ମେଷ

ଆଜି କର୍ମକ୍ଷେତ୍ର ନିରୁତ୍ସାହଜନକ ହେବା ସହ ପାରିବାରିକ ଜୀବନରେ ହସର ଫୁଆରା ସୃଷ୍ଟି ହେବ। ବନ୍ଧୁଙ୍କୁ ଦେଖିବା ପାଇଁ ମନ ଛଟପଟ ହେବ। ଅଶ୍ୱିନୀ ନକ୍ଷତ୍ର ହାତମୁଠାରୁ କେତେକ ସୁଯୋଗ ଖସିଯାଇପାରେ। ପ୍ରକାଶନ, ପ୍ରଶାସନ, ସଭାସମିତି, ନିର୍ମାଣ, ଆଇନ, ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ

କର୍ମସ୍ଥାନରେ ଶନିଙ୍କ ପ୍ରଭାବରେ ସମସ୍ତ ପ୍ରକାରର ସୁଖ, ସୌଭାଗ୍ୟ ପ୍ରଦାନରେ ସହାୟକ ହେବ। ପାରିବାରିକ ଅସ୍ଥିରତା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। କୃତ୍ତିକା ନକ୍ଷତ୍ର ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ। ନିର୍ମାଣ କାର୍ଯ୍ୟ, ଶିଳ୍ପ ଓ ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ

କେତୁ ଚତୁର୍ଥସ୍ଥ ହେତୁ ଅନ୍ୟ ସହ ସମ୍ପର୍କ ସ୍ଥାପନକୁ ନେଇ ପରିବାରରେ ଭୁଲ୍ ବୁଝାମଣା ସୃଷ୍ଟିହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗିତା ହେତୁ ମାନସିକ ସ୍ଥିତି ଠିକ୍ ରହିବ। ପୁନର୍ବସୁ ନକ୍ଷତ୍ର ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବା ସହ ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି କରିବେ।
କର୍କଟ

ଚନ୍ଦ୍ରଙ୍କ ପ୍ରଭାବରେ ଶାରୀରିକ ସୁସ୍ଥତା ସହ ଆର୍ଥିକ ଉନ୍ନତିରୁ ଆନନ୍ଦ ପ୍ରାପ୍ତି ହେବ। ପୁଷ୍ୟା ନକ୍ଷତ୍ର ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇବ। ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ବିବାଦୀୟ ଘଟଣାରେ ନିଜେ ସମସ୍ୟା ଭିତରକୁ ଟାଣି ହୋଇ ଯିବାକୁ ପଡ଼ିପାରେ।
ସି˚ହ

ଷଷ୍ଠସ୍ଥ ରବି ଯୋଗୁ ଭ୍ରମଣ ସୁଖ, ଅପବ୍ୟୟ, ନିଦ୍ରାହୀନତା ଓ ଶତ୍ରୁଙ୍କ ସହ ଲଢୁଆ ମନୋବୃତ୍ତି ପ୍ରଦାନ କରିବେ। ମଘା ନକ୍ଷତ୍ର ପଛ କଥା ନ ଭାବି ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରିବା ଭଲ। ଅପରାହ୍ନରେ ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିବେ। କଳା, ସଙ୍ଗୀତ, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
କନ୍ୟା

ଅଷ୍ଟମରୁ ଗୁରୁଦୃଷ୍ଟି ଯୋଗୁ କର୍ମକ୍ଷେତ୍ରର ଅସଜଡ଼ା କାମକୁ ଆଜି ହିଁ ସଜାଡ଼ିନେବା ପାଇଁ ଚେଷ୍ଟା କରିବେ। ସଭାସମିତିରେ, ଆନୁଷ୍ଠାନିକ କାମରେ, ଅଫିସିଆଲି ଆଲୋଚନାରେ ସମୟ କଟିବ। ହସ୍ତା ନକ୍ଷତ୍ର ଅର୍ଥ ସଂଗ୍ରହରେ ତପତ୍ରତା କିମ୍ବା ତୀର୍ଥାଟନ କଥା ଚିନ୍ତା କରିପାରନ୍ତି। ଅତି ନିକଟତର ବ୍ୟକ୍ତିଙ୍କୁ ବିଶ୍ୱାସ କରିପାରିବେ ନାହିଁ।
ତୁଳା

ଚନ୍ଦ୍ର କେନ୍ଦ୍ରସ୍ଥ ଗୁରୁ ହେତୁ ପୁରୁଣା ସମସ୍ୟାର ତୁଳନାତ୍ମକ ବିଚାର କରି କୌଣସି କର୍ମାରମ୍ଭ ସକାଶେ ମନ ବଳାଇବେ। ବହୁତ ଦିନରୁ ଭାବୁଥିବା କୌଣସି ଦ୍ରବ୍ୟଲାଭରୁ ଖୁସି ହେବେ। ଚିତ୍ରା ନକ୍ଷତ୍ର ପାଇଁ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ। ନିଜ ଲୋକଙ୍କ ବିଶ୍ୱାସଘାତକତା କାରଣରୁ ବିଚଳିତବୋଧ କରିପାରନ୍ତି।
ବିଛା

ଦ୍ୱିତୀୟସ୍ଥ ଏକାଧିକଗ୍ରହ ଯୋଗୁ ନିର୍ଦ୍ଦିଷ୍ଟ ସମୟରେ କାମଟି ପୂର୍ଣ୍ଣାଙ୍ଗ ନ ହେଲେ ମଧ୍ୟ କିଛି ଅଂଶରେ ଆଗକୁ ବଢ଼ିଚାଲିବ। ବ୍ୟବସାୟ କ୍ଷେତ୍ରରେ ଦୃଢ଼ ମନୋବଳ ନେଇ କାମ କରି ଲକ୍ଷ୍ୟ ହାସଲ କରିବେ। ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ। ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।
ଧନୁ

ବୃହସ୍ପତିଙ୍କ ସୁଦୃଷ୍ଟିରୁ ସ୍ବାସ୍ଥ୍ୟରେ ଉନ୍ନତି ସହ ରାଜନୈତିକ ସ୍ତରରେ, ସାଙ୍ଗଠନିକ କ୍ଷେତ୍ରରେ ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବିଭିନ୍ନ ଯୋଜନା ଧିମା ଗତିରେ ଆଗକୁ ବଢ଼ିବ। ଦୂରଯାତ୍ରା ଯୋଜନା ବିଗିଡ଼ିଯିବା ଆଶଙ୍କା ରହିଛି। ପୂର୍ବାଷାଢ଼ା ନକ୍ଷତ୍ରର ସକାଳୁ ମନଟା ବିଗିଡି ଯାଇପାରେ।
ମକର

ସ୍ବଗୃହୀ ଶନି ଯୋଗୁ ଆଜି ଦିନଟିରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ସହନଶୀଳତା ଗୁଣର ଅଭାବ କିମ୍ବା ସନ୍ଦେହ ଓ ଭୁଲ୍ ବୁଝାମଣା ଅଶାନ୍ତିର କାରଣ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ବ୍ୟବସାୟ, ନିର୍ମାଣ, କଚେରି ମାମଲା ପ୍ରଭୃତି ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ।
କୁମ୍ଭ

ଆପଣଙ୍କ ବହୁତ ଦିନର ଅଭିଳାଷ ଅପରାହ୍ନ ସମୟରେ ପୂରଣ ହୋଇଯିବ। ପୂର୍ବଭାଦ୍ରପଦ୍ ନକ୍ଷତ୍ର ଜାତ ବ୍ୟକ୍ତିମାନଙ୍କ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ।
ମୀନ
ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟହାସଲ କରିପାରନ୍ତି। ଧନସ୍ଥ ଗୁରୁ ହେତୁ ପରିବାରର ଖର୍ଚ୍ଚ ପରିମାଣ ଦୁଇଗୁଣା ହୋଇପାରେ, ଯାହାକି ସାମୟିକ ମନକୁ ଭାରାକ୍ରାନ୍ତ କରିରଖିବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
The post ରାଶିଫଳ: ଶନିବାର, ଜାନୁଆରୀ ୨୭ ତାରିଖ – Daily Horoscope appeared first on Dharitri Odia News.