ମୁଁ ଏହି ଟି-୨୦ ବିଶ୍ଵକପ୍ ଜିତିବାକୁ ଚାହୁଁଛି କାରଣ...#DoltForDravid ଟ୍ରେଣ୍ଡ ଉପରେ ମୁହଁ ଖୋଲିଲେ ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ ଦଳ ଶନିବାର ବାର୍ବାଡୋସରେ ଟି-୨୦ ବିଶ୍ଵକପ୍‌ ୨୦୨୪ର ଫାଇନାଲ୍‌ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ମ୍ୟାଚ୍ ଖେଳିବାକୁ ଯେବେ ଟିମ୍ ଇଣ୍ଡିଆ ମଇଦାନକୁ ଓହ୍ଲାଇବ ତାହା ରାହୁଲ ଦ୍ରାବିଡ଼ଙ୍କ ଶେଷ ମ୍ୟାଚ୍ ହେବ। ଦ୍ରାବିଡ଼ଙ୍କ  ଚୁକ୍ତିନାମା ଗତ ବର୍ଷ ନଭେମ୍ବରରେ ଦିନିକିଆ ବିଶ୍ଵକପ୍‌ ପରେ ସରିଥିଲା। ହେଲେ ଦଳ ପ୍ରବନ୍ଧକ ତାଙ୍କୁ ଟି-୨୦ ବିଶ୍ଵକପ୍ ୨୦୨୪ ପର୍ଯ୍ୟନ୍ତ କୋଚ୍ ଦାୟିତ୍ଵ ସମ୍ଭାଳିବାକୁ ଅନୁରୋଧ କରିଥିଲେ। ତେବେ ଫାଇନାଲ୍ ପୂର୍ବରୁ  ଟି-୨୦ ବିଶ୍ଵକପ୍‌ର ଭାରତୀୟ ପ୍ରସାରକ ସାମାଜିକ ଗଣମାଧ୍ୟମରେ ‘ଡୁ ଇଟ୍ ଫର ଦ୍ରାବିଡ଼’(ଦ୍ରାବିଡ଼ଙ୍କ ପାଇଁ କର)ର ଅଭିଯାନ ଚଲାଇଛନ୍ତି, ଯାହାକୁ କ୍ରିକେଟ୍ ଜଗତ ଓ ପ୍ରଶଂସକଙ୍କ ସମର୍ଥନ ମିଳୁଛି। ମାତ୍ର ୫୧ ବର୍ଷୀୟ ଦ୍ରାବିଡ଼ଙ୍କୁ ଏହା ପସନ୍ଦ ଆସିନି। ଏହି ବିଶ୍ଵକପ୍ ଟାଇଟଲ୍‌ କୌଣସି ବ୍ୟକ୍ତି ପାଇଁ ନୁହେଁ ଦଳ ପାଇଁ ଜିତିବାକୁ ଚାହାନ୍ତି ବୋଲି ସେ କହିଛନ୍ତି।ଦ୍ରାବିଡ଼ଙ୍କ ପାଇଁ ବିଶ୍ଵକପ୍ ଜିତିବା କୌଣସି ବ୍ୟକ୍ତିଗତ ଗୌରବର   କ୍ଷଣ  ହେବ ନାହିଁ। ଏହା ଦଳର ଉପଲବ୍ଧି ହେବ। ତାଙ୍କ ମତରେ ଭାରତ ଯଦି ଚାମ୍ପିଅନ ହୁଏ ତେବେ ଏହା ଦଳର ପ୍ରୟାସ ଓ ରୋହିତ ଶର୍ମାଙ୍କ ପ୍ରେରଣାଦାୟୀ ପରିଣାମ ହେବ। ଦ୍ରାବିଡ଼ ନିଜର ବିଚାରକୁ ସ୍ପଷ୍ଟ କରି ଷ୍ଟାର ସ୍ପୋର୍ଟ୍ସ କୁ କହିଛନ୍ତି ଯେ, ମୁଁ ବାସ୍ ଭଲ କ୍ରିକେଟ୍ ଖେଳିବାକୁ ଚାହୁଁଛି। ମୁଁ ଏହା ବିରୋଧରେ ଅଛି ଯେ,

ମୁଁ ଏହି ଟି-୨୦ ବିଶ୍ଵକପ୍ ଜିତିବାକୁ ଚାହୁଁଛି କାରଣ...#DoltForDravid ଟ୍ରେଣ୍ଡ ଉପରେ ମୁହଁ ଖୋଲିଲେ ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ ଦଳ ଶନିବାର ବାର୍ବାଡୋସରେ ଟି-୨୦ ବିଶ୍ଵକପ୍‌ ୨୦୨୪ର ଫାଇନାଲ୍‌ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହି ମ୍ୟାଚ୍ ଖେଳିବାକୁ ଯେବେ ଟିମ୍ ଇଣ୍ଡିଆ ମଇଦାନକୁ ଓହ୍ଲାଇବ ତାହା ରାହୁଲ ଦ୍ରାବିଡ଼ଙ୍କ ଶେଷ ମ୍ୟାଚ୍ ହେବ। ଦ୍ରାବିଡ଼ଙ୍କ  ଚୁକ୍ତିନାମା ଗତ ବର୍ଷ ନଭେମ୍ବରରେ ଦିନିକିଆ ବିଶ୍ଵକପ୍‌ ପରେ ସରିଥିଲା। ହେଲେ ଦଳ ପ୍ରବନ୍ଧକ ତାଙ୍କୁ ଟି-୨୦ ବିଶ୍ଵକପ୍ ୨୦୨୪ ପର୍ଯ୍ୟନ୍ତ କୋଚ୍ ଦାୟିତ୍ଵ ସମ୍ଭାଳିବାକୁ ଅନୁରୋଧ କରିଥିଲେ। ତେବେ ଫାଇନାଲ୍ ପୂର୍ବରୁ  ଟି-୨୦ ବିଶ୍ଵକପ୍‌ର ଭାରତୀୟ ପ୍ରସାରକ ସାମାଜିକ ଗଣମାଧ୍ୟମରେ ‘ଡୁ ଇଟ୍ ଫର ଦ୍ରାବିଡ଼’(ଦ୍ରାବିଡ଼ଙ୍କ ପାଇଁ କର)ର ଅଭିଯାନ ଚଲାଇଛନ୍ତି, ଯାହାକୁ କ୍ରିକେଟ୍ ଜଗତ ଓ ପ୍ରଶଂସକଙ୍କ ସମର୍ଥନ ମିଳୁଛି। ମାତ୍ର ୫୧ ବର୍ଷୀୟ ଦ୍ରାବିଡ଼ଙ୍କୁ ଏହା ପସନ୍ଦ ଆସିନି। ଏହି ବିଶ୍ଵକପ୍ ଟାଇଟଲ୍‌ କୌଣସି ବ୍ୟକ୍ତି ପାଇଁ ନୁହେଁ ଦଳ ପାଇଁ ଜିତିବାକୁ ଚାହାନ୍ତି ବୋଲି ସେ କହିଛନ୍ତି।

ଦ୍ରାବିଡ଼ଙ୍କ ପାଇଁ ବିଶ୍ଵକପ୍ ଜିତିବା କୌଣସି ବ୍ୟକ୍ତିଗତ ଗୌରବର   କ୍ଷଣ  ହେବ ନାହିଁ। ଏହା ଦଳର ଉପଲବ୍ଧି ହେବ। ତାଙ୍କ ମତରେ ଭାରତ ଯଦି ଚାମ୍ପିଅନ ହୁଏ ତେବେ ଏହା ଦଳର ପ୍ରୟାସ ଓ ରୋହିତ ଶର୍ମାଙ୍କ ପ୍ରେରଣାଦାୟୀ ପରିଣାମ ହେବ। ଦ୍ରାବିଡ଼ ନିଜର ବିଚାରକୁ ସ୍ପଷ୍ଟ କରି ଷ୍ଟାର ସ୍ପୋର୍ଟ୍ସ କୁ କହିଛନ୍ତି ଯେ, ମୁଁ ବାସ୍ ଭଲ କ୍ରିକେଟ୍ ଖେଳିବାକୁ ଚାହୁଁଛି। ମୁଁ ଏହା ବିରୋଧରେ ଅଛି ଯେ, ଦଳ କେବଳ ଜଣେ ବ୍ୟକ୍ତି ପାଇଁ ଟ୍ରଫି ଜିତିବା ଉଚିତ୍। ମୁଁ ଏହି ବିଷୟରେ କିଛି କହିବାକୁ ଚାହୁଁଛି ନା ଏହା ବିଷୟରେ ଆଲୋଚନା କରିବାକୁ ଚାହୁଁଛି। 

ରାହୁଲ କହିଛନ୍ତି, ମୁଁ କାହା ପାଇଁ କିଛି କରିବାରେ ବିଶ୍ଵାସ କରେ ନାହିଁ। କୌଣସି ବ୍ୟକ୍ତିଙ୍କୁ ଯଦି ପଚରା ଯାଏ, ଆପଣ ମାଉଣ୍ଟ ଏଭରେଷ୍ଟ କାହିଁକି ଚଢିବାକୁ ଚାହାନ୍ତି ? ଆଉ ବ୍ୟକ୍ତି ଜଣକ କହୁଛନ୍ତି  ମୁଁ ମାଉଣ୍ଟ ଏଭରେଷ୍ଟ ଚଢିବାକୁ ଚାହୁଁଛି କାରଣ  ତାହା ମାଉଣ୍ଟ ଏଭରେଷ୍ଟରେ ହିଁ ଅଛି। ମୁଁ ବିଶ୍ଵକପ୍ ଜିତିବାକୁ ଚାହୁଁଛି କାରଣ ଏହା ଦେଶ ପାଇଁ ରହିବ।