ବିଜେପିକୁ ଶକ୍ତ ଧକ୍କା : ଆପରେ ସାମିଲ ହେଲେ ବରିଷ୍ଠ ବିଜେପି ନେତା ବ୍ରହ୍ମ ସିଂ ତନୱାର

ନୂଆଦିଲ୍ଲୀ : ଦିଲ୍ଲୀ ବିଜେପିକୁ ଶକ୍ତ ଧକ୍କା। ବିଜେପି ଛାଡ଼ି ଆପରେ ସାମିଲ ହେଲେ ବରିଷ୍ଠ ନେତା ତଥା ୩... The post ବିଜେପିକୁ ଶକ୍ତ ଧକ୍କା : ଆପରେ ସାମିଲ ହେଲେ ବରିଷ୍ଠ ବିଜେପି ନେତା ବ୍ରହ୍ମ ସିଂ ତନୱାର appeared first on .

ବିଜେପିକୁ ଶକ୍ତ ଧକ୍କା : ଆପରେ ସାମିଲ ହେଲେ ବରିଷ୍ଠ ବିଜେପି ନେତା ବ୍ରହ୍ମ ସିଂ ତନୱାର

ନୂଆଦିଲ୍ଲୀ : ଦିଲ୍ଲୀ ବିଜେପିକୁ ଶକ୍ତ ଧକ୍କା। ବିଜେପି ଛାଡ଼ି ଆପରେ ସାମିଲ ହେଲେ ବରିଷ୍ଠ ନେତା ତଥା ୩ ଥରର ପୂର୍ବତନ ବିଧାୟକ ବ୍ରହ୍ମ ସିଂ ତନୱାର। ଆସନ୍ତା ବର୍ଷ ଫେବୃଆରୀରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ଦଳ ବଦଳ ବିଜେପି ଲାଗି ଚିନ୍ତାର କାରଣ ହୋଇଛି। ଦଳର ମୁଖ୍ଯ ଅରବିନ୍ଦ କେଜରିୱାଲଙ୍କ ଉପସ୍ଥିତିରେ ତନୱାର ଓ ଅନ୍ଯ ସହକର୍ମୀ ଆପରେ ସାମିଲ ହୋଇଛନ୍ତି।

କେଜରିୱାଲ କହିଛନ୍ତି, ବ୍ରହ୍ମ ସିଂ ତନୱାର ଦିଲ୍ଲୀର ଜଣେ ପ୍ରମୁଖ ନେତା। ସେ ଛତରପୁର ଓ ମେହରୁଲି ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଆପରେ ଯୋଗଦେବା ପରେ ଦଳ ଅଧିକ ଶକ୍ତିଶାଳୀ ହେବ। ଚାରିମାସ ତଳେ ଆପର ଛତରପୁର ବିଧାୟକ କର୍ତ୍ତାର ସିଂ ଆପ୍ ଛାଡି ବିଜେପିକୁ ଯାଇଥିଲେ।

The post ବିଜେପିକୁ ଶକ୍ତ ଧକ୍କା : ଆପରେ ସାମିଲ ହେଲେ ବରିଷ୍ଠ ବିଜେପି ନେତା ବ୍ରହ୍ମ ସିଂ ତନୱାର appeared first on .