ରାଶିଫଳ: ରବିବାର, ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜି ବିଭିନ୍ନ ଦୁଶ୍ଚିନ୍ତା କାରଣରୁ ମାନସିକ ଶିଥିଳତା ଦେଖାଦେବ। ଆତ୍ମୀୟଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ। ସଭାସମିତି, ମନୋରଞ୍ଜନ କିମ୍ବା କୌଣସି ନୂତନ କର୍ମାରମ୍ଭ କରିବାରେ ବ୍ୟସ୍ତ ରହିପାରନ୍ତି। ଆର୍ଥିକ ଉନ୍ନତି ସହ ଶିକ୍ଷା, ସନ୍ତାନ କ୍ଷେତ୍ରରେ ସାମୟିକ ସମସ୍ୟା ଲାଗି ରହିବ। ବୃଷ ଅଟକି ରହିଥିବା କାମ ସାରିବା ସକାଶେ ବ୍ୟଗ୍ର ହେବେ। ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ବିବାଦୀୟ ମନ୍ତବ୍ୟ ଦେବେ। ପରିବାରର […] The post ରାଶିଫଳ: ରବିବାର, ଡିସେମ୍ବର ୧୫ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ଡିସେମ୍ବର ୧୫ ତାରିଖ – Daily Horoscope
ମେଷ
ଆଜି ବିଭିନ୍ନ ଦୁଶ୍ଚିନ୍ତା କାରଣରୁ ମାନସିକ ଶିଥିଳତା ଦେଖାଦେବ। ଆତ୍ମୀୟଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ। ସଭାସମିତି, ମନୋରଞ୍ଜନ କିମ୍ବା କୌଣସି ନୂତନ କର୍ମାରମ୍ଭ କରିବାରେ ବ୍ୟସ୍ତ ରହିପାରନ୍ତି। ଆର୍ଥିକ ଉନ୍ନତି ସହ ଶିକ୍ଷା, ସନ୍ତାନ କ୍ଷେତ୍ରରେ ସାମୟିକ ସମସ୍ୟା ଲାଗି ରହିବ।
ବୃଷ
ବୃଷ
ଅଟକି ରହିଥିବା କାମ ସାରିବା ସକାଶେ ବ୍ୟଗ୍ର ହେବେ। ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ବିବାଦୀୟ ମନ୍ତବ୍ୟ ଦେବେ। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। କଚେରି ମାମଲା, ସାମ୍ବାଦିକତା, ପ୍ରଶାସନ, ସଙ୍ଗଠନ, ରାଜନୀତିରେ ଲକ୍ଷ୍ୟ ହାସଲ କରିବେ।
ମିଥୁନ
ମିଥୁନ
ଆଜି ଯେତିକି ଅର୍ଥ ପାଇବେ, ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। କାହାର ଫୁସୁଲା ଫୁସୁଲି କଥାରେ ଭାସିଯାଇ କାମ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ। ସାମାଜିକ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି। ମାତ୍ର ବ୍ୟବସାୟ, ବାଣିଜ୍ୟ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
କର୍କଟ
କର୍କଟ
ଆଜି ସତର୍କରେ ନ ଚଳିଲେ ଅର୍ଥହାନି ଏବଂ ସଂଯମରେ ନ କହିଲେ ବିବାଦକୁ ଟାଣି ହୋଇପାରନ୍ତି। ବନ୍ଧୁ ସ୍ବାର୍ଥସାଧନ ଲାଗି ହଇରାଣରେ ପକାଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳି ନ ପାରେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ, ପ୍ରଶାସନ, ସଙ୍ଗଠନ, ରାଜନୀତିରେ ଅଭିଯୋଗ ଆସିପାରେ।
ସି˚ହ
ସି˚ହ
ଆଜି ଯେଉଁ କାମରେ ହାତ ଦେବେ, ସଫଳତା ପାଇବା କଷ୍ଟକର ହେବ। କର୍ମକ୍ଷେତ୍ରରେ ପରିସ୍ଥିତି ବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବାକୁ ବାଧ୍ୟ ହେବେ। ପାରିବାରିକ କ୍ଷେତ୍ରରେ ଦିନ ଗୋଟାଏ ପରେ ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ପଦସ୍ଥ ବ୍ୟକ୍ତିଙ୍କ ପୃଷ୍ଠପୋଷକତା ଲାଭ କରି ବିବାଦୀୟ ପରିସ୍ଥିତିକୁ ସୁଧାରି ନେଇପାରିବେ।
କନ୍ୟା
ଆଜି କର୍ମଜଞ୍ଜାଳ ବୃଦ୍ଧି କାରଣରୁ ମାନସିକ ଆଶ୍ୱସ୍ତି ପାଇ ପାରିବେ ନାହିଁ। ସକାଳୁ ବନ୍ଧୁଙ୍କ ଗୃହକୁ ଯିବା ସକାଶେ ସଜବାଜ ହୋଇପାରନ୍ତି। ବିବାଦୀୟ ଘଟଣାରେ ନୀରବ ରହିବା ଭଲ ହେବ, ଅନ୍ୟଥା କଳହର ଆଶଙ୍କା ରହିଛି। ବ୍ୟବସାୟ କ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି, ଏଣୁ ସତର୍କତା ଅବଲମ୍ବନ କରିବା ଭଲ।
ତୁଳା
ତୁଳା
ଆର୍ଥିକ ଉନ୍ନତି ସହ ବୈଷୟିକ ସୁଖ, ସମୃଦ୍ଧି ସ୍ବାତୀ ନକ୍ଷତ୍ର ସକାଶେ ଆମତ୍ତୃପ୍ତିର କାରଣ ହେବ। ନିଜ ଲୋକଙ୍କୁ ପାଖରେ ପାଇ ବିଭୋର ହେବେ। ବନ୍ଧୁଙ୍କ ବାଧିଲା ଭଳି କଥା ଶୁଣି ସବୁ ଆନନ୍ଦ ପାଣି ଫୋଟକା ପରି କୁଆଡ଼େ ମିଳାଇ ଯାଇପାରେ। ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିପାରନ୍ତି।
ବିଛା
ବିଛା
ଯେତେ ମନ ନେଇ କାମ କଲେ ମଧ୍ୟ ସମ୍ପର୍କୀୟମାନେ ଦୂରେଇ ରହୁଥିବା ଅନୁଭବ କରିବେ। ସ୍ବାସ୍ଥ୍ୟଗତ ସମସ୍ୟା ଓ କର୍ମକ୍ଷେତ୍ରରେ ଅସନ୍ତୋଷର ବାତାବରଣ ମଧ୍ୟରେ ବିଚଳିତ ହେବେ। ରାଜନୈତିକ କ୍ଷେତ୍ରରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ନିର୍ମାଣ, ମାଲି ମକଦ୍ଦମା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତିରେ ଜୟଯୁକ୍ତ ହେବେ।
ଧନୁ
ଧନୁ
ସମ୍ପର୍କୀୟଙ୍କ ଆତ୍ମୀୟତା ସାଙ୍ଗକୁ ଅଭିଳାଷ ପୂରଣଜନିତ ମନ ଖୁସି ରହିବ। ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ପୁଣି ଯୋଡ଼ିବା ସକାଶେ ଚେଷ୍ଟା କରି ମଧ୍ୟ କିଛି ଲାଭ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଆନୁଷ୍ଠାନିକ କାମରେ ଉନ୍ନତି କରିବେ। ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇପାରେ।
ମକର
ମକର
କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜର ଭାବାବେଗକୁ ରୋକି ପାରିବେ ନାହିଁ। ଅର୍ଥନୈତିକ ପରିସ୍ଥିତିରେ ସାଧାରଣ ଉନ୍ନତିର ଝଲକ ଦେଖିବାକୁ ମିଳିବ। ପ୍ରଶାସନିକ କ୍ଷେତ୍ରରେ କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟରେ ସାମୟିକ ଭାବରେ ଦ୍ୱନ୍ଦ୍ୱ ଦୂର ହୋଇଯିବ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
କୁମ୍ଭ
କୁମ୍ଭ
ଆଜିର କର୍ମକ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇ ପାରନ୍ତି। ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ। କଠିନ ଶ୍ରମ ଓ ବିଶେଷ ଭ୍ରମଣଜନିତ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ସାଧାରଣ କଥାକୁ କେନ୍ଦ୍ର କରି ସମ୍ପର୍କରେ ଭଟ୍ଟା ପଡ଼ିଯିବାର ସୂଚନା ରହିଛି।
ମୀନମୀନ

ଯେତେ ପ୍ରକାର ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିବ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ମଧ୍ୟାହ୍ନରେ ଉଚ୍ଚବାଚ ଘଟିପାରେ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ, କିନ୍ତୁ ସମ୍ପୂର୍ଣ୍ଣ ନିରାମୟର ଆଶା ନୈରାଶ୍ୟଜନକ ରହିବ। ଗତକାଲିର ଯୋଜନା ଓ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ଠାକ୍‌ ହୋଇଯିବ।

The post ରାଶିଫଳ: ରବିବାର, ଡିସେମ୍ବର ୧୫ ତାରିଖ – Daily Horoscope appeared first on Dharitri Odia News.