ଭାରତରେ ୨-୩ ବିଲିଅନ ଡଲାର ନିବେଶ ନେଇ ଘୋଷଣା କରିପାରନ୍ତି ଏଲନ ମସ୍କ

ନୂଆଦିଲ୍ଲୀ: ଏଲନ ମସ୍କ ଭାରତରେ ୨-୩ ବିଲିଅନ ଡଲାର ନିବେଶ ନେଇ ଘୋଷଣା କରିପାରନ୍ତି। ନୂଆ ଫ୍ୟାକ୍ଟ୍ରି ଖୋଲିବା ପାଇଁ ଏହି ନିବେଶ କରାଯିବ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ଆସନ୍ତା ସପ୍ତାହରେ ମସ୍କ ଭାରତ ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ସେ ନିବେଶ ନେଇ ଘୋଷଣା କରିବେ ବୋଲି ଖବର ପ୍ରକାଶ ପାଉଛି। ମସ୍କ ଜାଣିଛନ୍ତି ଯେ ଇଲେକ୍ଟ୍ରିକ ଅଟୋମୋବାଇଲ୍‌ କ୍ଷେତ୍ରରେ ବିଶ୍ୱର ରାଜା ହେବାକୁ ହେଲେ ଭାରତ ଭଳି ମର୍କେଟ୍‌କୁ କବ୍‌ଜା କରିବାକୁ ପଡ଼ିବ। ଏଥିପାଇଁ ମସ୍କ ରଣନୀତି ପ୍ରସ୍ତୁତ କରି ସାରିଛନ୍ତି ବୋଲି ଶୁଣିବାକୁ ମିଳୁଛି। ବର୍ତ୍ତମାନ ଭାରତ ଇଭି ମାର୍କେଟ୍‌ ଅଗ୍ରଗାମୀ ସ୍ଥିତିରେ ରହିଛି। ସ୍ମଲ୍‌ ସେଗ୍‌ମେଣ୍ଟରେ ବର୍ତ୍ତମାନ ପାଇଁ ଟାଟା ମୋଟର୍ସ ଭାରତୀୟ ମାର୍କେଟ୍‌ରେ କବ୍ଜା କରିଛି। ୨୦୨୩ରେ ମୋଟ କାର୍ ବିକ୍ରିରେ କେବଳ ଇଭି ୨ ପ୍ରତିଶତ ବିକ୍ରି ହୋଇଛି। ହେଲେ ୨୦୩୦ ସୁଦ୍ଧା ୩୦ ପ୍ରତିଶତ ନୂଆ କାର୍ ଇଭି କାର କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।ମସ୍କଙ୍କ ପାଇଁ ବି ବର୍ତ୍ତମାନ ଭାରତ ଗସ୍ତ ଖୁବ୍ ଜରୁରୀ। କାରଣ ଆମେରିକା ଚୀନ ଭଳି ବଜାରରେ ଟେସ୍‌ଲା ଇ-କାର ବିକ୍ରି ହ୍ରାସ ପାଇଛି। ଏଥିପାଇଁ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିଛି କମ୍ପାନୀ। ଏପରି ସ୍ଥଳେ ଭାରତୀୟ ବଜାରରେ ଯଦି ଟେସ୍‌ଲା ଏଣ୍ଟ୍ରି କଲେ ଓ ସୁହାଇଲା ଭଳି କାର୍‌ ତିଆରି କରେ ତେବେ କମ୍ପାନୀ ଭାରତରେ ହିଁ ଜବରଦସ୍ତ

ଭାରତରେ ୨-୩ ବିଲିଅନ ଡଲାର ନିବେଶ ନେଇ ଘୋଷଣା କରିପାରନ୍ତି ଏଲନ ମସ୍କ

ନୂଆଦିଲ୍ଲୀ: ଏଲନ ମସ୍କ ଭାରତରେ ୨-୩ ବିଲିଅନ ଡଲାର ନିବେଶ ନେଇ ଘୋଷଣା କରିପାରନ୍ତି। ନୂଆ ଫ୍ୟାକ୍ଟ୍ରି ଖୋଲିବା ପାଇଁ ଏହି ନିବେଶ କରାଯିବ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ଆସନ୍ତା ସପ୍ତାହରେ ମସ୍କ ଭାରତ ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ସେ ନିବେଶ ନେଇ ଘୋଷଣା କରିବେ ବୋଲି ଖବର ପ୍ରକାଶ ପାଉଛି। 

ମସ୍କ ଜାଣିଛନ୍ତି ଯେ ଇଲେକ୍ଟ୍ରିକ ଅଟୋମୋବାଇଲ୍‌ କ୍ଷେତ୍ରରେ ବିଶ୍ୱର ରାଜା ହେବାକୁ ହେଲେ ଭାରତ ଭଳି ମର୍କେଟ୍‌କୁ କବ୍‌ଜା କରିବାକୁ ପଡ଼ିବ। ଏଥିପାଇଁ ମସ୍କ ରଣନୀତି ପ୍ରସ୍ତୁତ କରି ସାରିଛନ୍ତି ବୋଲି ଶୁଣିବାକୁ ମିଳୁଛି। ବର୍ତ୍ତମାନ ଭାରତ ଇଭି ମାର୍କେଟ୍‌ ଅଗ୍ରଗାମୀ ସ୍ଥିତିରେ ରହିଛି। ସ୍ମଲ୍‌ ସେଗ୍‌ମେଣ୍ଟରେ ବର୍ତ୍ତମାନ ପାଇଁ ଟାଟା ମୋଟର୍ସ ଭାରତୀୟ ମାର୍କେଟ୍‌ରେ କବ୍ଜା କରିଛି। ୨୦୨୩ରେ ମୋଟ କାର୍ ବିକ୍ରିରେ କେବଳ ଇଭି ୨ ପ୍ରତିଶତ ବିକ୍ରି ହୋଇଛି। ହେଲେ ୨୦୩୦ ସୁଦ୍ଧା ୩୦ ପ୍ରତିଶତ ନୂଆ କାର୍ ଇଭି କାର କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ମସ୍କଙ୍କ ପାଇଁ ବି ବର୍ତ୍ତମାନ ଭାରତ ଗସ୍ତ ଖୁବ୍ ଜରୁରୀ। କାରଣ ଆମେରିକା ଚୀନ ଭଳି ବଜାରରେ ଟେସ୍‌ଲା ଇ-କାର ବିକ୍ରି ହ୍ରାସ ପାଇଛି। ଏଥିପାଇଁ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିଛି କମ୍ପାନୀ। ଏପରି ସ୍ଥଳେ ଭାରତୀୟ ବଜାରରେ ଯଦି ଟେସ୍‌ଲା ଏଣ୍ଟ୍ରି କଲେ ଓ ସୁହାଇଲା ଭଳି କାର୍‌ ତିଆରି କରେ ତେବେ କମ୍ପାନୀ ଭାରତରେ ହିଁ ଜବରଦସ୍ତ ଆୟ କରିବ।  

ପଢ଼ନ୍ତୁ-S1X ମୋଡେଲ୍ ସ୍କୁଟିର ମୂଲ୍ୟ ହ୍ରାସ କଲା ଓଲା: ୯ ହଜାର ଟଙ୍କା କମିଲା

ମସ୍କଙ୍କ ଭାରତ ଗସ୍ତ ନେଇ ସର୍ବସାଧାଣରେ ଘୋଷଣା କରାଯାଇ ନାହିଁ। ଉଭୟ ସରକାର କିମ୍ବା କମ୍ପାନୀ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ତେବେ ନିକଟରେ କମ୍ପାନୀର ସିଇଓ ସୋସିଆଲ୍ ମିଡିଆରେ ମସ୍କ ମୋଦୀଙ୍କୁ ଭେଟିପାରନ୍ତି ବୋଲି ସୂଚନା ଦେଇଥିଲେ। ତେବେ ମସ୍କ ଭାରତ ଗସ୍ତରେ ଆସି ପୁଞ୍ଜି ନିବେଶ, ଟେସ୍‌ଲା ପ୍ଲାଣ୍ଟ କେଉଁଠି ଖୋଲିବ ଆଦି ସମ୍ପର୍କରେ ଖୁଲାସା କରିପାରନ୍ତି ବୋଲି ସୂତ୍ରରୁ ସୂଚନା ମିଳିଛି। 

ଭାରତୀୟ ମାର୍କେଟ୍‌ରେ ପ୍ରବେଶ କରିବା ପାଇଁ ଟେସ୍‌ଲୀ ଦୀର୍ଘଦିନ ହେଲା ପ୍ରୟାସ ଜାରି ରଖିଛି। ହେଲେ ଭାରତ ସରକାରଙ୍କର ଆମଦାନୀ ଶୁଳ୍କ ପାଇଁ କମ୍ପାନୀ ଏଠାରେ କାର୍ ବିକ୍ରି ପାରୁ ନାହିଁ। ଭାରତ ସରକାରଙ୍କର ଆଭିମୁଖ୍ୟ ହେଉଛି ଟେସ୍‌ଲୀ ଯଦି ଭାରତୀୟ ମାର୍କେଟ୍‌ରେ କାର୍ ବିକ୍ରି କରିବ ତେବେ କମ୍ପାନୀ ଏହିଠାରେ ହିଁ ପ୍ଲାଣ୍ଟ ଖୋଲୁ ଓ ଉତ୍ପାଦନ କରୁ। ଅନ୍ୟ ଦେଶରୁ ତିଆରି କରି ଭାରତରେ ବିକ୍ରି କରିବାକୁ ସରକାର ଚାହୁଁ ନାହାନ୍ତି। ତେଣୁ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତ କରିଛନ୍ତି।

ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଆଣିଥିବା ନୂଆ ଇଭି ପଲିସିରେ ଆମଦାନୀ ଶୁଳ୍କ ୧୦୦ ପ୍ରତିଶତରରୁ ୧୫ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। କିଛି ନିର୍ଦ୍ଦିଷ୍ଟ ମୋଡେଲ୍ ପାଇଁ ଏହି ନିୟମ ଲାଗୁ ହେବ। ଏଥିପାଇଁ ସର୍ତ୍ତ ହେଲା କମ୍ପାନୀ ଦେଶରେ ୫୦୦ ମିଲିଅନ ନିବେଶ କରି ମାନୁଫାକଚ୍ରିଂ ପ୍ଲାଣ୍ଟ ବସାଇବାକୁ ପଡ଼ିବ।     

ସୂଚନା ଥାଉକି ଟେସ୍‌ଲା ଭାରତରେ ଦିଲ୍ଲୀ ଓ ମୁମ୍ବାଇରେ କାର୍ ଶୋ ରୁମ କରିବାକୁ ଜାଗାର ସନ୍ଧାନ କରୁଥିବା ବେଳେ ବର୍ଲିନ୍‌ରେ ଥିବା ଫ୍ୟାକ୍ଟ୍ରିରେ ଭାରତ ପାଇଁ ଡାହାଣପଟ ଷ୍ଟୟରିଂ ଥାଇ କାର୍ ପ୍ରଡକ୍ସନ କରିବାକୁ କମ୍ପାନୀ ଯୋଜନା କରୁଛି