ଶପଥ ନେବେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି, ଶପଥ ପାଠ କରାଇବେ ରାଷ୍ଟ୍ରପତି

ନୂଆଦିଲ୍ଲୀ ୧୧/୧୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ବିଧିବଦ୍ଧ ଭାବେ ଅବସର ନେଇଛନ୍ତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ । ତାଙ୍କ ସ୍ଥାନରେ ନୂଆ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତି ମିଳିଛି । ସୋମବାର ଜଷ୍ଟିସ ଖାନ୍ନା ଦେଶର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ସୋମବାର ପୂର୍ବାହ୍ନ ୧୦ଟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ପଦରେ ୬ମାସ ଅର୍ଥାତ ୨୦୨୫ ମେ ୧୩ ପର୍ଯ୍ୟନ୍ତ ରହିବେ । ତାଙ୍କ ପିତା ଦେବରାଜ ଖାନ୍ନା ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିଲେ । ୧୯୬୦ ମେ ୧୪ରେ ଜନ୍ମିତ ଜଷ୍ଟିସ ଖାନ୍ନା ୧୯୮୩ରେ ଦିଲ୍ଲୀ ବାର୍‌ କାଉନସିଲରେ ଯୋଗଦେଇ ଓକିଲାତି ଜୀବନ ଆରମ୍ଭ କରିଥିଲେ । ସାମ୍ବିଧାନିକ ଆଇନ, ଟିକସ, ମଧ୍ୟସ୍ଥତା ଆଇନ, ବାଣିଜ୍ୟିକ ଆଇନ ଓ ପରିବେଶ ଆଇନ ଉପରେ ତାଙ୍କର ବେଶ୍‌ ଅଭିଜ୍ଞତା ରହିଛି । ୨୦୧୯ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ନିର୍ବାଚନ ବଣ୍ଡ ରଦ୍ଦ ଠାରୁ ଆରମ୍ଭ କରି ଇଭିଏମ୍‌ର ସ୍ୱଚ୍ଛତା ଏବଂ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ସହ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କୁ ଜାମିନ ପ୍ରଦାନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ଶପଥ ନେବେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି, ଶପଥ ପାଠ କରାଇବେ ରାଷ୍ଟ୍ରପତି

ନୂଆଦିଲ୍ଲୀ ୧୧/୧୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ବିଧିବଦ୍ଧ ଭାବେ ଅବସର ନେଇଛନ୍ତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ । ତାଙ୍କ ସ୍ଥାନରେ ନୂଆ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ସଞ୍ଜୀବ ଖାନ୍ନାଙ୍କୁ ନିଯୁକ୍ତି ମିଳିଛି । ସୋମବାର ଜଷ୍ଟିସ ଖାନ୍ନା ଦେଶର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । 

ସୋମବାର ପୂର୍ବାହ୍ନ ୧୦ଟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ପଦରେ ୬ମାସ ଅର୍ଥାତ ୨୦୨୫ ମେ ୧୩ ପର୍ଯ୍ୟନ୍ତ ରହିବେ । ତାଙ୍କ ପିତା ଦେବରାଜ ଖାନ୍ନା ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିଲେ । 

୧୯୬୦ ମେ ୧୪ରେ ଜନ୍ମିତ ଜଷ୍ଟିସ ଖାନ୍ନା ୧୯୮୩ରେ ଦିଲ୍ଲୀ ବାର୍‌ କାଉନସିଲରେ ଯୋଗଦେଇ ଓକିଲାତି ଜୀବନ ଆରମ୍ଭ କରିଥିଲେ । ସାମ୍ବିଧାନିକ ଆଇନ, ଟିକସ, ମଧ୍ୟସ୍ଥତା ଆଇନ, ବାଣିଜ୍ୟିକ ଆଇନ ଓ ପରିବେଶ ଆଇନ ଉପରେ ତାଙ୍କର ବେଶ୍‌ ଅଭିଜ୍ଞତା ରହିଛି । ୨୦୧୯ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । 

ନିର୍ବାଚନ ବଣ୍ଡ ରଦ୍ଦ ଠାରୁ ଆରମ୍ଭ କରି ଇଭିଏମ୍‌ର ସ୍ୱଚ୍ଛତା ଏବଂ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ସହ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କୁ ଜାମିନ ପ୍ରଦାନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।