ଯୌନ ଶୋଷଣର ଶିକାର ହୋଇଥିଲେ କିଟ୍‌ର ମୃତ ନେପାଳ ଛାତ୍ରୀ

ଭୁବନେଶ୍ବର : କିଟ୍ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରୀ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୃତ ଛାତ୍ରୀ ଯୌନ ଶୋଷଣର ଶିକାର ହୋଇଥିଲେ। ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଅର୍ଥାତ ୨୦୨୪ ମାର୍ଚ୍ଚ ୧୨ ତାରିଖରେ ସମ୍ପୃକ୍ତ ଛାତ୍ରୀ କିଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସରକାରଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛନ୍ତି। ବିଧାୟକ ଦାଶରଥି ଗମାଙ୍ଗଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି […]

ଯୌନ ଶୋଷଣର ଶିକାର ହୋଇଥିଲେ କିଟ୍‌ର ମୃତ ନେପାଳ ଛାତ୍ରୀ

ଭୁବନେଶ୍ବର : କିଟ୍ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରୀ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୃତ ଛାତ୍ରୀ ଯୌନ ଶୋଷଣର ଶିକାର ହୋଇଥିଲେ। ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଅର୍ଥାତ ୨୦୨୪ ମାର୍ଚ୍ଚ ୧୨ ତାରିଖରେ ସମ୍ପୃକ୍ତ ଛାତ୍ରୀ କିଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ସରକାରଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛନ୍ତି। ବିଧାୟକ ଦାଶରଥି ଗମାଙ୍ଗଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୟୁଜିସି ନିୟମାବଳୀ ଅନୁସାରେ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଛି ବୋଲି କିଟ୍‌ ବିଶ୍ବବିଦ୍ୟାଳୟ ତଥ୍ୟ ପ୍ରଦାନ କରିଛି। ଗତ ଆର୍ଥିକ ବର୍ଷରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କିଟ୍‌ ବିଶ୍ବବିଦ୍ୟାଳୟକୁ କୌଣସି ଅନୁଦାନ ଦିଆଯାଇ ନାହିଁ। ନେପାଳ ଏନ୍‌ଏଚ୍‌ଆରସିଙ୍କଠାରୁ ଭାରତର ଜାତୀୟ ମାନବାଧିକାର ଆୟୋଗ ପତ୍ର ପାଇବା ସମ୍ପର୍କରେ କୌଣସି ବିବରଣୀ ଉଚ୍ଚଶିକ୍ଷା ବିଭାଗର ହସ୍ତଗତ ହୋଇନଥିବା ସେ କହିଛନ୍ତି।