କାଳବୈଶାଖୀର ତାଣ୍ଡବ: ଗଛ ପଡ଼ି ଭାଙ୍ଗିଲା ଘର
ଲାଞ୍ଜିଗଡ଼,୨୦ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଗଛ ପଡି ଦୁଇଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ୨ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି। ହଠାତ୍ ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା ପବନ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡ଼ା ଗାଁର ଜଗନ୍ନାଥ ନାଏକ ଓ ହେମ ହରିଜନଙ୍କ ଘର ଉପରେ ଏକ ବିରାଟ ବରଗଛ ଉପୁଡି ପଡିଥିଲା। ଗଛ […] The post କାଳବୈଶାଖୀର ତାଣ୍ଡବ: ଗଛ ପଡ଼ି ଭାଙ୍ଗିଲା ଘର appeared first on Dharitri Odia News.
ଲାଞ୍ଜିଗଡ଼,୨୦ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଗଛ ପଡି ଦୁଇଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ୨ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି। ହଠାତ୍ ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷା ପବନ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡ଼ା ଗାଁର ଜଗନ୍ନାଥ ନାଏକ ଓ ହେମ ହରିଜନଙ୍କ ଘର ଉପରେ ଏକ ବିରାଟ ବରଗଛ ଉପୁଡି ପଡିଥିଲା। ଗଛ ଉପୁଡିବାର ମାତ୍ର କେଇ ମୁହୂର୍ତ୍ତ ମଧ୍ୟରେ ଦୁଇ ପରିବାରର ୬ଜଣ ସଦସ୍ୟ ବାହାରକୁ ବାହାରିଯାଇ ବର୍ତ୍ତି ଯାଇଥିଲେ। ଏଥିରେ ସେମାନଙ୍କ ଘର ଦୁଇଟି ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଏହି ଦୁଇ ପରିବାର ବାସହୀନ ହୋଇପଡିଛନ୍ତି।
ଗରିବ ଶ୍ରେଣୀର ହୋଇଥିବାରୁ ଘର ସଜାଡିବା ସେମାନଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି। ତୁରନ୍ତ ଉଜୁଡି ଯାଇଥିବା ଘରର କ୍ଷୟକ୍ଷତି ଆକଳନ କରିବା ସହିତ ହିତାଧିକାରୀଙ୍କୁ ପଲିଥିନ ସହ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ କରିବାକୁ ପରିବାର ଲୋକେ ପ୍ରଶାସନକୁ ଗୁହାରି କରିଛନ୍ତି।
The post କାଳବୈଶାଖୀର ତାଣ୍ଡବ: ଗଛ ପଡ଼ି ଭାଙ୍ଗିଲା ଘର appeared first on Dharitri Odia News.