ଗୁମାଡି ନଦୀର ଡାଇଭର୍ଶନ ଧୋଇଯିବା ଘଟଣା: ବିଡିଓଙ୍କ ପ୍ରତିଶୃତି ପରେ ବାତିଲ ହେଲା ଆନ୍ଦୋଳନ

ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବା ଘଟଣାରେ ୩ ପଞ୍ଚାୟତବାସୀ ବୁଧବାର ଠାରୁ ୫୯ ନଂ ଜାତୀୟରାଜପଥର ସିମନବାଡି ପଞ୍ଚାୟତ କାରିପାଙ୍ଗା ଠାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ତେବେ ପ୍ରଶାସନ ତତ୍ପତରତା ହୋଇ ସୋମବାର ଠାରୁ ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ମଙ୍ଗଳବାର ସୁଦ୍ଧା ପ୍ରାୟ ପଚାଶ ପ୍ରତିଶତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ବୁଧବାର ସୁଦ୍ଧା ବର୍ଷା ନ […] The post ଗୁମାଡି ନଦୀର ଡାଇଭର୍ଶନ ଧୋଇଯିବା ଘଟଣା: ବିଡିଓଙ୍କ ପ୍ରତିଶୃତି ପରେ ବାତିଲ ହେଲା ଆନ୍ଦୋଳନ appeared first on Dharitri Odia News.

ଗୁମାଡି ନଦୀର ଡାଇଭର୍ଶନ ଧୋଇଯିବା ଘଟଣା: ବିଡିଓଙ୍କ ପ୍ରତିଶୃତି ପରେ ବାତିଲ ହେଲା ଆନ୍ଦୋଳନ

ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବା ଘଟଣାରେ ୩ ପଞ୍ଚାୟତବାସୀ ବୁଧବାର ଠାରୁ ୫୯ ନଂ ଜାତୀୟରାଜପଥର ସିମନବାଡି ପଞ୍ଚାୟତ କାରିପାଙ୍ଗା ଠାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ତେବେ ପ୍ରଶାସନ ତତ୍ପତରତା ହୋଇ ସୋମବାର ଠାରୁ ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ମଙ୍ଗଳବାର ସୁଦ୍ଧା ପ୍ରାୟ ପଚାଶ ପ୍ରତିଶତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ବୁଧବାର ସୁଦ୍ଧା ବର୍ଷା ନ ହେଲେ ମରାମତି କାର୍ଯ୍ୟ ସରିଯିବ ବୋଲି ୩ ପଞ୍ଚାୟତବାସୀଙ୍କୁ କହିଛନ୍ତି ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ। ଶୀଘ୍ର ଯାତାୟାତ ବ୍ୟବସ୍ଥା କରାଯିବ ଓ ପୁଣି ବର୍ଷା ହେବା ଆଶଙ୍କାରେ ମରାମତି ପରେ ଧୋଇଗଲେ ପୁଣି ବାରମ୍ବାର ମରାମତି କରାଯିବାକୁ ପ୍ରତିଶୃତି ଦେବା ପରେ ୩ ପଞ୍ଚାୟତବାସୀ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଆଞ୍ଚଳିକ କମିଟିର ଆବାହକ ତଥା ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ ସୂଚନା ଦେଇଛନ୍ତି।

The post ଗୁମାଡି ନଦୀର ଡାଇଭର୍ଶନ ଧୋଇଯିବା ଘଟଣା: ବିଡିଓଙ୍କ ପ୍ରତିଶୃତି ପରେ ବାତିଲ ହେଲା ଆନ୍ଦୋଳନ appeared first on Dharitri Odia News.