ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଆଜି ପଶ୍ଚିମବଙ୍ଗ ଯିବ ସିବିଆଇ
ପଶ୍ଚିମବଙ୍ଗ ୧୪/୦୮: କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ । ଏଥିପାଇଁ ଆଜି ପଶ୍ଚିମବଙ୍ଗ ଯିବ CBIର ଏକ ସ୍ପେଶାଲ୍ ଟିମ୍ । ସକାଳ ୧୦ଟା ସୁଦ୍ଧା ସମସ୍ତ କାଗଜପତ୍ର ହସ୍ତାନ୍ତର କରିବାକୁ କୋଲକାତା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତଦନ୍ତରେ ଗୁରୁତର ତ୍ରୁଟି ଥିବା ଦର୍ଶାଇ ସିବିଆଇକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ମୃତ ଡାକ୍ତରଙ୍କ ପରିବାର ପକ୍ଷରୁ ପ୍ରମାଣ ନଷ୍ଟ କରାଯାଇପାରେ ବୋଲି ହାଇକୋର୍ଟରେ ଚିନ୍ତା ପ୍ରକଟ କରାଯିବା ସହ ନିରପେକ୍ଷ ଏଜେନ୍ସି ଦ୍ୱାରା ତଦନ୍ତ ପାଇଁ ଆବେଦନ କରାଯାଇଥିଲା । କୋଲକାତା ପୋଲିସ୍ ବର୍ତ୍ତମାନ ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସାରିଛି । ତଥାପି ହାଇକୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ତୁରନ୍ତ ସିବିଆଇକୁ ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ହାଇକୋର୍ଟ ପୋଲିସ୍କୁ କହିଛନ୍ତି । ଏହାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଏଭଳି ଏକ ସଂଗୀନ ମାମଲାରେ ୫ ଦିନ ପରେ ବି ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ । ତେଣୁ ସମୟ ନଷ୍ଟ ନ କରି ତୁରନ୍ତ ସିବିଆଇକୁ ଏହାର ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସେହିଭଳି ସଂପୃକ୍ତ ମେଡିକାଲ କଲେଜର ତତ୍କାଳୀନ ପ୍ରିନ୍ସିପାଲ୍ ଚାକିରିରୁ ଇସ୍ତଫା ଦେବାର କ
ପଶ୍ଚିମବଙ୍ଗ ୧୪/୦୮: କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ । ଏଥିପାଇଁ ଆଜି ପଶ୍ଚିମବଙ୍ଗ ଯିବ CBIର ଏକ ସ୍ପେଶାଲ୍ ଟିମ୍ । ସକାଳ ୧୦ଟା ସୁଦ୍ଧା ସମସ୍ତ କାଗଜପତ୍ର ହସ୍ତାନ୍ତର କରିବାକୁ କୋଲକାତା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତଦନ୍ତରେ ଗୁରୁତର ତ୍ରୁଟି ଥିବା ଦର୍ଶାଇ ସିବିଆଇକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ ।
ମୃତ ଡାକ୍ତରଙ୍କ ପରିବାର ପକ୍ଷରୁ ପ୍ରମାଣ ନଷ୍ଟ କରାଯାଇପାରେ ବୋଲି ହାଇକୋର୍ଟରେ ଚିନ୍ତା ପ୍ରକଟ କରାଯିବା ସହ ନିରପେକ୍ଷ ଏଜେନ୍ସି ଦ୍ୱାରା ତଦନ୍ତ ପାଇଁ ଆବେଦନ କରାଯାଇଥିଲା । କୋଲକାତା ପୋଲିସ୍ ବର୍ତ୍ତମାନ ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସାରିଛି । ତଥାପି ହାଇକୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ତୁରନ୍ତ ସିବିଆଇକୁ ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିବାକୁ ହାଇକୋର୍ଟ ପୋଲିସ୍କୁ କହିଛନ୍ତି ।
ଏହାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଏଭଳି ଏକ ସଂଗୀନ ମାମଲାରେ ୫ ଦିନ ପରେ ବି ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ । ତେଣୁ ସମୟ ନଷ୍ଟ ନ କରି ତୁରନ୍ତ ସିବିଆଇକୁ ଏହାର ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସେହିଭଳି ସଂପୃକ୍ତ ମେଡିକାଲ କଲେଜର ତତ୍କାଳୀନ ପ୍ରିନ୍ସିପାଲ୍ ଚାକିରିରୁ ଇସ୍ତଫା ଦେବାର କିଛି ଘଣ୍ଟା ଭିତରେ, ତାଙ୍କୁ ଆଉ ଏକ କଲେଜରେ ନିଯୁକ୍ତି ଦିଆଯିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ ।
ଏନେଇ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିବା ସହ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଭର୍ତ୍ସନା କରି, ତାଙ୍କୁ ତୁରନ୍ତ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉକି, ପୋଷ୍ଟମର୍ଟମ ରିପୋର୍ଟରୁ ମହିଳା ଡାକ୍ତରଙ୍କୁ ଅତି ନୃଶଂସ ଭାବେ ତଣ୍ଟିଚିପି ଓ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଘଟଣାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବା ଫଳରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଛି ।