ଅଷ୍ଟ୍ରେଲିଆକୁ ହରାଇ ଭାରତ ଚାମ୍ପିୟନ

ନୂଆଦିଲ୍ଲୀ,୮ା୩: କର୍ନେଲ ସିଂ ଷ୍ଟାଡିୟମରେ ଚାଲିଥିବା ଅନ୍ତର୍ଜାତୀୟ ବଧିର ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ଚାମ୍ପିୟନ ହୋଇଛି। ଦଳ ଶନିବାର ଫାଇନାଲରେ ୭ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତୀୟ ବଧିର କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅୟୋଜିତ ଏହି ଟୁର୍ନାମେଣ୍ଟରେ ଅନ୍ୟତମ ଦଳ ଭାବେ ଦକ୍ଷିଣ ଆଫ୍ରିକା ଭାଗ ନେଇଥିଲା। ଫାଇନାଲରେ ଭାରତର କୁଲଦୀପ ସିଂ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ସେ ୫ଟି ଉଇକେଟ ଅକ୍ତିଆର କରିଥିଲେ। ସେ ଆହୁରି ମଧ୍ୟ ସିରିଜର […] The post ଅଷ୍ଟ୍ରେଲିଆକୁ ହରାଇ ଭାରତ ଚାମ୍ପିୟନ appeared first on Dharitri Odia News.

ଅଷ୍ଟ୍ରେଲିଆକୁ ହରାଇ ଭାରତ ଚାମ୍ପିୟନ

ନୂଆଦିଲ୍ଲୀ,୮ା୩: କର୍ନେଲ ସିଂ ଷ୍ଟାଡିୟମରେ ଚାଲିଥିବା ଅନ୍ତର୍ଜାତୀୟ ବଧିର ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ଚାମ୍ପିୟନ ହୋଇଛି। ଦଳ ଶନିବାର ଫାଇନାଲରେ ୭ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତୀୟ ବଧିର କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅୟୋଜିତ ଏହି ଟୁର୍ନାମେଣ୍ଟରେ ଅନ୍ୟତମ ଦଳ ଭାବେ ଦକ୍ଷିଣ ଆଫ୍ରିକା ଭାଗ ନେଇଥିଲା।

ଫାଇନାଲରେ ଭାରତର କୁଲଦୀପ ସିଂ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ସେ ୫ଟି ଉଇକେଟ ଅକ୍ତିଆର କରିଥିଲେ। ସେ ଆହୁରି ମଧ୍ୟ ସିରିଜର ବେଷ୍ଟ ବୋଲର ବିବେଚିତ ହୋଇଥିଲେ। ଭାରତର ଅନ୍ୟ ଜଣେ ଖେଳାଳି ଅଭିଷେକ ସିଂ ସିରିଜର ଶ୍ରେଷ୍ଠ ବ୍ୟାଟର ବିବେଚିତ ହୋଇଥିଲେ। ଟୁର୍ନାମେଣ୍ଟରେ ବିରେନ୍ଦର ସିଂ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ।

The post ଅଷ୍ଟ୍ରେଲିଆକୁ ହରାଇ ଭାରତ ଚାମ୍ପିୟନ appeared first on Dharitri Odia News.