ଏଆଇ ଆଡଭୋକେଟଙ୍କ ଜ୍ଞାନ ଦେଖି ଇମ୍ପ୍ରେସ ହେଲେ ଚନ୍ଦ୍ରଚୁଡ଼

ନୂଆଦିଲ୍ଲୀ,୭।୧୧: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ଼ କୋର୍ଟଙ୍କ ନିୟମ ଭାଙ୍ଗୁଥିବା ଓକିଲଙ୍କୁ ଟ୍ୟୁସନ କରୁଥିବା ଲାଗି ବେଶ ଚର୍ଚ୍ଚିତ। ଗୁରୁବାର ଜଣେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଓକିଲଙ୍କ ଉତ୍ତରରେ ସେ ପ୍ରଭାବିତ ହୋଇଥିବା ଦେଖାଯାଇଛି। ଏହି କଥାବାର୍ତ୍ତା ଜାତୀୟ ନ୍ୟାୟିକ ସଂଗ୍ରହାଳୟ ଏବଂ ଅଭିଲେଖାଗାରର ଉଦଘାଟନୀ ସମାରୋହରେ ହୋଇଥିଲା। ଏଆଇ ଓକିଲଙ୍କ ଜ୍ଞାନ ଜାଣିବା ପାଇଁ ପ୍ରଧାନ ବିଚାରପତି ପଚାରିଥିଲେ ଯେ ଭାରତରେ ମୃତ୍ୟୁଦଣ୍ଡ ସାମ୍ବିଧାନିକ କି? ଏଥିପାଇଁ ଏଆଇ ଓକିଲ ଉତ୍ତର ଦେଇଛନ୍ତି, ହଁ, […] The post ଏଆଇ ଆଡଭୋକେଟଙ୍କ ଜ୍ଞାନ ଦେଖି ଇମ୍ପ୍ରେସ ହେଲେ ଚନ୍ଦ୍ରଚୁଡ଼ appeared first on Dharitri Odia News.

ଏଆଇ ଆଡଭୋକେଟଙ୍କ ଜ୍ଞାନ ଦେଖି ଇମ୍ପ୍ରେସ ହେଲେ ଚନ୍ଦ୍ରଚୁଡ଼

ନୂଆଦିଲ୍ଲୀ,୭।୧୧: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ଼ କୋର୍ଟଙ୍କ ନିୟମ ଭାଙ୍ଗୁଥିବା ଓକିଲଙ୍କୁ ଟ୍ୟୁସନ କରୁଥିବା ଲାଗି ବେଶ ଚର୍ଚ୍ଚିତ। ଗୁରୁବାର ଜଣେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଓକିଲଙ୍କ ଉତ୍ତରରେ ସେ ପ୍ରଭାବିତ ହୋଇଥିବା ଦେଖାଯାଇଛି। ଏହି କଥାବାର୍ତ୍ତା ଜାତୀୟ ନ୍ୟାୟିକ ସଂଗ୍ରହାଳୟ ଏବଂ ଅଭିଲେଖାଗାରର ଉଦଘାଟନୀ ସମାରୋହରେ ହୋଇଥିଲା।
ଏଆଇ ଓକିଲଙ୍କ ଜ୍ଞାନ ଜାଣିବା ପାଇଁ ପ୍ରଧାନ ବିଚାରପତି ପଚାରିଥିଲେ ଯେ ଭାରତରେ ମୃତ୍ୟୁଦଣ୍ଡ ସାମ୍ବିଧାନିକ କି? ଏଥିପାଇଁ ଏଆଇ ଓକିଲ ଉତ୍ତର ଦେଇଛନ୍ତି, ହଁ, ମୃତ୍ୟୁ ଦଣ୍ଡ ଭାରତରେ ସାମ୍ବିଧାନିକ ଅଟେ। ଏହା ବିରଳ ମାମଲା ପାଇଁ ସଂରକ୍ଷିତ, ଯାହା ସୁପ୍ରିମକୋର୍ଟଙ୍କ ଦ୍ୱାରା ସ୍ଥିର ହୋଇଛି ଯେଉଁଠାରେ ଅପରାଧ ଅତ୍ୟନ୍ତ ଘୃଣ୍ୟ ଏବଂ ଏହିପରି ଦଣ୍ଡବିଧାନ ପାଇଁ ଅନୁମତି ଦିଆଯାଇଛି। ଏହି ଉତ୍ତରରେ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ ପ୍ରଭାବିତ ହୋଇଥିବା ମନେହୁଏ।

ଏହି ସମୟରେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ମଧ୍ୟ ଉପସ୍ଥିତ ଥିଲେ। ସେ ସୋମବାର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଉଦଘାଟନୀ ସମାରୋହରେ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିମାନେ ମଧ୍ୟ ଭାଗ ନେଇଥିଲେ। ଏହି ଅବସରରେ ପ୍ରଧାନ ବିଚାରପତି କହିଛନ୍ତି ଯେ ନୂତନ ସଂଗ୍ରହାଳୟରେ ସୁପ୍ରିମକୋର୍ଟଙ୍କ ଚରିତ୍ର ତଥା ଦେଶ ପାଇଁ ଏହାର ଗୁରୁତ୍ୱ ପ୍ରତିଫଳିତ ହୋଇଛି। ସେ କହିଛନ୍ତି ଯେ ସଂଗ୍ରହାଳୟ ଯୁବ ପିଢ଼ି ପାଇଁ ଏକ ଇଣ୍ଟରାକ୍ଟିଭ ସ୍ଥାନ ହେଉ।

The post ଏଆଇ ଆଡଭୋକେଟଙ୍କ ଜ୍ଞାନ ଦେଖି ଇମ୍ପ୍ରେସ ହେଲେ ଚନ୍ଦ୍ରଚୁଡ଼ appeared first on Dharitri Odia News.