ଇରାନ ଉପରେ ହମଲା ପରେ କୁଆଡ଼େ ଗାଏବ ହୋଇଗଲା ଆମେରିକାର ବି-୨ ବୋମା ବର୍ଷକ ? ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ଦାବି

ନୂଆଦିଲ୍ଲୀ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିବା ପରେ, ଆମେରିକା ନିଜର ସବୁ ବି-୨ ଷ୍ଟିଲଥ୍‌ ବମ୍ୱର ବିମାନର ପ୍ରତ୍ୟାବର୍ତ୍ତନ କରିଥିବା ନେଇ ଦାବି କରିଥିଲା। ହେଲେ ଏବେ ଏକ ଆଶ୍ଚର୍ଯ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ମୁତାବିକ , ଆମେରିକା ଦୁଇଟି ଗ୍ରୁପ୍‌ରେ ବି-୨ ବୋମା ବର୍ଷକ ବିମାନକୁ ଛାଡ଼ିଥିଲା। ଏଥିରୁ ଗୋଟିଏ ଗ୍ରୁପ୍‌ର ବିମାନ ଏବେସୁଦ୍ଧା ମିସୋରୀର ଏୟାରବେସ୍‌ରେ ପହଞ୍ଚି ନାହିଁ। ବାସ୍ତବିକ କଥା ହେଲା , ମିସୋରୀର ୱାଇଟମ୍ୟାନ୍‌ ଏୟାରଫୋର୍ସ ବେସ୍‌ରୁ ଆମେରିକା ଦୁଇଟି ବ୍ୟାଚ୍‌ରେ ବିମାନକୁ ପଠାଇ ଥିଲା।ଏଥିରୁ ଗୋଟିଏ ବ୍ୟାଚ୍‌ ପଶ୍ଚିମରେ ପ୍ରଶାନ୍ତ ମହାସାଗର ଆଡୁ ଉଡ଼ି ଥିଲା। ଏହି ଗ୍ରୁପ୍‌ର କାମ ହମଲା କରିବା ନୁହେଁ ବରଂ ଇରାନୀ ସେନାକୁ କେବଳ ଭ୍ରମିତ କରିବା ଥିଲା। ସେପଟେ ସାତୋଟି ବି-୨ ବିମାନର ଦ୍ୱିତୀୟ ବ୍ୟାଚ୍ ପୂର୍ବ ଆଡ଼କୁ ଉଡ଼ିଥିଲା। ଏହା ହିଁ ଇରାନ ଉପରେ ହମଲା କରିଥିଲା। ହମଲା କରିଥିବା ଫ୍ଲାଇଟ୍‌ ଦଳ ୩୭ ଘଣ୍ଟା ପରେ ପ୍ରତ୍ୟାବର୍ତ୍ତନ କରି ମିସୋରୀ ଏୟାରବେସ୍‌ରେ ପହଞ୍ଚି ଥିଲା। ଅନ୍ୟପଟେ ଦ୍ୱିତୀୟ ଗ୍ରୁପ୍‌ର ବିମାନ ଫେରିବାର ସ୍ପଷ୍ଟ ହୋଇ ପାରି ନାହିଁ।ରିପୋର୍ଟରୁ ଜଣାପଡ଼ି ଥିଲା ଯେ, ଏକ ଷ୍ଟିଲଥ୍‌ ବମ୍ୱର ବିମାନର ହୱାଇରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ହୋଇଥିଲା। ଏହା ହୋନୋଲୁଲୁର ହିକମ୍‌ ଏୟାରଫୋର୍ସ ବେସ୍‌ ନିକଟରେ ଡେନିୟଲର ଇନୋୟେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଓହ୍ଲାଇ

ଇରାନ ଉପରେ ହମଲା ପରେ କୁଆଡ଼େ ଗାଏବ ହୋଇଗଲା ଆମେରିକାର ବି-୨ ବୋମା ବର୍ଷକ ? ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ଦାବି

ନୂଆଦିଲ୍ଲୀ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିବା ପରେ, ଆମେରିକା ନିଜର ସବୁ ବି-୨ ଷ୍ଟିଲଥ୍‌ ବମ୍ୱର ବିମାନର ପ୍ରତ୍ୟାବର୍ତ୍ତନ କରିଥିବା ନେଇ ଦାବି କରିଥିଲା। ହେଲେ ଏବେ ଏକ ଆଶ୍ଚର୍ଯ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ମୁତାବିକ , ଆମେରିକା ଦୁଇଟି ଗ୍ରୁପ୍‌ରେ ବି-୨ ବୋମା ବର୍ଷକ ବିମାନକୁ ଛାଡ଼ିଥିଲା। ଏଥିରୁ ଗୋଟିଏ ଗ୍ରୁପ୍‌ର ବିମାନ ଏବେସୁଦ୍ଧା ମିସୋରୀର ଏୟାରବେସ୍‌ରେ ପହଞ୍ଚି ନାହିଁ। ବାସ୍ତବିକ କଥା ହେଲା , ମିସୋରୀର ୱାଇଟମ୍ୟାନ୍‌ ଏୟାରଫୋର୍ସ ବେସ୍‌ରୁ ଆମେରିକା ଦୁଇଟି ବ୍ୟାଚ୍‌ରେ ବିମାନକୁ ପଠାଇ ଥିଲା।

ଏଥିରୁ ଗୋଟିଏ ବ୍ୟାଚ୍‌ ପଶ୍ଚିମରେ ପ୍ରଶାନ୍ତ ମହାସାଗର ଆଡୁ ଉଡ଼ି ଥିଲା। ଏହି ଗ୍ରୁପ୍‌ର କାମ ହମଲା କରିବା ନୁହେଁ ବରଂ ଇରାନୀ ସେନାକୁ କେବଳ ଭ୍ରମିତ କରିବା ଥିଲା। ସେପଟେ ସାତୋଟି ବି-୨ ବିମାନର ଦ୍ୱିତୀୟ ବ୍ୟାଚ୍ ପୂର୍ବ ଆଡ଼କୁ ଉଡ଼ିଥିଲା। ଏହା ହିଁ ଇରାନ ଉପରେ ହମଲା କରିଥିଲା। ହମଲା କରିଥିବା ଫ୍ଲାଇଟ୍‌ ଦଳ ୩୭ ଘଣ୍ଟା ପରେ ପ୍ରତ୍ୟାବର୍ତ୍ତନ କରି ମିସୋରୀ ଏୟାରବେସ୍‌ରେ ପହଞ୍ଚି ଥିଲା। ଅନ୍ୟପଟେ ଦ୍ୱିତୀୟ ଗ୍ରୁପ୍‌ର ବିମାନ ଫେରିବାର ସ୍ପଷ୍ଟ ହୋଇ ପାରି ନାହିଁ।

ରିପୋର୍ଟରୁ ଜଣାପଡ଼ି ଥିଲା ଯେ, ଏକ ଷ୍ଟିଲଥ୍‌ ବମ୍ୱର ବିମାନର ହୱାଇରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ହୋଇଥିଲା। ଏହା ହୋନୋଲୁଲୁର ହିକମ୍‌ ଏୟାରଫୋର୍ସ ବେସ୍‌ ନିକଟରେ ଡେନିୟଲର ଇନୋୟେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଓହ୍ଲାଇ ଥିଲା। ହେଲେ ଏହା ଜଣାପଡ଼ି ନାହିଁ ଏହି ବିମାନ କେଉଁ ସ୍ଥିତିରେ ଅଛି। ଏହା ମଧ୍ୟ କୁହାଯାଇ ନାହିଁ ଯେ, ବିମାନର ଏମର୍ଜେନ୍ସି ଲ୍ୟାଣ୍ଡିଂ କାହିଁକି କରାଯାଇ ଥିଲା।

ଉଲ୍ଲେଖନୀୟ ଯେ, ଆମେରିକାର ଏହି ସ୍ୱତନ୍ତ୍ର ବିମାନ ପୂର୍ବରୁ ବି ହୱାଇରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା। ୨୦୨୨ରେ ବିମାନର ପୂରା ଫ୍ଲିଟ୍‌ ଏହି ଏୟାରପୋର୍ଟରେ ଓହ୍ଲାଇ ଥିଲା। ୨୦୨୧ରେ ଏହିପରି ଘଟଣା ପରେ ଗୋଟିଏ ବି-୨ ବମ୍ୱର ବିମାନକୁ ରିପେୟରିଂ ପାଇଁ କାଲିଫର୍ଣ୍ଣିଆ ନିଆ ଯାଇ ଥିଲା। ରିପୋର୍ଟରେ କୁହାଯାଇ ଥିଲା ଯେ, ଆମେରିକାର ବି-୨ ବମ୍ୱର ବିମାନ ଏବେ ବି ହୋନୋଲୁଲୁରେ ହିଁ ଫସି ରହିଛି। ଇରାନୀ ସୋସିଆଲ ମିଡ଼ିଆରେ ଦାବି କରାଯାଇ ଥିଲା ଯେ, ଇରାନ ଆମେରିକାର ଏକ ବିମାନକୁ ମାଡ଼ କରି ଖସାଇ ଦେଇଥିଲା। ହେଲେ ଆମେରିକା ଏହି ଦାବିକୁ ଖାରଜ କରି ଦେଇ ଥିଲା।