ସ, ପୋଲିସ ବମ୍‌ ସ୍କ୍ବାଡ଼୍‌ ଏବଂ ସିଆରପିଏଫ୍‌ ବମ୍‌ ସ୍କ୍ବାଡ଼୍‌ ମିଳିତ ଭାବେ କୋମ୍ବିଂ ଅପରେଶନ କରିଥିଲେ। ଏହି ସମୟରେ ଜଗଦଳପୁର ନିକଟସ୍ଥ ଅଞ୍ଚଳର ଦୁଇଟି ସ୍ଥାନରେ ଗୋଟିଏ ପ୍ରେସର ବୋମା ଓ ୩ଟି ଟିଫିନ୍‌ ବୋମା ଖଞ୍ଜାଯାଇଥିବା ଜଣାପଡ଼ିଥିଲା। ପୋଲିସ ଓ ସିଆରପିଏଫ୍‌ର ବମ୍‌ ସ୍କ୍ବାଡ଼୍‌ ଟିମ୍‌ ମିଳିତ ଭାବେ ଉକ୍ତ ୪ ବୋମାକୁ ନିଷ୍କ୍ରିୟ କରିଥିଲେ।
ସୂଚନାଯୋଗ୍ୟ, ଜିଲାରେ ମାଓବାଦୀ କାର୍ଯ୍ୟକଳାପ ନିଷ୍କ୍ରିୟ ରହିଥିଲେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଦେଖିବାକୁ ମିଳିଥିଲା ହେଲେ ଏବେ ୪ ବୋମା ଜବତ ଘଟଣାରୁ ଜିଲାରେ ମାଓବାଦୀ କାର୍ଯ୍ୟକଳାପ ଏକ ପ୍ରକାର ସକ୍ରିୟ ହେଉଥିବା ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏ ନେଇ ଏସ୍‌ପି ସ୍ବାଥି ଏସ୍‌.କୁମାରଙ୍କୁ ପଚାରିବାରୁ ଗୋଇନ୍ଦା ବିଭାଗ ସୂଚନା ଅନୁସାରେ ମାଓବାଦୀଙ୍କ ପକ୍ଷରୁ ଏହି ବୋମା ଖଞ୍ଜାଯାଇଥିଲା ବୋଲି କୁହାଯାଇଛି। ବର୍ତ୍ତମାନ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି ବୋଲି ଏସ୍‌ପି କହିଛନ୍ତି ।

The post ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ: ୩ ଟିଫିନ୍‌ ବୋମା, ଗୋଟିଏ ପ୍ରେସର ବୋମା ନିଷ୍କ୍ରିୟ କଲା ପୋଲିସ appeared first on Dharitri Odia News.