ରାଜଧାନୀକୁ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଆଲର୍ଟ
ନୂଆଦିଲ୍ଲୀ, ୨୪।୬: ଦେଶର ରାଜଧାନୀରେ ଏକ ସପ୍ତାହ ଧରି ବର୍ଷା ହେବା ନେଇ ଜଣାପଡ଼ିଛି । ଏନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଗତ କିଛିଦିନ ଧରି ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଉଥିଲା । ଯାହାକୁ ନେଇ ରାଜଧାନୀବାସୀ ଅତିଷ୍ଠ ହୋଇପଡ଼ିଥିଲେ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଦିଲ୍ଲୀ ଏନ୍ସିଆର ଅଞ୍ଚଳରେ ଚଳିତ ସପ୍ତାହରେ ହାଲ୍କାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ସମ୍ଭାବନା ଥିବା କହିଛି । ବର୍ଷା ସହିତ […] The post ରାଜଧାନୀକୁ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଆଲର୍ଟ appeared first on Dharitri Odia News.
ନୂଆଦିଲ୍ଲୀ, ୨୪।୬: ଦେଶର ରାଜଧାନୀରେ ଏକ ସପ୍ତାହ ଧରି ବର୍ଷା ହେବା ନେଇ ଜଣାପଡ଼ିଛି । ଏନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି । ଗତ କିଛିଦିନ ଧରି ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଉଥିଲା । ଯାହାକୁ ନେଇ ରାଜଧାନୀବାସୀ ଅତିଷ୍ଠ ହୋଇପଡ଼ିଥିଲେ ।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଦିଲ୍ଲୀ ଏନ୍ସିଆର ଅଞ୍ଚଳରେ ଚଳିତ ସପ୍ତାହରେ ହାଲ୍କାରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ସମ୍ଭାବନା ଥିବା କହିଛି । ବର୍ଷା ସହିତ ଝଡ଼ ହେବା ନେଇ ମଧ୍ୟ ଆଶଙ୍କା ରହିଛି । ରବିବାର ଦିଲ୍ଲୀର କିଛି ସ୍ଥାନରେ ହାଲ୍କା ବର୍ଷା ହୋଇଛି । ଫଳରେ ରାତିରେ ଲୋକେ ଗରମରୁ ସାମୟିକ ମୁକ୍ତି ପାଇଥିଲେ । ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀରେ ଦିନର ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୨୪ ଏବଂ ୨୫ ଜୁନରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନାଥିବା ଭାରତ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଚଳିତ ସପ୍ତାହ ଦିଲ୍ଲୀବାସୀଙ୍କ ପାଇଁ ଭଲ ରହିବ। ବର୍ଷା କାରଣରୁ ଏହି ସପ୍ତାହରେ ଲୋକମାନେ ପ୍ରବଳ ଗରମରୁ ବହୁତ ଆରାମ ପାଇବେ। ପାଣିପାଗ ବିଭାଗ ଅନୁଯାୟୀ ସୋମବାର ରାଜଧାନୀ ଦିଲ୍ଲୀରେ ପାଗ ଭଲ ରହିବ। ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ଅଛି । ଜୁନ ୨୫, ମଙ୍ଗଳବାର ଦିନ ଆକାଶ ସାଧାରଣତ ମେଘୁଆ ରହିବ ଏବଂ ହାଲୁକା ବର୍ଷା ହୋଇପାରେ । ଜୁନ ୨୬ ରେ ଆକାଶ ଆଂଶିକ ମେଘୁଆ ରହିବ । ଏଥିସହିତ ଜୁନ ୨୭, ଗୁରୁବାର ଦିନ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ଅଛି । ଶନିବାର, ଜୁନ ୨୮ ଏବଂ ରବିବାର, ଜୁନ ୨୯ ସାଧାରଣତ ଆକାଶ ମେଘୁଆ ରହିବ ଏବଂ ବର୍ଷା ସହ ବଜ୍ରପାତ ପବନ ବହିବାର ସମ୍ଭାବନା ରହିଛି ।
The post ରାଜଧାନୀକୁ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଆଲର୍ଟ appeared first on Dharitri Odia News.