୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡା,୨୬।୧:(ଆଷିଶ ରଞ୍ଜନ ପଣ୍ଡା): ରାୟଗଡାସ୍ଥିତ ଜିସିଡି ପଡିଆ ଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲାସ୍ତରୀୟ ଉତ୍ସବରେ ଜିଲାପାଳ ସ୍ବଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସମବେତ ପ୍ୟାରେ ଅଭିବାଦନ ଗ୍ରହଣ କରିଥିଲେ ଜିଲାପାଳ। ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ନିଜ ଅଭିଭାଷଣ ରଖି ଜିଲାପାଳ କହି ଦେଶ ସ୍ବାଧୀନତା ପାଇଁ ସ୍ବାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଓ ତ୍ୟାଗକୁ ସ୍ମରଣ କରିଥିଲେ। ଏଥିସହ ଜିଲାର […] The post ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ appeared first on Dharitri Odia News.

୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡା,୨୬।୧:(ଆଷିଶ ରଞ୍ଜନ ପଣ୍ଡା): ରାୟଗଡାସ୍ଥିତ ଜିସିଡି ପଡିଆ ଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲାସ୍ତରୀୟ ଉତ୍ସବରେ ଜିଲାପାଳ ସ୍ବଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସମବେତ ପ୍ୟାରେ ଅଭିବାଦନ ଗ୍ରହଣ କରିଥିଲେ ଜିଲାପାଳ। ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ନିଜ ଅଭିଭାଷଣ ରଖି ଜିଲାପାଳ କହି ଦେଶ ସ୍ବାଧୀନତା ପାଇଁ ସ୍ବାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଓ ତ୍ୟାଗକୁ ସ୍ମରଣ କରିଥିଲେ। ଏଥିସହ ଜିଲାର ପ୍ରଗତି ପାଇଁ ଯୁବପିଢିଙ୍କୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଜିଲାପାଳ ସ୍ବଧା ସିଂ । ଏହି କାର୍ଯ୍ୟକ୍ରମରେ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ସ୍କୁଲ ଓ କଲେଜର ଏନସିସି କ୍ୟାଡେଟମାନେ ପରେଡ ପ୍ରଦର୍ଶନ କରିଥିଲେ। ସେହିଭଳି ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ସାଂସ୍କୃତିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଛାତ୍ରୀଛାତ୍ରମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସପି ବିବେକାନନ୍ଦ ଶର୍ମା, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଅତିରିକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନ, ଜିଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ଉପଜିଲାପାଳ କଲ୍ୟାଣି ସଂଘମିତ୍ରା ଦେବୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

The post ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ appeared first on Dharitri Odia News.