୬୫ ହଜାର ଗଛରେ ଲେଖାଗଲା ‘ଭାରତମାତା’, ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ହେଲା ସାମିଲ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଚାଲିଥିବା ତାଡୋବା ଉତ୍ସବରେ ଭାରତମାତା ଗିନିଜ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଏହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖବର ଅନୁସାରେ ଏହି ରେକର୍ଡ ୬୫ ହଜାର ୭୨୪ ଗଛ ସାହାଯ୍ୟରେ ଭାରତମାତା ଲେଖା ଯାଇ କରାଯାଇଛି । ମହାରାଷ୍ଟ୍ର ବନ ବିଭାଗ ପକ୍ଷରୁ ଏହି ଆୟୋଜନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ୩ ଦିନିଆ ତାଡୋଭା ଉତ୍ସବ ଆୟୋଜନ କରାଯାଇଥିଲା । ମାର୍ଚ୍ଚ ୧ରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା, ଯେଉଁଠି ଏହି ଏକ ବିରଳ ୱାର୍ଲଡ ରେକର୍ଡ କରାଯାଇଛି । କୁହାଯାଇଛି ଯେ ଏହି ରେକର୍ଡରେ ୨୬ ପ୍ରକାର ସ୍ୱଦେଶୀ ଗଛ ବ୍ୟବହାର କରାଯାଇଛି । ଏହି ୬୫ ହଜାର ୭୨୪ ଗଛ ସାହାଯ୍ୟରେ ଭାରତମାତା ଲେଖାଯାଇଛି । ରାମବାଗ ଫରେଷ୍ଟ କଲୋନି ଗ୍ରାଉଣ୍ଡରେ ଏହି ଆୟୋଜନ କରାଯାଇଥିଲା । ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ବୋଲି କୁହାଯାଉଛି । The Maharashtra Forest Department, Government of Maharashtra, India has achieved a remarkable feat while paying a tribute to the nation, at Chandrapur.#WWD2024#TadobaFestival#ConnectingPeopleAndPlanet#DigitalInnovation#WildlifeConservation#SaveTigerMission#SaveTheTiger pic.twitter.com/tK2oMY0T78 — Tado
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଚାଲିଥିବା ତାଡୋବା ଉତ୍ସବରେ ଭାରତମାତା ଗିନିଜ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଏହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖବର ଅନୁସାରେ ଏହି ରେକର୍ଡ ୬୫ ହଜାର ୭୨୪ ଗଛ ସାହାଯ୍ୟରେ ଭାରତମାତା ଲେଖା ଯାଇ କରାଯାଇଛି । ମହାରାଷ୍ଟ୍ର ବନ ବିଭାଗ ପକ୍ଷରୁ ଏହି ଆୟୋଜନ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ୩ ଦିନିଆ ତାଡୋଭା ଉତ୍ସବ ଆୟୋଜନ କରାଯାଇଥିଲା । ମାର୍ଚ୍ଚ ୧ରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା, ଯେଉଁଠି ଏହି ଏକ ବିରଳ ୱାର୍ଲଡ ରେକର୍ଡ କରାଯାଇଛି । କୁହାଯାଇଛି ଯେ ଏହି ରେକର୍ଡରେ ୨୬ ପ୍ରକାର ସ୍ୱଦେଶୀ ଗଛ ବ୍ୟବହାର କରାଯାଇଛି । ଏହି ୬୫ ହଜାର ୭୨୪ ଗଛ ସାହାଯ୍ୟରେ ଭାରତମାତା ଲେଖାଯାଇଛି । ରାମବାଗ ଫରେଷ୍ଟ କଲୋନି ଗ୍ରାଉଣ୍ଡରେ ଏହି ଆୟୋଜନ କରାଯାଇଥିଲା । ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ବୋଲି କୁହାଯାଉଛି ।
The Maharashtra Forest Department, Government of Maharashtra, India has achieved a remarkable feat while paying a tribute to the nation, at Chandrapur.#WWD2024#TadobaFestival#ConnectingPeopleAndPlanet#DigitalInnovation#WildlifeConservation#SaveTigerMission#SaveTheTiger pic.twitter.com/tK2oMY0T78— Tadoba-Andhari Tiger Reserve (@mytadoba) March 3, 2024
ମହାରାଷ୍ଟ୍ର ବନ ବିଭାଗ ପକ୍ଷରୁ କରାଯାଇଥିବା ଏହି ଆୟୋଜନରେ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ପକ୍ଷରୁ ଗୋଟିଏ ଟିମ୍ ଉପସ୍ଥିତ ରହିଥିଲେ । ପରେ ଏହାର ପ୍ରମାଣପତ୍ର ରାଜ୍ୟର ମନ୍ତ୍ରୀ ସୁଧୀର ମୁନଗଣ୍ଟିୱାରଙ୍କୁ ଦିଆଯାଆଇଛି ।
The post ୬୫ ହଜାର ଗଛରେ ଲେଖାଗଲା ‘ଭାରତମାତା’, ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ହେଲା ସାମିଲ appeared first on Prameya News7.