ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ମୃତ ! ମିଳିଲା ବିମାନର ଧ୍ବଂସାବଶେଷ
ନୂଆଦିଲ୍ଲୀ: ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ! ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରାଇସୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ସହିତ ବିଦେଶ ମନ୍ତ୍ରୀ ହୁସୈନ ଅମିର ଅବ୍ଦୁଲ୍ଲାହିୟନ ମଧ୍ୟ ପ୍ରାଣ ହରାଇଛନ୍ତି । ସମାଚାର ଏଜେନ୍ସି ରୟଟର୍ସ ଜଣେ ଇରାନୀ ଅଧିକାରୀଙ୍କ ବୟାନକୁ ଆଧର କରି କହିଛି, ରେସକ୍ୟୁ ଟିମ୍ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାସ୍ଥଳୀରେ ପହଞ୍ଚିଛନ୍ତି । ସେଠାରୁ ବିମାନର ଧ୍ବଂସାବଶେଷକୁ ଠାବ କରାଯାଇଛି । ମାତ୍ର ରାଷ୍ଟ୍ରପତି ଓ ବିଦେଶ ମନ୍ତ୍ରୀ ଜୀବିତ ଥିବା ଆଶା କମ୍ । ଖରାପ ପାଗ ଯୋଗୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଇରାନୀ ସରକାରୀ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଛି, ରେସକ୍ୟୁ ଟିମ୍ ରାଷ୍ଟ୍ରପତିଙ୍କ ଦୁର୍ଘଟଣା ହୋଇଥିଲା ସ୍ଥାନରେ ପହଞ୍ଚି ହେଲିକପ୍ଟରକୁ ଚିହ୍ନଟ କରିଛନ୍ତି । ମାତ୍ର କୌଣସି ଜୀବିତ ବ୍ୟକ୍ତିଙ୍କ ସୁରାକ୍ ମିଳିନାହିଁ । ଅଜରବୈଜନରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ହେଲିକପ୍ଟର । ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହିତ ମୋଟ୍ ହେଲିକପ୍ଟର କାଫିଲାରେ ଥିଲେ । ମାତ୍ର ଦୁଇ ବିମାନ ସୁରକ୍ଷିତ ଫେରିଆସିଥିବା ବେଳେ ରାଈସୀଙ୍କ ହେଲିକପ୍ଟର ନିଖୋଜ ହୋଇଛି । ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ଇବ୍ରାହିମ୍ ରଈସୀଙ୍କ ସହିତ ଇରାନ ବିଦେଶ ମନ୍ତ୍ରୀ ହୁସୈନ ଅମିର୍ ଅବ୍ଦୁଲ୍ଲାହିୟନ, ପୂର୍ବ ଅଜରବୈଜାନ ପ୍ରାନ୍ତର ଗଭର୍ଣ୍ଣର ମାଲେକ୍ ର
ନୂଆଦିଲ୍ଲୀ: ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ! ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମ ରାଇସୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ସହିତ ବିଦେଶ ମନ୍ତ୍ରୀ ହୁସୈନ ଅମିର ଅବ୍ଦୁଲ୍ଲାହିୟନ ମଧ୍ୟ ପ୍ରାଣ ହରାଇଛନ୍ତି । ସମାଚାର ଏଜେନ୍ସି ରୟଟର୍ସ ଜଣେ ଇରାନୀ ଅଧିକାରୀଙ୍କ ବୟାନକୁ ଆଧର କରି କହିଛି, ରେସକ୍ୟୁ ଟିମ୍ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାସ୍ଥଳୀରେ ପହଞ୍ଚିଛନ୍ତି । ସେଠାରୁ ବିମାନର ଧ୍ବଂସାବଶେଷକୁ ଠାବ କରାଯାଇଛି । ମାତ୍ର ରାଷ୍ଟ୍ରପତି ଓ ବିଦେଶ ମନ୍ତ୍ରୀ ଜୀବିତ ଥିବା ଆଶା କମ୍ । ଖରାପ ପାଗ ଯୋଗୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଇରାନୀ ସରକାରୀ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଛି, ରେସକ୍ୟୁ ଟିମ୍ ରାଷ୍ଟ୍ରପତିଙ୍କ ଦୁର୍ଘଟଣା ହୋଇଥିଲା ସ୍ଥାନରେ ପହଞ୍ଚି ହେଲିକପ୍ଟରକୁ ଚିହ୍ନଟ କରିଛନ୍ତି । ମାତ୍ର କୌଣସି ଜୀବିତ ବ୍ୟକ୍ତିଙ୍କ ସୁରାକ୍ ମିଳିନାହିଁ ।
ଅଜରବୈଜନରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ହେଲିକପ୍ଟର । ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହିତ ମୋଟ୍ ହେଲିକପ୍ଟର କାଫିଲାରେ ଥିଲେ । ମାତ୍ର ଦୁଇ ବିମାନ ସୁରକ୍ଷିତ ଫେରିଆସିଥିବା ବେଳେ ରାଈସୀଙ୍କ ହେଲିକପ୍ଟର ନିଖୋଜ ହୋଇଛି । ରାଷ୍ଟ୍ରପତିଙ୍କ ହେଲିକପ୍ଟରରେ ଇବ୍ରାହିମ୍ ରଈସୀଙ୍କ ସହିତ ଇରାନ ବିଦେଶ ମନ୍ତ୍ରୀ ହୁସୈନ ଅମିର୍ ଅବ୍ଦୁଲ୍ଲାହିୟନ, ପୂର୍ବ ଅଜରବୈଜାନ ପ୍ରାନ୍ତର ଗଭର୍ଣ୍ଣର ମାଲେକ୍ ରହମତି ଏବଂ ଧାର୍ମିକ ନେତା ମହମ୍ମଦ ଅଲ୍ଲି ଆଲେ-ହାଶେମ ହେଲିକପ୍ଟରେ ଯାତ୍ରା କରୁଥିଲେ । ଏହା ତୃତୀୟ ହେଲିକପ୍ଟର ଯାହା ଇରାନର ପୂର୍ବ ଅଜରବେନ ପ୍ରାନ୍ତରେ ଦୁର୍ଘଟଣାର ଶିକାର ହୋଇଛି ।