ନୀଳଚକ୍ରେ ହୋ ଦେଖ ଉଡୁଛି…

ନୀଳଚକ୍ର ବା ପତିତପାବନ ବାନାକୁ କେନ୍ଦ୍ରକରି ଭାବବିହ୍ବଳିତ କାବି୍ୟକ କୃତି ଉପରେ ଦୃଷ୍ଟିଦେଲେ ଜଣାଯାଏ ଆମ ସାହିତ୍ୟରେ ଅନେକ ଗୀତ/ଭଜନ ଲେଖାଯାଇଛି। ଭକ୍ତିରସରେ ଆଉଟି ହୋଇ ଭକ୍ତକବିମାନେ ନିଜ ଅନ୍ତରର ଭାବକୁ ଭାଷାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦିତ କରିଛନ୍ତି। କବି ଗୌରଚରଣ ଅଧିକାରୀଙ୍କ ଭାଷାରେ ତଥା ଗୁରୁ ପ୍ରଫୁଲ୍ଲ କରଙ୍କ କଣ୍ଠରେ: ‘ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା, ପତିତପାବନ ନାମଟି ଯାର ନଁା… ଆସ ଆସ ବୋଲି ପତିତମାନଙ୍କୁ ଡାକୁଅଛି ପରା ସଙ୍ଗାତ ଅନା ନେତ […] The post ନୀଳଚକ୍ରେ ହୋ ଦେଖ ଉଡୁଛି… appeared first on Dharitri Odia News.

ନୀଳଚକ୍ରେ ହୋ ଦେଖ ଉଡୁଛି…

ନୀଳଚକ୍ର ବା ପତିତପାବନ ବାନାକୁ କେନ୍ଦ୍ରକରି ଭାବବିହ୍ବଳିତ କାବି୍ୟକ କୃତି ଉପରେ ଦୃଷ୍ଟିଦେଲେ ଜଣାଯାଏ ଆମ ସାହିତ୍ୟରେ ଅନେକ ଗୀତ/ଭଜନ ଲେଖାଯାଇଛି। ଭକ୍ତିରସରେ ଆଉଟି ହୋଇ ଭକ୍ତକବିମାନେ ନିଜ ଅନ୍ତରର ଭାବକୁ ଭାଷାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦିତ କରିଛନ୍ତି। କବି ଗୌରଚରଣ ଅଧିକାରୀଙ୍କ ଭାଷାରେ ତଥା ଗୁରୁ ପ୍ରଫୁଲ୍ଲ କରଙ୍କ କଣ୍ଠରେ: ‘ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା, ପତିତପାବନ ନାମଟି ଯାର ନଁା…
ଆସ ଆସ ବୋଲି ପତିତମାନଙ୍କୁ
ଡାକୁଅଛି ପରା ସଙ୍ଗାତ ଅନା
ନେତ ଧ୍ୱଜାବର ଉଡ଼େ ଫରଫର ଉଡ଼ାଇଦେଉଛି ଭବ ଯାତନା।“
କବି ନିତ୍ୟାନନ୍ଦ ଅଭିଯୋଗ କରିଛନ୍ତି-
”ପତିତଜନଙ୍କୁ ଉଦ୍ଧାରିବା ପାଇଁ ଉଡ଼ାଉଅଛ ପତାକା
ବାହୁ ଟେକି ତୁମେ ବସି ଚାହୁଁ ଚାହୁଁ
ବିପତ୍ତି ପାରୁଛି ଡକା, ମହାପ୍ରଭୁ ହେ…
କବିସୂର୍ଯ୍ୟ ବଳଦେବ ରଥ ଅଭିମାନରେ ପ୍ରକାଶ କରିଛନ୍ତି-
କ୍ଷୀରମୟ ସିନ୍ଧୁ ଜେମା ପ୍ରାଣବନ୍ଧୁ ତୁମ୍ଭେ ତ ଜଗତପତି
ଟେକି ସମଦୃଷ୍ଟି ପତାକାକୁ ପୁଣି ଏକ ପକ୍ଷପାତ ରୀତି
ହେ ମହାପ୍ରଭୁ!
କେ କି ଦେଲା ମୁଁ ନ ଦେଲି
କେ କି ଦେଲା ଅବା, ମୁଁ ଅବା ନ ଦେବା
ଘେନି ଏତେ ସରି ହେଲି।
କବିସୂର୍ଯ୍ୟ ଏହି ଜଗନ୍ନାଥ ଜଣାଣ- ବ୍ୟାଜସ୍ତୁତି, କପଟ ଭର୍ତ୍ସନା। ଶେଷରେ ସେ ଜଣାନ୍ତି ”ସବୁ ତୁମ୍ଭ ଇଚ୍ଛା ସିନା / ରଖ ବା ନ ରଖ ମୋହର ଗତି ତ ପତିତପାବନ ବାନା“
ରାଜା ବୀରକେଶରୀ ଦେବ ଘୋର ନୈରାଶ୍ୟରେ ହାତ ଟେକି ଜଣାଇଛନ୍ତି-
ପତିତପାବନ ବାନା ଆଉ କେତେବେଳକୁ
ଭାସିଗଲି ଭବଜଳେ ନାବ ଦିଅ କୂଳକୁ।“
ବିଂଶ ଶତାବ୍ଦୀର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଛନ୍ତି-
”ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ…“।
ଆହୁରି ଅନେକ ବିଦଗ୍ଧ କବି ନୀଳଚକ୍ର ଓ ପତିତପାବନ ବାନାକୁ ନିଜର ସାରସ୍ବତ କୃତି ମାଧ୍ୟମରେ ଜଣାଇଛନ୍ତି।

The post ନୀଳଚକ୍ରେ ହୋ ଦେଖ ଉଡୁଛି… appeared first on Dharitri Odia News.