ଗ୍ରାହକ ସେବା କେନ୍ଦ୍ରରୁ ୨୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ, ମାଲିକଙ୍କୁ ଅଟକ ରଖିଲେ ଜମାକାରୀ

ଜଳେଶ୍ବର: ଗ୍ରାହକ ସେବା କେନ୍ଦ୍ରରୁ ୨୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ। ସେବା କେନ୍ଦ୍ରର ମାଲିକଙ୍କୁ ଅଟକ ରଖିଲେ ଜମାକାରୀ । ଘଟଣା ଘଟିଛି, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଜୁଣବଳଦା ଠାରେ। ସୂଚନା ଅନୁଯାୟୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅମର୍ଦାରୋଡ ଶାଖାର ଏକ କିଓସ୍କ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରେ ହଜାରେରୁ ଅଧିକ ଜମାକାରୀ ନିଜର ଟଙ୍କା ଜମା କରିଥିଲେ । କିନ୍ତୁ ଏହି ବ୍ୟାଙ୍କର ପରିଚାଳକ ଦାୟିତ୍ବରେ ଥିବା ଗ୍ରାମର ଅନିଲ କୁମାର ଦାସ, ଜମାକାରୀଙ୍କ ଅଜାଣତରେ ଖାତାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ହଡପ କରିନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ତେବେ ଶୁକ୍ରବାର, ବ୍ୟାଙ୍କ ମାଲିକ ବ୍ୟାଙ୍କକୁ ଆସିଥିବା ବେଳେ କିଛି ଜମାକାରୀ ଟଙ୍କା ଉଠାଇବା ପାଇଁ ଆସିଥିଲେ, ମାତ୍ର ଖାତାରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ଫଳରେ ଜମାକାରୀମାନେ ପହଞ୍ଚି ମାଲିକ ଶିବାନନ୍ଦ ଦାସଙ୍କୁ ଗ୍ରାମର କ୍ଲବ ଘରେ‌ ଅଟକ ରଖିଛନ୍ତି ।

ଗ୍ରାହକ ସେବା କେନ୍ଦ୍ରରୁ ୨୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ, ମାଲିକଙ୍କୁ ଅଟକ ରଖିଲେ ଜମାକାରୀ

ଜଳେଶ୍ବର: ଗ୍ରାହକ ସେବା କେନ୍ଦ୍ରରୁ ୨୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ। ସେବା କେନ୍ଦ୍ରର ମାଲିକଙ୍କୁ ଅଟକ ରଖିଲେ ଜମାକାରୀ । ଘଟଣା ଘଟିଛି, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଜୁଣବଳଦା ଠାରେ। 

ସୂଚନା ଅନୁଯାୟୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅମର୍ଦାରୋଡ ଶାଖାର ଏକ କିଓସ୍କ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରେ ହଜାରେରୁ ଅଧିକ ଜମାକାରୀ ନିଜର ଟଙ୍କା ଜମା କରିଥିଲେ । କିନ୍ତୁ ଏହି ବ୍ୟାଙ୍କର ପରିଚାଳକ ଦାୟିତ୍ବରେ ଥିବା ଗ୍ରାମର ଅନିଲ କୁମାର ଦାସ, ଜମାକାରୀଙ୍କ ଅଜାଣତରେ ଖାତାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ହଡପ କରିନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। 

ତେବେ ଶୁକ୍ରବାର, ବ୍ୟାଙ୍କ ମାଲିକ ବ୍ୟାଙ୍କକୁ ଆସିଥିବା ବେଳେ କିଛି ଜମାକାରୀ ଟଙ୍କା ଉଠାଇବା ପାଇଁ ଆସିଥିଲେ, ମାତ୍ର ଖାତାରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ଫଳରେ ଜମାକାରୀମାନେ ପହଞ୍ଚି ମାଲିକ ଶିବାନନ୍ଦ ଦାସଙ୍କୁ ଗ୍ରାମର କ୍ଲବ ଘରେ‌ ଅଟକ ରଖିଛନ୍ତି ।