ଉଦ୍ଧାରକାରୀ ଦଳକୁ ମିଳିଲା ସଫଳତା, ଠାବ ହେଲା ନିଖୋଜ ମାଙ୍କ ମୃତଦେହ

ନାରାୟଣପାଟଣା ୨୮।୦୭ : ନାରାୟଣପାଟଣାରେ ପାଣିରେ ବୁଡି ମା-ଝିଅ ନିଖୋଜ ଘଟଣା । ଶେଷରେ ଓଡ୍ରାଫ୍‌ ଟିମ୍‌କୁ ମିଳିଲା ସଫଳତା । ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ମିଳିଲା ମାଙ୍କ ମୃତଦେହ । ହେଲେ ଏବେ ଯାଏଁ ଝିଅର କୌଣସି ପତ୍ତା ମିଳିନାହିଁ । ଏବେବି ଚାଲିଛି ଉଦ୍ଧାର କାର୍ଯ୍ୟ ।  ଖବର ଅନୁଯାୟୀ, ଦୁଇ ଜଣ ନାରାୟଣପାଟଣା ବ୍ଲକର ପାଲାପୁଟ ମା' ଗୃହରେ ରହିଥିଲେ। ଗର୍ଭବତୀ ମହିଳା ମୋତି ତାଡିଙ୍ଗି ଓ ତାଙ୍କ ୫ ବର୍ଷର ଝିଅ ନିକଟ ଝଞ୍ଜାବତୀ ନଈକୁ ଶୌଚ ହେବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ I ଏହାପରେ ସ୍ଥାନୀୟ ଲୋକ ପୋଲିସ ଏବଂ ପ୍ରଶସାନକୁ ଖବର ଦେଇଥିଲେ । ଏହାପରଠାରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଦୀର୍ଘ ସମୟର ପରେ ପୋଲିସକୁ ମିଳିଛି ମାଙ୍କ ମୃତଦେହ । ହେଲେ ଏବେ ଯାଏଁ ଝିଅର କୌଣସି ପତ୍ତା ମିଳିନାହିଁ । ଉଦ୍ଧାରକାରୀ ଦଳ ଏବେବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଉଦ୍ଧାରକାରୀ ଦଳକୁ ମିଳିଲା ସଫଳତା, ଠାବ ହେଲା ନିଖୋଜ ମାଙ୍କ ମୃତଦେହ

ନାରାୟଣପାଟଣା ୨୮।୦୭ : ନାରାୟଣପାଟଣାରେ ପାଣିରେ ବୁଡି ମା-ଝିଅ ନିଖୋଜ ଘଟଣା । ଶେଷରେ ଓଡ୍ରାଫ୍‌ ଟିମ୍‌କୁ ମିଳିଲା ସଫଳତା । ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ମିଳିଲା ମାଙ୍କ ମୃତଦେହ । ହେଲେ ଏବେ ଯାଏଁ ଝିଅର କୌଣସି ପତ୍ତା ମିଳିନାହିଁ । ଏବେବି ଚାଲିଛି ଉଦ୍ଧାର କାର୍ଯ୍ୟ ।  

ଖବର ଅନୁଯାୟୀ, ଦୁଇ ଜଣ ନାରାୟଣପାଟଣା ବ୍ଲକର ପାଲାପୁଟ ମା' ଗୃହରେ ରହିଥିଲେ। ଗର୍ଭବତୀ ମହିଳା ମୋତି ତାଡିଙ୍ଗି ଓ ତାଙ୍କ ୫ ବର୍ଷର ଝିଅ ନିକଟ ଝଞ୍ଜାବତୀ ନଈକୁ ଶୌଚ ହେବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ I ଏହାପରେ ସ୍ଥାନୀୟ ଲୋକ ପୋଲିସ ଏବଂ ପ୍ରଶସାନକୁ ଖବର ଦେଇଥିଲେ । ଏହାପରଠାରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଦୀର୍ଘ ସମୟର ପରେ ପୋଲିସକୁ ମିଳିଛି ମାଙ୍କ ମୃତଦେହ । ହେଲେ ଏବେ ଯାଏଁ ଝିଅର କୌଣସି ପତ୍ତା ମିଳିନାହିଁ । ଉଦ୍ଧାରକାରୀ ଦଳ ଏବେବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।