ଲୁଣାପାଣି, କୁମ୍ଭୀର ଆତଙ୍କ ନିଦ ହଜାଇଛି

ଚାନ୍ଦବାଲି,,୧୬।୧୦(ଅଶୋକ କୁମାର ପଣ୍ଡା):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପଶ୍ଚିମରେ ସାଳନ୍ଦୀ, ଦକ୍ଷିଣରେ ବୈତରଣୀ, ପୂର୍ବରେ ମନ୍ତେଇ ନଦୀ ସହ କେତେକ କେନାଲ ଓ ଯୋର ଘେରି ରହିଛି। ନଦୀକୂଳିଆ ଗାଁର ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ପୁରୁଷ ପୁରୁଷ ଧରି ବସବାସ କରୁଥିବା ଲୋକଙ୍କ ଜୀବନ ଓ ଜୀବିକା ଏବେ ବିପଦ ମୁହଁରେ। ବିଭିନ୍ନ ସମୟରେ କୁମ୍ଭୀର ଆତଙ୍କ, ସାମୁଦ୍ରିକ ଲୁଣାପାଣି ପ୍ରଭାବରେ ଧାନ ଓ ରବିଚାଷ କ୍ଷତିଗ୍ରସ୍ତ ହେବା, ନଦୀବନ୍ଧ ଧସିବା, ନଦୀ ଗତିପଥର ପରିବର୍ତ୍ତନ […] The post ଲୁଣାପାଣି, କୁମ୍ଭୀର ଆତଙ୍କ ନିଦ ହଜାଇଛି appeared first on Dharitri Odia News.

ଲୁଣାପାଣି, କୁମ୍ଭୀର ଆତଙ୍କ ନିଦ ହଜାଇଛି

ଚାନ୍ଦବାଲି,,୧୬।୧୦(ଅଶୋକ କୁମାର ପଣ୍ଡା):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପଶ୍ଚିମରେ ସାଳନ୍ଦୀ, ଦକ୍ଷିଣରେ ବୈତରଣୀ, ପୂର୍ବରେ ମନ୍ତେଇ ନଦୀ ସହ କେତେକ କେନାଲ ଓ ଯୋର ଘେରି ରହିଛି। ନଦୀକୂଳିଆ ଗାଁର ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ପୁରୁଷ ପୁରୁଷ ଧରି ବସବାସ କରୁଥିବା ଲୋକଙ୍କ ଜୀବନ ଓ ଜୀବିକା ଏବେ ବିପଦ ମୁହଁରେ। ବିଭିନ୍ନ ସମୟରେ କୁମ୍ଭୀର ଆତଙ୍କ, ସାମୁଦ୍ରିକ ଲୁଣାପାଣି ପ୍ରଭାବରେ ଧାନ ଓ ରବିଚାଷ କ୍ଷତିଗ୍ରସ୍ତ ହେବା, ନଦୀବନ୍ଧ ଧସିବା, ନଦୀ ଗତିପଥର ପରିବର୍ତ୍ତନ ଯୋଗୁ ଗାଁ ଆଡ଼କୁ ନଦୀ ମାଡ଼ି ଆସିବା ଭଳି ଘଟଣା ଲାକଙ୍କୁ ଭୟଭୀତ କରୁଛି।
ଭୟରେ ଚାଷୀ ନଦୀକୂଳିଆ ଜମିରେ ଧାନ ଚାଷ ମଧ୍ୟ ଛାଡ଼ି ଦେଲେଣି। ଲୋକେ ଗାଁ ପାଖ ପୋଖରୀରେ ବାସନ ମାଜିବା, ଗାଧୋଇବା, ଜାଲରେ ମାଛ ଧରିବା ଏପରିକି ଚାଷଜମିକୁ ପାଣି ମଡ଼ାଇବାକୁ ଆଉ ନିରାପଦ ମଣୁନାହାନ୍ତି। ନଦୀହୁଡ଼ାରେ ଘାସ ଚରୁଥିବା ଗାଈ, ମଇଁଷି, ଛେଳି, ମେଣ୍ଢା ପରି ଗୃହପାଳିତ ପ୍ରାଣୀଙ୍କୁ କୁମ୍ଭୀର ଟାଣି ନେବା ଏକ ନିତିଦିନିଆ ଘଟଣା ପାଲଟିଛି। ଦୁର୍ବଳ ଲୁଣାବନ୍ଧ କାରଣରୁ ଜୁଆରରେ ସାମୁଦ୍ରିକ ଲୁଣାପାଣି ମାଡ଼ି ଆସିବା ଦ୍ୱାରା ଚଡ଼ଦିଆ, ନଳଗୋହିରା, ବାଂଶଡ଼ା, ଧାମରା, ଓରାସାହି, ବିଜୟନଗର ପରି କେତେକ ନଦୀକୂଳିଆ ପଞ୍ଚାୟତର ଚାଷଜମିରେ ଲୁଣାମାଡ଼ି ଯାଉଥିବାରୁ ଚାଷ କ୍ଷତିଗ୍ରସ୍ତ ହେଉଛି। ବର୍ଷାଦିନେ ନଦୀକୂଳିଆ ଅଞ୍ଚଳରେ ନଦୀବନ୍ଧ ଧସିବା, ଦବିଯିବା ସହ ଫାଟ ସୃଷ୍ଟି ହେଉଛି।
ସାଠିବାଙ୍କୁଡ଼ା, ଦୋହରାପାଟଣା, ସୁନ୍ଦରପୁର ଆଦିଗାଁରଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ସମସ୍ତ ନଦୀକୂଳିଆ ଗଁା ପ୍ରତି ବିପଦ ଦେଖାଗଲାଣି। କେତେବେଳେ ଯେ ଗାଁର ନଦୀ ଅଁାରେ ଲୀନ ହୋଇଯିବ, ସେଇ ଆଶଙ୍କାରେ ଲୋକଙ୍କ ମନରେ ଭୟ ରହୁଛି। ବିଭିନ୍ନ ସମୟରେ ନଦୀ ଖାଇଯିବା ଫଳରେ ଅତଡ଼ା ଖସି ମନ୍ତେଇ ନଦୀକୂଳ ନିକଟ କନକପଲ୍ଲୀ, ହରିଶପୁର, ଶୈଳେନ୍ଦ୍ରପଲ୍ଲୀ, ଝାଡ଼କାଟି, ଗୋବିନ୍ଦପୁର, ସାଳନ୍ଦୀ ନଦୀକୂଳରେ ଅଣୁଖାସାହି, ହେଙ୍ଗୁପତି, ଖଟୁଆସାହି, ଧାନଖଣିଆ, ପାଲଟପୁର, ମୁହାଁ, ବୈତରଣୀ ନଦୀ କୂଳବର୍ତ୍ତୀ କୁଲିବିନ୍ଧା, ଗୁଆଳିବିନ୍ଧା, ସାନହରିପୁର ପରି କେତେକ ଗାଁର ପ୍ରତି ବିପଦ ଦେଖାଯାଇଛି। କୁମ୍ଭୀର ଆତଙ୍କ, ଲୁଣାପାଣି ଯୋଗୁ ଚାଷ ପ୍ରଭାବିତ, ଭୂସ୍ଖଳନ ଆଦି ବିପଦକୁ ନେଇ ନଦୀକୂଳିଆବାସୀ ଆଶଙ୍କାରେ ଦିନ କାଟୁଛନ୍ତି।
ଲୁଣାପାଣି ମାଡ଼ି ଚାଷଜମି ପ୍ରଭାବିତ ହେଉଥିବାରୁ ଯୋର ଓ ନାଳରେ ଆଉ ୪ଟି ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଗଲେ ଜମିକୁ ଲୁଣାପାଣି ମାଡ଼ିପାରନ୍ତା ନାହିଁ। ସେହିପରି ଧସିଥିବା ସ୍ଥାନରେ ପଥରପ୍ୟାକିଂ କରାଯିବାକୁ ବାରମ୍ବାର ଦାବି କରାଯାଉଛି। ନଦୀକୂଳିଆ ଅଞ୍ଚଳରେ କୁମ୍ଭୀର ଆତଙ୍କ ଥିବାରୁ ବ୍ୟାରିକେଡ୍‌ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଉଛି ବୋଲି ତେନ୍ତୁଳିଡିହ ଅଞ୍ଚଳର ସାମାଜିକ କର୍ମୀ ପ୍ରବୀର ରାଉତ କହିଛନ୍ତି।

The post ଲୁଣାପାଣି, କୁମ୍ଭୀର ଆତଙ୍କ ନିଦ ହଜାଇଛି appeared first on Dharitri Odia News.