ହାତରେ ମାତ୍ର ଗୋଟିଏ ଦିନ, କରିଦିଅନ୍ତୁ ଆଧାର ଅପଡେଟ୍‌, ୧୫ରୁ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୧୩।୯: ହାତରେ ମାତ୍ର ଗୋଟିଏ ଦିନ । ଜଲଦି କରନ୍ତୁ ନିଜ ଆଧାର ଅପଡେଟ । ନଚେତ ସେପ୍ଟେମ୍ବର ୧୫ରୁ ଲାଗିବ ଦେବାକୁ ପଡିବ ଟଙ୍କା। ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ବିନା ସମସ୍ତ କାର୍ଯ୍ୟ ଅଟକିଯାଏ । ଯଦି ଆପଣଙ୍କର ଆଧାର କାର୍ଡ ନାହିଁ ତେବେ ଆପଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଯଦି ଆଧାର କାର୍ଡରେ କେଣସି ଭୁଲ ଅଛି କିମ୍ବା ଏହା ସଠିକ ଭାବରେ କରାଯାଇ […] The post ହାତରେ ମାତ୍ର ଗୋଟିଏ ଦିନ, କରିଦିଅନ୍ତୁ ଆଧାର ଅପଡେଟ୍‌, ୧୫ରୁ ଦେବାକୁ ପଡିବ ଟଙ୍କା… appeared first on Dharitri Odia News.

ହାତରେ ମାତ୍ର ଗୋଟିଏ ଦିନ, କରିଦିଅନ୍ତୁ ଆଧାର ଅପଡେଟ୍‌, ୧୫ରୁ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୧୩।୯: ହାତରେ ମାତ୍ର ଗୋଟିଏ ଦିନ । ଜଲଦି କରନ୍ତୁ ନିଜ ଆଧାର ଅପଡେଟ । ନଚେତ ସେପ୍ଟେମ୍ବର ୧୫ରୁ ଲାଗିବ ଦେବାକୁ ପଡିବ ଟଙ୍କା। ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହା ବିନା ସମସ୍ତ କାର୍ଯ୍ୟ ଅଟକିଯାଏ । ଯଦି ଆପଣଙ୍କର ଆଧାର କାର୍ଡ ନାହିଁ ତେବେ ଆପଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଯଦି ଆଧାର କାର୍ଡରେ କେଣସି ଭୁଲ ଅଛି କିମ୍ବା ଏହା ସଠିକ ଭାବରେ କରାଯାଇ ନାହିଁ ତେବେ ଆପଣ କେଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ସମର୍ଥ ହେବେ ନାହିଁ ।

ଅନେକ ଥର ଲୋକମାନେ ଆଧାର କାର୍ଡରେ ଭୁଲ ତଥ୍ୟ ଦେଇଥାନ୍ତି । ଯାହା ପରେ ସମସ୍ୟା ହୋିଥାଏ। ଏଭଳି ପରିସ୍ଥିତିରେ UIDAI ଆଧାର କାର୍ଡ ଅପଡେଟ କରିବାର ସୁଯୋଗ ଦେଇଥାଏ । ଯଦି ଆପଣ ଆଧାର କାର୍ଡରେ କିଛି ଅପଡେଟ କରିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ମାଗଣାରେ ଅପଡେଟ କରିପାରିବେ । କିନ୍ତୁ ଆପଣ କେବଳ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସୁବିଧା ପାଇବେ । ଅର୍ଥାତ୍‌ ଆପଣଙ୍କ ପାଖରେ ଆଉ ମାତ୍ର ଗୋଟିଏ ଦିନର ସମୟ ଅଛି।

କିନ୍ତୁ ଏହା ପରେ ଯଦି ଆପଣ ଆପଣଙ୍କର ଆଧାର କାର୍ଡ ଅପଡେଟ କରନ୍ତି । ତା’ପରେ ଆପଣଙ୍କୁ ଏଥିପାଇଁ ୫୦ଟଙ୍କା ଫି ଦେବାକୁ ପଡିବ । ଆଧାର କାର୍ଡରେ ଜନ୍ମ ତାରିଖ, ନାମ ଏବଂ ଠିକଣାକୁ ସହଜରେ କେତେଥର ଅପଡେଟ କରିପାରିବେ ଜାଣନ୍ତୁ।

ଆପଣ ନିଜ ଜୀବନରେ ଆଧାର କାର୍ଡରେ ଦୁଇଥର ପରିବର୍ତ୍ତନ କରିପାରିବେ । ବିବାହ ପରେ ନାମ ପରିବର୍ତ୍ତନ ହେଲେ, ଏହି କାମ ହୋଇପାରିବ, ଯାହା ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ଏହା ବ୍ୟତୀତ, ଜୀବନରେ ଥରେ ଲିଙ୍ଗ ପରିବର୍ତ୍ତନ କରାଯାଇପାରିବ । ଆପଣଙ୍କର ଜନ୍ମ ତାରିଖ ଅପଡେଟ କରିବାର କୌଣସି ଆବଶ୍ୟକତା ନାହିଁ କିନ୍ତୁ ବେଳେବେଳେ ଏହା ହେତୁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ତଥାପି ଯଦି ଆପଣ ଏହାକୁ ଠିକ କରିପାରିବେ । ଏଥିପାଇଁ ତୁମର ଆବଶ୍ୟକୀୟ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ । ଆଧାର କାର୍ଡରେ ଆପଣଙ୍କର ଠିକଣା ଅପଡେଟ କରିବାର କେଣସି ସୀମା ନାହିଁ । ଅନ୍ୟ ଜାଗାର ବାସିନ୍ଦା ହେବା ମାତ୍ରେ ଏହାକୁ ଯେତେବେଳେ ଚାହିଁଲେ ଆଧାର କାର୍ଡରେ ଅପଡେଟ କରିପାରିବ ।

The post ହାତରେ ମାତ୍ର ଗୋଟିଏ ଦିନ, କରିଦିଅନ୍ତୁ ଆଧାର ଅପଡେଟ୍‌, ୧୫ରୁ ଦେବାକୁ ପଡିବ ଟଙ୍କା… appeared first on Dharitri Odia News.