ସରକାରୀ କାର୍ଯ୍ୟକ୍ରମରେ ମିଳିଲାନି କହିବାକୁ ସୁଯୋଗ, ଅଧାରୁ ଉଠି ଚାଲିଗଲେ ନରସିଂହ ମିଶ୍ର
ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦଘାଟନୀ ସଭା ଅଧାରୁ ଉଠି ଚାଲିଯାଇଥିଲେ।
ମେଡିକାଲ କଲେଜ ଉଦଘାଟନ କାର୍ଯ୍ୟକ୍ରମର ଅଧାରୁ ଚାଲିଗଲେ ବିଧାୟକ। ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ୍ ହସପିଟାଲର ସ୍ଥାୟୀ କୋଠା ଉଦଘାଟନ ଅବସରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନସିଂ ମାଧ୍ୟମରେ ହସ୍ପିଟାଲର ଉଦଘାଟନ କରିଥିଲେ। କିନ୍ତୁ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦଘାଟନୀ ସଭା ଅଧାରୁ ଉଠି ଚାଲିଯାଇଥିଲେ।
ସୂଚନା ଅନୁସାରେ ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ୍ ହସ୍ପିଟାଲର ସ୍ଥାୟୀ କୋଠା ଉଦଘାଟନ ହେଉଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଭାବେ ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ତେବେ ସେ ସ୍ଥାନୀୟ ବିଧାୟକ ହୋଇ ମଧ୍ୟ ତାଙ୍କୁ ସଭାରେ ଭାଷଣ ଦେବାର ସୁଯୋଗ ଦିଆଯାଇ ନ ଥିଲା । ଯେଉଁଥି ପାଇଁ ସଭା ଅଧାରୁ ଉଠି ଚାଲି ଆସିଥିଲେ ନରସିଂହ ମିଶ୍ର। ଏପରିକି ହସ୍ପିଟାଲ ନିର୍ମାଣ କାମ ଅଧା ହୋଇଥିବା ବେଳେ ତରବରିଆ ଭାବରେ ଏହାକୁ ଉଦଘାଟନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ବିଧାୟକଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂ ଦେଓ ଏବଂ ମନ୍ତ୍ରୀ ଟୁକୁନି ସାହୁ।