ମୁହଁ ଖୋଲିଲେ ନବୀନ, ଓ୍ଵାକଫ୍‌ରେ ଚୁପ୍ ରହିଲେ ! ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ନେତାଙ୍କୁ ଜବାବ ଦେଲେ

ଭୁବନେଶ୍ଵର: ଓ୍ଵାକଫ୍ ବିଲ୍‌କୁ ନେଇ ବିଜେଡିରେ ସୃଷ୍ଟି ହୋଇଥିବା ଝଡ଼ ମଧ୍ୟରେ ବୁଧବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। କେଉଁ ପରିସ୍ଥିତିରେ ଓ୍ଵାକଫ ସଂଶୋଧନ ବିଧେୟକ ଉପରେ ଭୋଟିଂ ପୂର୍ବରୁ ଦଳର ନିଷ୍ପତ୍ତି କାହିଁକି ବଦଳିଲା ଏବଂ କିଏ ନିର୍ଦ୍ଦେଶ ଦେଲା ତା ଉପରେ ନବୀନ ପ୍ରତିକ୍ରିୟା ଦେଇ ନାହାନ୍ତି। ଓଲଟା ପୁଣି ଥରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି। କେବଳ ବାହାରି ନାହାନ୍ତି ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ନେତାଙ୍କୁ ନବୀନ କଡ଼ା ଜବାବ ଦେଇଛନ୍ତି। ନବୀନ କହିଛନ୍ତି, ପାଣ୍ଡିଆନ କେବଳ ରାଜ୍ୟ ପାଇଁ ନୁହେଁ ଦଳ ପାଇଁ ବହୁତ କାମ କରିଛନ୍ତି। ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ୍ ନୁହେଁ। ସେ ପ୍ରାୟ ୧୦ ମାସ ତଳୁ ପାର୍ଟି ଛାଡ଼ି ସାରିଛନ୍ତି। ସେ କୌଣସି ଦଳୀୟ କାର୍ଯ୍ୟରେ ସାମିଲ୍ ହେଉ ନାହାନ୍ତି। ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର କୌଣସି ଭୂମିକା ନାହିଁ। ଏହା ସହିତ ପାଣ୍ଡିଆନଙ୍କୁ ଆକ୍ରମଣ କରୁଥିବା ନେତାଙ୍କୁ ନବୀନ କଡ଼ା ଜବାବ ଦେଇଛନ୍ତି। ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଛନ୍ତି  ବିଜେଡି ସୁପ୍ରିମୋ। ସେ କହିଛନ୍ତି ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ। ଚିଟଫଣ୍ଡ ମାମଲାରେ ପୂର୍ବରୁ ଜେଲ୍ ଯାଇଛନ୍ତି ଏବଂ ଦଳରୁ ବିଦା  ହୋଇଛନ୍ତି। ପ୍ରଭାତ ବିଜେଡିର କିଛି ନୁହନ୍ତି ବୋଲି ନବୀନ କହିଛନ୍ତି। ଏପରିକି ବିଭି

ମୁହଁ ଖୋଲିଲେ ନବୀନ, ଓ୍ଵାକଫ୍‌ରେ ଚୁପ୍ ରହିଲେ ! ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ନେତାଙ୍କୁ ଜବାବ ଦେଲେ

ଭୁବନେଶ୍ଵର: ଓ୍ଵାକଫ୍ ବିଲ୍‌କୁ ନେଇ ବିଜେଡିରେ ସୃଷ୍ଟି ହୋଇଥିବା ଝଡ଼ ମଧ୍ୟରେ ବୁଧବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। କେଉଁ ପରିସ୍ଥିତିରେ ଓ୍ଵାକଫ ସଂଶୋଧନ ବିଧେୟକ ଉପରେ ଭୋଟିଂ ପୂର୍ବରୁ ଦଳର ନିଷ୍ପତ୍ତି କାହିଁକି ବଦଳିଲା ଏବଂ କିଏ ନିର୍ଦ୍ଦେଶ ଦେଲା ତା ଉପରେ ନବୀନ ପ୍ରତିକ୍ରିୟା ଦେଇ ନାହାନ୍ତି। ଓଲଟା ପୁଣି ଥରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି। କେବଳ ବାହାରି ନାହାନ୍ତି ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ନେତାଙ୍କୁ ନବୀନ କଡ଼ା ଜବାବ ଦେଇଛନ୍ତି। 

ନବୀନ କହିଛନ୍ତି, ପାଣ୍ଡିଆନ କେବଳ ରାଜ୍ୟ ପାଇଁ ନୁହେଁ ଦଳ ପାଇଁ ବହୁତ କାମ କରିଛନ୍ତି। ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ୍ ନୁହେଁ। ସେ ପ୍ରାୟ ୧୦ ମାସ ତଳୁ ପାର୍ଟି ଛାଡ଼ି ସାରିଛନ୍ତି। ସେ କୌଣସି ଦଳୀୟ କାର୍ଯ୍ୟରେ ସାମିଲ୍ ହେଉ ନାହାନ୍ତି। ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର କୌଣସି ଭୂମିକା ନାହିଁ। 

ଏହା ସହିତ ପାଣ୍ଡିଆନଙ୍କୁ ଆକ୍ରମଣ କରୁଥିବା ନେତାଙ୍କୁ ନବୀନ କଡ଼ା ଜବାବ ଦେଇଛନ୍ତି। ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଛନ୍ତି  ବିଜେଡି ସୁପ୍ରିମୋ। ସେ କହିଛନ୍ତି ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ। ଚିଟଫଣ୍ଡ ମାମଲାରେ ପୂର୍ବରୁ ଜେଲ୍ ଯାଇଛନ୍ତି ଏବଂ ଦଳରୁ ବିଦା  ହୋଇଛନ୍ତି। ପ୍ରଭାତ ବିଜେଡିର କିଛି ନୁହନ୍ତି ବୋଲି ନବୀନ କହିଛନ୍ତି। ଏପରିକି ବିଭିନ୍ନ ହୋଟେଲରେ ନେତାଙ୍କ ବୈଠକକୁ ନାପସନ୍ଦ କରିଛନ୍ତି ନବୀନ। ବୈଠକ ପାଇଁ ଶଙ୍ଖଭବନ ଥିବା ସେ କହିଛନ୍ତି। 

ମୁହଁ ତ ଖୋଲିଲେ ନବୀନ କିନ୍ତୁ ଓ୍ଵାକଫ ବିଲ୍ ପ୍ରସଙ୍ଗକୁ ନେଇ ଦଳରେ ଯେଉଁ ସ୍ଥିତି ଉପୁଜିଲା, ଦଳରେ ଝଡ଼ ସୃଷ୍ଟି   ହେଲା ତା ଉପରେ ନବୀନ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି। କେଉଁ ପରିସ୍ଥିତିରେ ଶେଷ ମୁହୂର୍ତ୍ତରେ ରାଜ୍ୟସଭାରେ ଦଳର ଆଭିମୁଖ୍ୟ ବଦଳିଲା ଏବଂ ସମ୍ବିତ ପାତ୍ର କାହା ଇସାରାରେ ଟୁଇଟ୍ କଲେ ତା ଉପରୁ ପରଦା ହଟି ପାରିଲାନି। ଏପରିକି ଅନେକ ବରିଷ୍ଠ ନେତାଙ୍କ ମନରୁ ସନ୍ଦେହ ଦୂରିଭୂତ କରି ପାରି ନାହାନ୍ତି ନବୀନ ପଟ୍ଟନାୟକ। ସମସ୍ତେ ଆଶା କରିଥିଲେ ନବୀନ ଏହା ଉପରେ ସ୍ପଷ୍ଟ ସନ୍ଦେଶ ଦେଇ ଦଳରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଉପରେ ଯବନିକା ପକାଇବେ। 

ଏହା ପୂର୍ବରୁ ଆଜି ପ୍ରତାପ ଦେବଙ୍କ ଘରେ ଏକାଠି ହୋଇଥିଲେ ବିଜେଡି ନେତାମାନେ । ବୈଠକରେ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟଦାସ ବର୍ମା, ଦେବୀ ମିଶ୍ରଙ୍କ ଭଳି ନେତା ଏକାଠି ହୋଇଥିଲେ।  ବରିଷ୍ଠମାନେ ନବୀନଙ୍କ ନେତୃତ୍ୱକୁ ଶକ୍ତିଶାଳୀ କରିବାକୁ ଏହି ବୈଠକ କରାଯାଉଥିବା ନେଇ ପ୍ରତିକ୍ରିୟା ଦେଇଥିଲେ କିଛି ନେତା । ତେବେ ପ୍ରତାପ ଦେବଙ୍କ ବାସଭବନରେ କେଉଁ କାରଣରୁ ବୈଠକ ବସିଛି ଓ ତୁଙ୍ଗ ନେତାମାନେ କାହିଁକି ମେଳି ବାନ୍ଧିଛନ୍ତି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନ ଥିଲା। 

ଏହାପୂର୍ବରୁ ପଟିଆ ସ୍ଥିତ ହୋଟେଲରେ ବସିଥିଲା ବରିଷ୍ଠ ନେତାଙ୍କୁ ନେଇ ବୈଠକ । ବୈଠକ ବାବଦରେ କୌଣସି ବିଜେଡି ନେତା କ୍ୟାମେରା ଆଗରେ ସ୍ପଷ୍ଟ ଭାବରେ ମୁହଁ ଖୋଲି ନ ଥିଲେ। ୱାକଫ ବିଲ ଭୋଟକୁ ନେଇ ଦଳୀୟ ନେତା ଭାଗ ଭାଗ ହୋଇଥିବାବେଳେ, ନବୀନଙ୍କ ନେତୃତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ କିଛି ବରିଷ୍ଠ ନେତା । ମୋଟ୍‌ ଉପରେ, ୱାକଫ ବିଲ ସମର୍ଥନରେ ବିଜେଡି ସାଂସଦ ଭୋଟ ଦେବାକୁ ନେଇ ଉଠୁଛି ପଡୁଛି ବିଜେଡି ରାଜନୀତି ।