ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା: ତୃତୀୟ ସ୍ଥାନରେ ଓଡ଼ିଆ ଅଫିସର ମନ୍ଦାକିନୀ

ଭୁବନେଶ୍ୱର, ୧୯।୩ (ବନ୍ଦନା ସେଠୀ): ଚତୁର୍ଥ ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା ଉତ୍ତର ପ୍ରଦେଶର ଆମ୍ରୋହାଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ପ୍ରାୟ ୫ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତେବେ ପ୍ରତିଯୋଗିତାରେ ବରିଷ୍ଠ ‘କ’ ବିଭାଗ (୨୮ରୁ ୩୫ବର୍ଷ) ବର୍ଗରେ ଓଡ଼ିଆ ଅଫିସର ମନ୍ଦାକିନୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ପିଲାଦିନରୁ ଯୋଗାସନ ଅଭ୍ୟାସ କରି ମନ୍ଦାକିନୀ ରାଜ୍ୟ ତଥା ଜାତୀୟସ୍ତରରେ ଗୌରବାନ୍ବିତ କରି ଆସୁଛନ୍ତି। […] The post ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା: ତୃତୀୟ ସ୍ଥାନରେ ଓଡ଼ିଆ ଅଫିସର ମନ୍ଦାକିନୀ appeared first on Dharitri Odia News.

ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା: ତୃତୀୟ ସ୍ଥାନରେ ଓଡ଼ିଆ ଅଫିସର ମନ୍ଦାକିନୀ

ଭୁବନେଶ୍ୱର, ୧୯।୩ (ବନ୍ଦନା ସେଠୀ): ଚତୁର୍ଥ ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା ଉତ୍ତର ପ୍ରଦେଶର ଆମ୍ରୋହାଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ପ୍ରାୟ ୫ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତେବେ ପ୍ରତିଯୋଗିତାରେ ବରିଷ୍ଠ ‘କ’ ବିଭାଗ (୨୮ରୁ ୩୫ବର୍ଷ) ବର୍ଗରେ ଓଡ଼ିଆ ଅଫିସର ମନ୍ଦାକିନୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ପିଲାଦିନରୁ ଯୋଗାସନ ଅଭ୍ୟାସ କରି ମନ୍ଦାକିନୀ ରାଜ୍ୟ ତଥା ଜାତୀୟସ୍ତରରେ ଗୌରବାନ୍ବିତ କରି ଆସୁଛନ୍ତି। ଫେବୃଆରୀରେ ମହାରାଷ୍ଟ୍ରର ନାଗପୁରଠାରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ପୋଲିସ ଖେଳକୁଦ ପ୍ରତିଯୋଗତାର ଯୋଗାସନ ବିଭାଗରେ ଅଂଶଗ୍ରହଣ କରି ସେ ରୌପ୍ୟ ପଦକ ପାଇଥିଲେ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇର ସିଲିପୁରରେ ହୋଇଥିବାବେଳେ ଏବେ ସେ ବିଏସ୍‌ଏଫ୍‌ ଅଧିକାରୀ ଭାବେ ନୂଆଦିଲ୍ଲୀରେ କାର୍ଯ୍ୟରତ ଅଛନ୍ତି।

The post ଜାତୀୟ ମହିଳା ଯୋଗାସନ ପ୍ରତିଯୋଗିତା: ତୃତୀୟ ସ୍ଥାନରେ ଓଡ଼ିଆ ଅଫିସର ମନ୍ଦାକିନୀ appeared first on Dharitri Odia News.