ରାସ୍ତାରେ ଦୌଡୁଛି ରୋବଟ
ଆଜିକାଲି ବିଭିନ୍ନ କାର୍ଯ୍ୟପାଇଁ ସମସ୍ତେ ରୋବଟକୁ ବ୍ୟବହାର କରୁଛନ୍ତି । ଘର କାମ କରିବାଠୁ ଆରମ୍ଭ କରି ରେସ୍ତୋରାଁରେ ପରଷିବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ପାଇଁ ରୋବଟଙ୍କର ବ୍ୟବହାର ବଢୁଛି । ତେବେ ଏହାରି ଭିତରେ ରୋବଟଙ୍କୁ ଆଗାମୀ ଭବିଷ୍ୟତର ନିର୍ମାତା ଭାବେ ମଧ୍ୟ ବିବେଚନା କରାଯାଉଛି । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଦୁବାଇର ଯେଉଁଥିରେ ଗୋଟିଏ ରୋବଟ ରାସ୍ତା ଉପରେ ଦୌଡୁଛି । ତେବେ […]

ଆଜିକାଲି ବିଭିନ୍ନ କାର୍ଯ୍ୟପାଇଁ ସମସ୍ତେ ରୋବଟକୁ ବ୍ୟବହାର କରୁଛନ୍ତି । ଘର କାମ କରିବାଠୁ ଆରମ୍ଭ କରି ରେସ୍ତୋରାଁରେ ପରଷିବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ପାଇଁ ରୋବଟଙ୍କର ବ୍ୟବହାର ବଢୁଛି । ତେବେ ଏହାରି ଭିତରେ ରୋବଟଙ୍କୁ ଆଗାମୀ ଭବିଷ୍ୟତର ନିର୍ମାତା ଭାବେ ମଧ୍ୟ ବିବେଚନା କରାଯାଉଛି । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଦୁବାଇର ଯେଉଁଥିରେ ଗୋଟିଏ ରୋବଟ ରାସ୍ତା ଉପରେ ଦୌଡୁଛି । ତେବେ ଏହି ଭିଡିଓରେ ଏହା ଆମର ଭବିଷ୍ୟତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଆଗକୁ ଏଭଳି ଚାରିଆଡେ ରୋବଟ ଦେଖିବାକୁ ମିଳିବେ ବୋଲି ଏହି ଭିଡିଓର କ୍ୟାପସନରେ ଲେଖା ଯାଇଛି । ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।