କେନ୍ଦ୍ରାପଡ଼ା ଲୋକସଭାରୁ ବିପୁଳ ବିଜୟ ପରେ ବୈଜୟନ୍ତଙ୍କ ବିଶାଳ ଶୋଭାଯାତ୍ରା

୬୬ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇବା ପରେ ଜୟ ପଣ୍ଡା ଏହି ବିଜୟ ଶୋଭାଯାତ୍ରା କରୁଛନ୍ତି।

କେନ୍ଦ୍ରାପଡ଼ା ଲୋକସଭାରୁ ବିପୁଳ ବିଜୟ ପରେ ବୈଜୟନ୍ତଙ୍କ ବିଶାଳ ଶୋଭାଯାତ୍ରା

କେନ୍ଦ୍ରାପଡ଼ା ଲୋକସଭାରୁ ଜିତିବା ପରେ ବୈଜୟନ୍ତ ପଣ୍ଡାଙ୍କ ବିଜୟ ଶୋଭାଯାତ୍ରା। କେନ୍ଦ୍ରାପଡ଼ା ସହରର ଦୁହୁରିଆ ଠାରୁ ୨୦ କିଲୋମିଟର ବ୍ୟାପୀ ବଳଦେବଜୀଉଙ୍କ ମନ୍ଦିର ଇଚ୍ଛାପୁର ଠାରେ ଶେଷ ହେବ। ବାଜା, ଡିିଜେ ସହ କେନ୍ଦ୍ରାପଡ଼ାର ୭ଟି ବିଧାନସଭା କ୍ଷେତ୍ରରୁ ହଜାର ହଜାର ସମର୍ଥକଙ୍କ ଭିଡ଼ ହୋଇଛି। ବୈଜୟନ୍ତ ପଣ୍ଡା ବିରାଟ ପଟୁଆରରେ ରୋଡ୍ ସୋ’ କରୁଛନ୍ତି। ବିଜେପି କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କ ଭିଡ଼ରେ ପ୍ରକମ୍ପିତ ହୋଇଛି କେନ୍ଦ୍ରାପଡ଼ା ସହର।

୬୬ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇବା ପରେ ଜୟ ପଣ୍ଡା ଏହି ବିଜୟ ଶୋଭାଯାତ୍ରା କରୁଛନ୍ତି। ଓଡ଼ିଆଙ୍କ ସରଳତାକୁ ଯେଉଁମାନେ ଦୁର୍ବଳତା ଭାବନ୍ତି ସେମାନେ ଉଚିତ ଶିକ୍ଷା ପାଇଲେ। ରାଜ୍ୟରେ ଯେଉଁ ସରକାର ଚାଲିଥିଲା, ତାର ଏକ୍ସପାଏରୀ ଡେଟ୍ ହୋଇଯାଇଥିଲା। ଏବେଠୁ ନୂଆ ଡବଲ୍ ଇଞ୍ଜିନ ସରକାର ଓଡ଼ିଶାକୁ ଦୁଇଗୁଣା ବେଗରେ ଆଗକୁ ବଢ଼ାଇବ। କେନ୍ଦ୍ରାପଡ଼ାରେ ବିପୁଳ ବିଜୟ ପରେ ଏହା କହିଛନ୍ତି ନବନିର୍ବାଚିତ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା।

କେନ୍ଦ୍ରାପଡ଼ା ଲୋକସଭା ଆସନରେ ୬୬ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇବା ପରେ, ବିଶାଳ ବିଜୟ ଶୋଭାଯାତ୍ରାରେ ଯାଇ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ସହରର ଦୁହୁରିଆ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରୁ ୨୦ କିଲୋମିଟର ଯାଏଁ ଏହି ଶୋଭାଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ଇଚ୍ଛାପୁର ଠାରେ ଏହା ଶେଷ ହେବ। ସେଠାରେ ତୁଳସୀକ୍ଷେତ୍ରର ଆରାଧ୍ୟ ସିଦ୍ଧ ବଳଦେବଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିବେ ବୈଜୟନ୍ତ। ଶୋଭାଯାତ୍ରାରେ ବାଜା ଓ ଡିିଜେ ଆଦି ବାଜିବା ସହ କେନ୍ଦ୍ରାପଡ଼ାର ୭ଟି ବିଧାନସଭା କ୍ଷେତ୍ରରୁ ହଜାର ହଜାର ସମର୍ଥକଙ୍କ ଭିଡ଼ ସେଥିରେ ଦେଖିବାକୁ ମିଳିଛି।