ପିଡବ୍ଲ୍ୟୁର ସମ୍ପ୍ରସାରଣ ପ୍ରୋଗ୍ରାମ

ଭୁବନେଶ୍ୱର,୨୯।୧୦: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ମଲ୍ଟିନ୍ୟାଶନାଲ ଏଡ୍‌ଟେକ୍‌ କମ୍ପାନି ଫିଜିକ୍ସ ୱାଲା ବା ପିଡବ୍ଲ୍ୟୁର ବହୁ ପ୍ରତୀକ୍ଷିତ ସମ୍ପ୍ରସାରଣ ପ୍ରୋଗ୍ରାମ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୫-୨୬ ଶିକ୍ଷାବର୍ଷରେ ପିଡବ୍ଲ୍ୟୁ ୭୭ଟି ନୂଆ ଅଫ୍‌ଲାଇନ ଟେକ୍ନୋଲୋଜି ସକ୍ଷମ ଲର୍ନିଂ ସେଣ୍ଟରର ଶୁଭାରମ୍ଭ କରିବ ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ପିଡବ୍ଲ୍ୟୁର ଭୁବନେଶ୍ୱର ସେଣ୍ଟର ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେଣ୍ଟର ମୁଖ୍ୟ ସୁଜା ଅହମ୍ମଦ ଏବଂ ବ୍ୟବସାୟ […] The post ପିଡବ୍ଲ୍ୟୁର ସମ୍ପ୍ରସାରଣ ପ୍ରୋଗ୍ରାମ appeared first on Dharitri Odia News.

ପିଡବ୍ଲ୍ୟୁର ସମ୍ପ୍ରସାରଣ ପ୍ରୋଗ୍ରାମ

ଭୁବନେଶ୍ୱର,୨୯।୧୦: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ମଲ୍ଟିନ୍ୟାଶନାଲ ଏଡ୍‌ଟେକ୍‌ କମ୍ପାନି ଫିଜିକ୍ସ ୱାଲା ବା ପିଡବ୍ଲ୍ୟୁର ବହୁ ପ୍ରତୀକ୍ଷିତ ସମ୍ପ୍ରସାରଣ ପ୍ରୋଗ୍ରାମ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୫-୨୬ ଶିକ୍ଷାବର୍ଷରେ ପିଡବ୍ଲ୍ୟୁ ୭୭ଟି ନୂଆ ଅଫ୍‌ଲାଇନ ଟେକ୍ନୋଲୋଜି ସକ୍ଷମ ଲର୍ନିଂ ସେଣ୍ଟରର ଶୁଭାରମ୍ଭ କରିବ ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ପିଡବ୍ଲ୍ୟୁର ଭୁବନେଶ୍ୱର ସେଣ୍ଟର ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ସେଣ୍ଟର ମୁଖ୍ୟ ସୁଜା ଅହମ୍ମଦ ଏବଂ ବ୍ୟବସାୟ ମୁଖ୍ୟ ସିଦ୍ଧାର୍ଥ ଶଙ୍କର ଛୋଟରାୟ ପ୍ରମୁଖ ଉପସ୍ଥିତ ରହି ସମ୍ପ୍ରସାରଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ା ଏ ସମ୍ପର୍କରେ ଫିଜିକ୍ସ ୱାଲାର ସିଇଓ (ଅଫ୍‌ଲାଇନ) ଅଙ୍କିତ୍‌ ଗୁପ୍ତା କହିଛନ୍ତି, ଆମେ ସବୁବେଳେ ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଓ ଉନ୍ନତିକୁ ପ୍ରାଥମିକତା ଦେଇଥାଉ। ଏପରିକି ଅଧିକ ସେଣ୍ଟର ଖୋଲି ଆମେ ନିଶ୍ଚିତ କରିବାକୁ ଚାହୁଁଛୁ। ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପାଇବା ପାଇଁ ଦୀର୍ଘପଥ ଅତିକ୍ରମ କରିବାକୁ ପଡ଼ିବ ନାହିଁ, ଯାହା ସେମାନଙ୍କ ଆର୍ଥିକ ବୋଝକୁ ହ୍ରାସ କରିବ ବୋଲି ସେ ବିସ୍ତୃତ ଭାବେ ମତ ପ୍ରକାଶ କରିଛନ୍ତି।

The post ପିଡବ୍ଲ୍ୟୁର ସମ୍ପ୍ରସାରଣ ପ୍ରୋଗ୍ରାମ appeared first on Dharitri Odia News.