ଗୁରୁବାର ପାଳନ ହେବ ଇଦ୍, ଚାନ୍ଦ କମିଟି ଅଞ୍ଜୁମନ୍ ଇସ୍ଲାମିଆ ଓଡ଼ିଶା ପକ୍ଷରୁ ସୂଚନା
କଟକ: ଆସନ୍ତା ଏପ୍ରିଲ୍ ୧୧ ତାରିଖ ଅର୍ଥାତ୍ ଗୁରୁବାର ଓଡ଼ିଶାରେ ହେବ ଇଦ୍ ଉଲ୍ ଫିତର୍। ମଙ୍ଗଳବାର ଚାନ୍ଦ ଦେଖାନଯିବାରୁ ବୁଧବାର ପାଳନ ହେବ ନାହିଁ ଇଦ୍ । ସୂଚନାଥାଉକି, ଇସଲାମିକ କ୍ୟାଲେଣ୍ଡର ହିଜରୀ ଅନୁଯାୟୀ, ଏକ ମାସ ୨୯ କିମ୍ବା ୩୦ ଦିନର ହୋଇଥାଏ। ତେବେ ଚଳିତ ବର୍ଷ ରାମଜାନ ମାସର ୨୯ ଦିନ ହେବା ପରେ ମଧ୍ୟ ଚାନ୍ଦ ଦେଖାଯାଇନାହିଁ। ଏଥିପାଇଁ ଏଥର ରମଜାନ ୩୦ ଦିନ ରହିଛି।ଯାହାଫଳରେ ରମଜାନ ମାସର ୩୦ ଦିନର ପର ଦିନ ଅର୍ଥାତ୍ ଏପ୍ରିଲ ୧୧, ଗୁରୁବାର ଦିନ ସାରା ଓଡ଼ିଶାରେ ଇଦ୍ ପାଳନ ହେବ । ଏନେଇ ଅଞ୍ଜୁମନ ଇସଲାମିଆ ଅହେଲେ ସୁନ୍ନତ ଅଲ୍ ଜମାତ୍ ଓଡ଼ିଶାର ଚାନ୍ଦ କମିଟି ପକ୍ଷରୁ ଏକ ବୈଠକ ବସିଥିଲା। ଏହାପରେ ଆସନ୍ତା ୧୧ରେ ଇଦ୍ ଉଲ ଫିତର ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ କେବଳ ଓଡ଼ିଶା ନୁହେଁ ସାରା ଦେଶରେ ମଧ୍ୟ ଏହି ଦିନ ଇଦ୍ ପାଳନ ହେବ।ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୨ତାରିଖରୁ ଆରମ୍ଭ ହୋଇଥିଲା ମୁସଲିମ୍ ଧର୍ମର ପବିତ୍ର ରମଜାନ୍ ମାସ। ଏହି ମାସରେ ଉପବାସ କରୁଥିବା ଲୋକମାନେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଦିନ ସାରା ଏକ ମାସ ଯାଏଁ ଉପବାସ ପାଳନ କରିଥାନ୍ତି । ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ଏକାଠି ହୋଇ ମୁସଲମାନ ଭାଇମାନେ ସମୂହ ନମାଜ ପାଠ କରିଥାନ୍ତି ।
କଟକ: ଆସନ୍ତା ଏପ୍ରିଲ୍ ୧୧ ତାରିଖ ଅର୍ଥାତ୍ ଗୁରୁବାର ଓଡ଼ିଶାରେ ହେବ ଇଦ୍ ଉଲ୍ ଫିତର୍। ମଙ୍ଗଳବାର ଚାନ୍ଦ ଦେଖାନଯିବାରୁ ବୁଧବାର ପାଳନ ହେବ ନାହିଁ ଇଦ୍ । ସୂଚନାଥାଉକି, ଇସଲାମିକ କ୍ୟାଲେଣ୍ଡର ହିଜରୀ ଅନୁଯାୟୀ, ଏକ ମାସ ୨୯ କିମ୍ବା ୩୦ ଦିନର ହୋଇଥାଏ। ତେବେ ଚଳିତ ବର୍ଷ ରାମଜାନ ମାସର ୨୯ ଦିନ ହେବା ପରେ ମଧ୍ୟ ଚାନ୍ଦ ଦେଖାଯାଇନାହିଁ। ଏଥିପାଇଁ ଏଥର ରମଜାନ ୩୦ ଦିନ ରହିଛି।
ଯାହାଫଳରେ ରମଜାନ ମାସର ୩୦ ଦିନର ପର ଦିନ ଅର୍ଥାତ୍ ଏପ୍ରିଲ ୧୧, ଗୁରୁବାର ଦିନ ସାରା ଓଡ଼ିଶାରେ ଇଦ୍ ପାଳନ ହେବ । ଏନେଇ ଅଞ୍ଜୁମନ ଇସଲାମିଆ ଅହେଲେ ସୁନ୍ନତ ଅଲ୍ ଜମାତ୍ ଓଡ଼ିଶାର ଚାନ୍ଦ କମିଟି ପକ୍ଷରୁ ଏକ ବୈଠକ ବସିଥିଲା। ଏହାପରେ ଆସନ୍ତା ୧୧ରେ ଇଦ୍ ଉଲ ଫିତର ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ କେବଳ ଓଡ଼ିଶା ନୁହେଁ ସାରା ଦେଶରେ ମଧ୍ୟ ଏହି ଦିନ ଇଦ୍ ପାଳନ ହେବ।
ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୨ତାରିଖରୁ ଆରମ୍ଭ ହୋଇଥିଲା ମୁସଲିମ୍ ଧର୍ମର ପବିତ୍ର ରମଜାନ୍ ମାସ। ଏହି ମାସରେ ଉପବାସ କରୁଥିବା ଲୋକମାନେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଦିନ ସାରା ଏକ ମାସ ଯାଏଁ ଉପବାସ ପାଳନ କରିଥାନ୍ତି । ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ଏକାଠି ହୋଇ ମୁସଲମାନ ଭାଇମାନେ ସମୂହ ନମାଜ ପାଠ କରିଥାନ୍ତି ।