ଭାରତରେ ମିଡ଼ିଆ ମୁକ୍ତ ନୁହେଁ : ରଏଟର୍ସର ଆକାଉଣ୍ଟ ବ୍ଲକ୍ ହେବା ପରେ ସରକାରଙ୍କୁ 'ଏକ୍ସ'ର ସମାଲୋଚନା
ନୂଆଦିଲ୍ଲୀ – ବ୍ରିଟେନର ନ୍ୟୁଜ୍ ଏଜେନ୍ସି ରଏଟର୍ସର ସୋସିଆଲ ମିଡ଼ିଆ ଆକାଉଣ୍ଟ ଭାରତରେ ବ୍ଲକ୍ ହେବା ପରେ ଏଲନ ମସ୍କଙ୍କ ଏକ୍ସ ଭାରତ ସରକାରଙ୍କର ସମାଲୋଚନା କରିଛି। ଏକ୍ସ ପକ୍ଷରୁ କୁହାଯାଇଛି ଯେ, ଭାରତ ସରକାର ପ୍ରେସ୍ର ସ୍ୱାଧୀନତାକୁ ମହତ୍ତ୍ୱ ଦିଅନ୍ତି ନାହିଁ। ଏକ୍ସ କହିଛି, ୩ ଜୁଲାଇରେ ଭାରତ ସରକାର ୨ହଜାରରୁ ଅଧିକ ଆକାଉଣ୍ଟକୁ ଭାରତରେ ବ୍ଲକ୍ କରବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଣ୍ଟାଏ ଭିତରେ ବିନା କୌଣସି କାରଣ ଦର୍ଶାଇ ଏହି ହ୍ୟାଣ୍ଡେଲ୍ସକୁ ବ୍ଲକ୍ କରି ଦିଆ ଯାଇଛି, ଯେଉଁଥିରେ ରଏଟର୍ସ ମଧ୍ୟ ସାମିଲ ଅଛି। ଭାରତ ସରକାର କହିଛନ୍ତି, ଆକାଉଣ୍ଟ ବ୍ଲକ୍ କରିବାକୁ ନେଇ କୌଣସି ପ୍ରକାରର ନୂଆ ନିର୍ଦ୍ଦେଶ ଜାରି କରାଯାଇ ନାହିଁ। ଏକ୍ସକୁ ହିଁ ରଏଟର୍ସକୁ ଅନବ୍ଲକ୍ କରିବାରେ ୨୧ ଘଣ୍ଟାରୁ ଅଧିକ ସମୟ ଲାଗି ଗଲା।ଏକ୍ସ କହିଛି ଯେ, ଯାହାର ଆକାଉଣ୍ଟ ବନ୍ଦ କରାଯାଇଛି, ତାଙ୍କ ପାଖରେ ଦ୍ୱିତୀୟ କୌଣସି ବିକଳ୍ପ ନଥିଲା। ଯଦି ସେ ନିର୍ଦ୍ଦେଶକୁ ମାନି ନଥାନ୍ତେ ତ ଦଣ୍ଡର ସମ୍ମୁଖୀନ ମଧ୍ୟ କରିବାକୁ ପଡ଼ିଥାନ୍ତା। ଏକ୍ସ କହିଛି ଯେ, ଭାରତରେ ଯାହାର ଆକାଉଣ୍ଟ ବ୍ଲକ୍ ହୋଇଛି, ତାଙ୍କୁ କୋର୍ଟଙ୍କ ଦ୍ୱାରସ୍ଥ ହେବା ଉଚିତ୍।ଏକ୍ସର ଗ୍ଲୋବାଲ ଆଫେୟାର୍ସ ଟିମ୍ ଏକ ପୋଷ୍ଟ କରି କହିଛି, ଭାରତ ସରକାର ୩ ଜୁଲାଇରେ ଆଇଟି ଆକ୍ଟର ଧାରାର ୬୯ଏ ଅନୁସାରେ ପାଖାପାଖି ୨,୩୫୫ ଟି ଆକାଉଣ୍ଟକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ ର
ନୂଆଦିଲ୍ଲୀ – ବ୍ରିଟେନର ନ୍ୟୁଜ୍ ଏଜେନ୍ସି ରଏଟର୍ସର ସୋସିଆଲ ମିଡ଼ିଆ ଆକାଉଣ୍ଟ ଭାରତରେ ବ୍ଲକ୍ ହେବା ପରେ ଏଲନ ମସ୍କଙ୍କ ଏକ୍ସ ଭାରତ ସରକାରଙ୍କର ସମାଲୋଚନା କରିଛି। ଏକ୍ସ ପକ୍ଷରୁ କୁହାଯାଇଛି ଯେ, ଭାରତ ସରକାର ପ୍ରେସ୍ର ସ୍ୱାଧୀନତାକୁ ମହତ୍ତ୍ୱ ଦିଅନ୍ତି ନାହିଁ। ଏକ୍ସ କହିଛି, ୩ ଜୁଲାଇରେ ଭାରତ ସରକାର ୨ହଜାରରୁ ଅଧିକ ଆକାଉଣ୍ଟକୁ ଭାରତରେ ବ୍ଲକ୍ କରବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଣ୍ଟାଏ ଭିତରେ ବିନା କୌଣସି କାରଣ ଦର୍ଶାଇ ଏହି ହ୍ୟାଣ୍ଡେଲ୍ସକୁ ବ୍ଲକ୍ କରି ଦିଆ ଯାଇଛି, ଯେଉଁଥିରେ ରଏଟର୍ସ ମଧ୍ୟ ସାମିଲ ଅଛି। ଭାରତ ସରକାର କହିଛନ୍ତି, ଆକାଉଣ୍ଟ ବ୍ଲକ୍ କରିବାକୁ ନେଇ କୌଣସି ପ୍ରକାରର ନୂଆ ନିର୍ଦ୍ଦେଶ ଜାରି କରାଯାଇ ନାହିଁ। ଏକ୍ସକୁ ହିଁ ରଏଟର୍ସକୁ ଅନବ୍ଲକ୍ କରିବାରେ ୨୧ ଘଣ୍ଟାରୁ ଅଧିକ ସମୟ ଲାଗି ଗଲା।

ଏକ୍ସ କହିଛି ଯେ, ଯାହାର ଆକାଉଣ୍ଟ ବନ୍ଦ କରାଯାଇଛି, ତାଙ୍କ ପାଖରେ ଦ୍ୱିତୀୟ କୌଣସି ବିକଳ୍ପ ନଥିଲା। ଯଦି ସେ ନିର୍ଦ୍ଦେଶକୁ ମାନି ନଥାନ୍ତେ ତ ଦଣ୍ଡର ସମ୍ମୁଖୀନ ମଧ୍ୟ କରିବାକୁ ପଡ଼ିଥାନ୍ତା। ଏକ୍ସ କହିଛି ଯେ, ଭାରତରେ ଯାହାର ଆକାଉଣ୍ଟ ବ୍ଲକ୍ ହୋଇଛି, ତାଙ୍କୁ କୋର୍ଟଙ୍କ ଦ୍ୱାରସ୍ଥ ହେବା ଉଚିତ୍।
ଏକ୍ସର ଗ୍ଲୋବାଲ ଆଫେୟାର୍ସ ଟିମ୍ ଏକ ପୋଷ୍ଟ କରି କହିଛି, ଭାରତ ସରକାର ୩ ଜୁଲାଇରେ ଆଇଟି ଆକ୍ଟର ଧାରାର ୬୯ଏ ଅନୁସାରେ ପାଖାପାଖି ୨,୩୫୫ ଟି ଆକାଉଣ୍ଟକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ ରଏଟର୍ସ ଓ ରଏଟର୍ସ ୱାର୍ଲ୍ଡ ମଧ୍ୟ ସାମିଲ ଥିଲା। ଯଦି ନିର୍ଦ୍ଦେଶ ପାଳନ କରାଯାଇ ନଥାନ୍ତା ,ତ ତାଙ୍କ ଉପରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତ। ଏକ୍ସ ଦାବି କରିଛି ଯେ, ଭାରତ ସରକାର ବିନା କୌଣସି କାରଣ ଦର୍ଶାଇ ଘଣ୍ଟାଏ ଭିତରେ ଆକ୍ସନ ନେବାର ନିର୍ଦ୍ଦେଶ ଦେଇ ଥିଲା। କେବଳ ଏହା କୁହାଯାଇ ଥିଲା ଯେ , ଆଗାମୀ ନିର୍ଦ୍ଦେଶ ଯାଏ ଏହି ଆକାଉଣ୍ଟ ବ୍ଲକ୍ ରହିବ। ଯେବେ ଲୋକେ ବିରୋଧ କଲେ ତ ସରକାର ଏକ୍ସରୁ ରଏଟର୍ସ ଓ ରଏଟର୍ସ ୱାର୍ଲ୍ଡର ଆକାଉଣ୍ଟକୁ ଅନବ୍ଲକ୍ କରିବାକୁ କହି ଥିଲେ।
ଏକ୍ସ କହିଛି, ଭାରତରେ ପ୍ରେସ୍ ଉପରେ ଲାଗୁଥିବା ପ୍ରତିବନ୍ଧକକୁ ନେଇ ଆମେ ଖୁବ୍ ଚିନ୍ତିତ। ଆମେ ପ୍ରତି ଆଇନଗତ ବିକଳ୍ପ ଉପରେ ବିଚାର କରୁଛୁ। ପ୍ରଭାବିତ ୟୁଜର୍ସଙ୍କୁ ଏହି ପରାମର୍ଶ ଯେ, ସେ କୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତୁ ।