ପାକିସ୍ତାନ ସହ ହାତ ମିଳାଇଲା ଚାଇନା, କଲା ବଡ଼ ଘୋଷଣା…
ବେଜିଂ,୨୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନିଆ ସଂଘର୍ଷ ସମୟରେ ଅନେକ ସାମରିକ ଏବଂ ରଣନୈତିକ ଘଟଣା ଘଟିଥିଲା, ଯେଉଁଥିରେ ଚାଇନାର ଭୂମିକା ବହୁତ ଗମ୍ଭୀର ଥିଲା। ଚୀନ କେବଳ ଅସ୍ତ୍ରଶସ୍ତ୍ର ଯୋଗାଣରେ ସୀମିତ ନଥିଲା ବରଂ ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଚୀନ ସିଧାସଳଖ ପାକିସ୍ତାନକୁ ବୈଷୟିକ, ଗୁଇନ୍ଦା ଏବଂ ରଣନୈତିକ ସହାୟତା ଯୋଗାଇଥିଲା। ଭାରତର ଅପରେଶନ ସିନ୍ଦୂର ପରେ ଚାଇନା ପାକିସ୍ତାନକୁ ଭୟଙ୍କର ସୈନ୍ୟ ଓ ଉପଗ୍ରହ ସହାୟତା ଯୋଗାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। […] The post ପାକିସ୍ତାନ ସହ ହାତ ମିଳାଇଲା ଚାଇନା, କଲା ବଡ଼ ଘୋଷଣା… appeared first on Dharitri Odia News.
ବେଜିଂ,୨୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନିଆ ସଂଘର୍ଷ ସମୟରେ ଅନେକ ସାମରିକ ଏବଂ ରଣନୈତିକ ଘଟଣା ଘଟିଥିଲା, ଯେଉଁଥିରେ ଚାଇନାର ଭୂମିକା ବହୁତ ଗମ୍ଭୀର ଥିଲା। ଚୀନ କେବଳ ଅସ୍ତ୍ରଶସ୍ତ୍ର ଯୋଗାଣରେ ସୀମିତ ନଥିଲା ବରଂ ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଚୀନ ସିଧାସଳଖ ପାକିସ୍ତାନକୁ ବୈଷୟିକ, ଗୁଇନ୍ଦା ଏବଂ ରଣନୈତିକ ସହାୟତା ଯୋଗାଇଥିଲା।
ଭାରତର ଅପରେଶନ ସିନ୍ଦୂର ପରେ ଚାଇନା ପାକିସ୍ତାନକୁ ଭୟଙ୍କର ସୈନ୍ୟ ଓ ଉପଗ୍ରହ ସହାୟତା ଯୋଗାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଗତ ମେ ୭ରେ ଭାରତ ଆରମ୍ଭ କରିଥିବା ଅପରେଶନ ସିନ୍ଦୂରରେ ଆତଙ୍କବାଦୀ ଅଡ୍ଡାଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଏହାର ଜବାବରେ ଚାଇନା ପାକିସ୍ତାନର ରାଡାର ଓ ଏୟାର ଡିଫେନ୍ସ ସିଷ୍ଟମକୁ ପୁନର୍ଗଠନ କରିବା ସହ ଭାରତ ଉପରେ ଉପଗ୍ରହ ନିରୀକ୍ଷଣ ବଢ଼ାଇଥିଲା। ଏକ ଭାରତୀୟ ପ୍ରତିରକ୍ଷା ଗବେଷଣା ଗୋଷ୍ଠୀର ରିପୋର୍ଟରୁ ଜଣାପଡ଼ିଛି ଯେ, ଚାଇନା ଏହି ସହାୟତା ପାକିସ୍ତାନର ସୈନ୍ୟ କାର୍ଯ୍ୟକୁ ଶକ୍ତିଶାଳୀ କରିବାକୁ ଉଦ୍ଦିଷ୍ଟ ଥିଲା।
ସୂଚନାଥାଉ କି, ଅପରେଶନ ସିନ୍ଦୂର ପରେ ପାକିସ୍ତାନ ଓ ଚୀନ ମଧ୍ୟରେ ଏହି ବଡ଼ ଡିଲ୍ ହୋଛି। ପାକିସ୍ତାନକୁ ଚାଇନାପଞ୍ଚମ ପିଢ଼ିର ଫାଇଟର ଜେଟ, ଅଗଷ୍ଟ ସୁଦ୍ଧା ୩୦ଟି ଯୁଦ୍ଧ ବିମାନ ଓ ୫୦% ରିହାତି ଦରରେ ଫାଇଟର ଜେଟ ଦେବ ବୋଲି ଚୁକ୍ତି କରିଛି। ଏପରିକି ବେଜିଂରେ ପାକ ପାଇଲଟମାନେ ତାଲିମ ନେଉଛନ୍ତି ବୋଲି ସୂଚନା ମିଳିଛି।
The post ପାକିସ୍ତାନ ସହ ହାତ ମିଳାଇଲା ଚାଇନା, କଲା ବଡ଼ ଘୋଷଣା… appeared first on Dharitri Odia News.