ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦେଲେ ରାଜ୍ୟ ସରକାର, ଧନ୍ୟବାଦ ଜଣାଇଲେ ସହରବାସୀ
ଛତ୍ରପୁର,୨୪ା୨(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲାର ଛତ୍ରପୁରକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି। ଦୀର୍ଘଦିନ ପରେ ଛତ୍ରପୁରବାସୀଙ୍କ ଦାବିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ଏନେଇ ସହରବାସିନ୍ଦା ମୁଖ୍ୟମନ୍ତ୍ରୀ ୫-ଟି ଅଧ୍ୟକ୍ଷ, ଛତ୍ରପୁର ବିଧାୟକ ଏବଂ ଗଞ୍ଜାମ ଜିଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଲୋଏର ବସ୍ଷ୍ଟାଣ୍ଡଠାରେ ମିଷ୍ଟାନ୍ନ ବଣ୍ଟନ ସହ ବାଣ ଫୁଟାଇ ଖୁସି ଜାହିର କରିଥିଲେ। ଏଥିରେ ଛତ୍ରପୁର ଏନ୍ଏସି […] The post ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦେଲେ ରାଜ୍ୟ ସରକାର, ଧନ୍ୟବାଦ ଜଣାଇଲେ ସହରବାସୀ appeared first on Dharitri Odia News.
ଛତ୍ରପୁର,୨୪ା୨(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲାର ଛତ୍ରପୁରକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି। ଦୀର୍ଘଦିନ ପରେ ଛତ୍ରପୁରବାସୀଙ୍କ ଦାବିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ଏନେଇ ସହରବାସିନ୍ଦା ମୁଖ୍ୟମନ୍ତ୍ରୀ ୫-ଟି ଅଧ୍ୟକ୍ଷ, ଛତ୍ରପୁର ବିଧାୟକ ଏବଂ ଗଞ୍ଜାମ ଜିଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଲୋଏର ବସ୍ଷ୍ଟାଣ୍ଡଠାରେ ମିଷ୍ଟାନ୍ନ ବଣ୍ଟନ ସହ ବାଣ ଫୁଟାଇ ଖୁସି ଜାହିର କରିଥିଲେ। ଏଥିରେ ଛତ୍ରପୁର ଏନ୍ଏସି ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ଦେବାଶିଷ ମିଶ୍ର, ପ୍ରୀତିଛନ୍ଦା ସାମଲ, ସନ୍ତୋଷୀ ସେଠୀ ଓ କେ. ରମେଶ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୁଖ ପଟ୍ଟନାୟକ, ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରାଙ୍କ ବହୁ ବୁଦ୍ଧିଜୀବୀ, ଆଇନଜୀବୀ, ମିଶନ ଶକ୍ତିର ମା’ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଚିବ ଥିବା ସମୟରେ ଗଞ୍ଜାମ ଜିଲାର ଛତ୍ରପୁରକୁ ଅଗଷ୍ଟ ୨୭ରେ ଗସ୍ତରେ ଆସିଥିଲେ। ଛତ୍ରପୁର ଏନ୍ଏସି ଉପାଧ୍ୟକ୍ଷ ଜି. ପାପା ରାଓ ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ଜି. ଆରତିଙ୍କ ନେତୃତ୍ୱ ବହୁ କାଉନସିଲର ଛତ୍ରପୁର ଏନ୍ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବା ନିମନ୍ତେ ତାଙ୍କୁ ଭେଟି ଅନୁରୋଧପତ୍ର ପ୍ରଦାନ କରିଥିଲେ। ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଜି ଏହି ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଛତ୍ରପୁର ସହରରେ ଖୁସିର ଲହରୀ ଖେଳିଯାଇଛି।
The post ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ଦେଲେ ରାଜ୍ୟ ସରକାର, ଧନ୍ୟବାଦ ଜଣାଇଲେ ସହରବାସୀ appeared first on Dharitri Odia News.