ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବ ରହିଛି, ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ: ମନ୍ତ୍ରୀ
ଭୁବନେଶ୍ଵର: ରାଜ୍ୟରେ ଡାକ୍ତର, ପାରା ମେଡିକାଲ ଷ୍ଟାଫ ଓ ସ୍ପେସିଆଲିଷ୍ଟ ଡାକ୍ତରଙ୍କ ଅଭାବ ରହିଛି। ଏଥିପାଇଁ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ତାରକା ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଉତ୍ତର ରଖିଛନ୍ତି। ରାଜ୍ୟରେ ୧୫ ହଜାର ୭୭୪ ଡାକ୍ତର ପଦବୀ ଥିବା ବେଳେ ୧୦ ହଜାର ୧୦ ଜଣ କାର୍ଯ୍ୟରତ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ତେବେ ଆବଶ୍ୟକତା ଦୃଷ୍ଟିରୁ ଚୁକ୍ତି ଭିତ୍ତିକ ଡାକ୍ତର ନିଯୁକ୍ତି କରାଯାଉଛି। ଦେଖିବାକୁ ଗଲେ କେବଳ ଯାଜପୁର ଜିଲ୍ଲାରେ ହିଁ ୨୭୮ ଡାକ୍ତର ପଦବୀ ଖାଲିପଡିଛି। ରାଜ୍ୟରେ ଡାକ୍ତର, ପାରା ମେଡିକାଲ ଷ୍ଟାଫ ଓ ସ୍ପେସିଆଲିଷ୍ଟ ଡାକ୍ତର ଅଭାବ ରହିଛି। ଖୁବ ଶୀଘ୍ର ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଏବେ ୫୭୬୪ ଡାକ୍ତର ପଦବୀ ଖାଲି ପଡ଼ିଛି। ୧୫୭୭୪ ଡାକ୍ତର ପଦବୀ ଥିବା ବେଳେ ୧୦ ହଜାର ୧୦ ଜଣ କାର୍ଯ୍ୟରତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ଆବଶ୍ୟକତା ଦୃଷ୍ଟିରୁ ଚୁକ୍ତି ଭିତ୍ତିକ ଡାକ୍ତର ନିଯୁକ୍ତି କରାଯାଉଛି। ତେବେ ପୂର୍ବରୁ ସରକାରରୁ ଡାକ୍ତର ଅଭାବ ଚାଲିଆସିଛନ୍ତି ବୋଲି ଏହି ଅବସରରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।Also read: ହଇଜାକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, କହିଲେ- ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା...ସେପଟେ ୯ ଜିଲ୍ଲା
ଭୁବନେଶ୍ଵର: ରାଜ୍ୟରେ ଡାକ୍ତର, ପାରା ମେଡିକାଲ ଷ୍ଟାଫ ଓ ସ୍ପେସିଆଲିଷ୍ଟ ଡାକ୍ତରଙ୍କ ଅଭାବ ରହିଛି। ଏଥିପାଇଁ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ତାରକା ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଉତ୍ତର ରଖିଛନ୍ତି। ରାଜ୍ୟରେ ୧୫ ହଜାର ୭୭୪ ଡାକ୍ତର ପଦବୀ ଥିବା ବେଳେ ୧୦ ହଜାର ୧୦ ଜଣ କାର୍ଯ୍ୟରତ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ତେବେ ଆବଶ୍ୟକତା ଦୃଷ୍ଟିରୁ ଚୁକ୍ତି ଭିତ୍ତିକ ଡାକ୍ତର ନିଯୁକ୍ତି କରାଯାଉଛି। ଦେଖିବାକୁ ଗଲେ କେବଳ ଯାଜପୁର ଜିଲ୍ଲାରେ ହିଁ ୨୭୮ ଡାକ୍ତର ପଦବୀ ଖାଲିପଡିଛି।
ରାଜ୍ୟରେ ଡାକ୍ତର, ପାରା ମେଡିକାଲ ଷ୍ଟାଫ ଓ ସ୍ପେସିଆଲିଷ୍ଟ ଡାକ୍ତର ଅଭାବ ରହିଛି। ଖୁବ ଶୀଘ୍ର ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଏବେ ୫୭୬୪ ଡାକ୍ତର ପଦବୀ ଖାଲି ପଡ଼ିଛି। ୧୫୭୭୪ ଡାକ୍ତର ପଦବୀ ଥିବା ବେଳେ ୧୦ ହଜାର ୧୦ ଜଣ କାର୍ଯ୍ୟରତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ଆବଶ୍ୟକତା ଦୃଷ୍ଟିରୁ ଚୁକ୍ତି ଭିତ୍ତିକ ଡାକ୍ତର ନିଯୁକ୍ତି କରାଯାଉଛି। ତେବେ ପୂର୍ବରୁ ସରକାରରୁ ଡାକ୍ତର ଅଭାବ ଚାଲିଆସିଛନ୍ତି ବୋଲି ଏହି ଅବସରରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
Also read: ହଇଜାକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, କହିଲେ- ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା...
ସେପଟେ ୯ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଏବେ ରାଜ୍ୟରେ ବହୁ ସଂଖ୍ୟାରେ ଡାକ୍ତର ପଦବୀ ଖାଲି ପଡିଛି। କେବଳ ଯାଜପୁର ଜିଲ୍ଲାରେ ୨୭୮ଟି ପଦବୀ ଖାଲିପଡ଼ିଛି। ସେଥିମଧ୍ୟରୁ ଜିଲ୍ଲା ହେଡ୍ କ୍ବାର୍ଟରରେ ୮୬ ପଦବୀ, ସିଏଚିସି ବିଞ୍ଝାରପୁରରେ ୨୦ଟି ପଦବୀ, ସିଏଚସି ମଙ୍ଗଳପୁରରେ ୧୯ଟି ପଦବୀ, ସିଏଚସି ସୁକିନ୍ଦାରେ ୧୬ଟି ପଦବୀ ଖାଲି ପଡ଼ିଛି।
ସେହିପରି ସିଏଚସି ଧର୍ମଶାଳାରେ ଓ ବଡ଼ଚଣାରେ ୧୫ଟି ଲେଖାଏଁ ପଦବୀ ଖାଲିପଡିଥିବା ଜଣାପଡିଛି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ନିଯୁକ୍ତି ପରେ ପୁରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ନିୟୋଜିତ ହେବେ ଡାକ୍ତର। ଯେଉଁ ହସ୍ପିଟାଲରେ ଡାକ୍ତର ଅଭାବ, ସେଠାରେ 24 ଘଣ୍ଟିଆ ଡାକ୍ତରୀ ସେବା ପାଇଁ ଗୃହରୁ ନିର୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ।