ଲକ୍ଷ୍ମୀ ବସ୍‌ ଧକ୍କାରେ ମୃତକଙ୍କ ପରିବାରକୁ ମିଳିଲା ସହାୟତା

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଥା ବଡ଼ଗଡ଼ ଥାନା ଅଧୀନ ମଛାକୋଟ ପଞ୍ଚାୟତ ଘାଇ ଛକଠାରେ ଲକ୍ଷ୍ମୀ ବସ୍‌ ଧକ୍କାରେ କାର୍ତ୍ତିକ ନାୟକଙ୍କ ମତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଥିଲେ। ବଡଗଡ ପୋଲିସ, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଓ ରାଜସ୍ବ ବିଭାଗ ପଦାଧିକାରୀ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବାରୁ ରାସ୍ତାରୋକୋ ହଟିଥିଲା। ପ୍ରତିଶ୍ରୁତି ମୁତାବକ ଧରାକୋଟ ଅତିରିକ୍ତ […] The post ଲକ୍ଷ୍ମୀ ବସ୍‌ ଧକ୍କାରେ ମୃତକଙ୍କ ପରିବାରକୁ ମିଳିଲା ସହାୟତା appeared first on Dharitri Odia News.

ଲକ୍ଷ୍ମୀ ବସ୍‌ ଧକ୍କାରେ ମୃତକଙ୍କ ପରିବାରକୁ ମିଳିଲା ସହାୟତା

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଥା ବଡ଼ଗଡ଼ ଥାନା ଅଧୀନ ମଛାକୋଟ ପଞ୍ଚାୟତ ଘାଇ ଛକଠାରେ ଲକ୍ଷ୍ମୀ ବସ୍‌ ଧକ୍କାରେ କାର୍ତ୍ତିକ ନାୟକଙ୍କ ମତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଥିଲେ।

ବଡଗଡ ପୋଲିସ, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଓ ରାଜସ୍ବ ବିଭାଗ ପଦାଧିକାରୀ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବାରୁ ରାସ୍ତାରୋକୋ ହଟିଥିଲା। ପ୍ରତିଶ୍ରୁତି ମୁତାବକ ଧରାକୋଟ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ମାଣିକ୍ୟପୁର ରାଜସ୍ବ ନିରୀକ୍ଷକ ଏସ୍‌ ଜାଗେୟା, ଅତିରିକ୍ତ ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ପୂଜାରୀ ପ୍ରମୁଖ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ରେଡକ୍ରସ ସହାୟତା ପାଣ୍ଠିର ମଞ୍ଜୁର ଆର୍ଥିକ ସହାୟତା ରାଶି ମୃତକଙ୍କ ସ୍ତ୍ରୀ ପ୍ରମିଳା ନାୟକଙ୍କୁ ପ୍ରଦାନ କରିଥିଲେ। ଏଥିସହ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥିଲା।

The post ଲକ୍ଷ୍ମୀ ବସ୍‌ ଧକ୍କାରେ ମୃତକଙ୍କ ପରିବାରକୁ ମିଳିଲା ସହାୟତା appeared first on Dharitri Odia News.