ପାର୍ବଣ ପୂର୍ବରୁ ଶ୍ରମିକଙ୍କୁ ମୋଦୀ ସରକାରଙ୍କ ଭେଟି, ବଢିଲା ସର୍ବନିମ୍ନ ମଜୁରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ସର୍ବନିମ୍ନ ମଜୁରିରେ ବୃଦ୍ଧି ଘୋଷଣା କରିଛନ୍ତି । ଗୁରୁବାର ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି ଯେ ସରକାର ସର୍ବନିମ୍ନ ମଜୁରି ବଢାଇଛନ୍ତି ଏବଂ ଭେରିଏବଲ ଡିୟରନେସ ଆଲାଉନ୍ସ (ଭିଡିଏ)କୁ ସଂଶୋଧନ କରିଛନ୍ତି । ଏହି ନିଷ୍ପତ୍ତି ପରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ବର୍ଦ୍ଧିତ ଦରଦାମ ଏବଂ ଜୀବନଯାବନ ଖର୍ଚ୍ଚର ସାମନା କରିବାରେ ସାହାଯ୍ୟ କରିବ ।ସଂଶୋଧିତ ଜରୁରିର ଲାଭ ସେହି ଶ୍ରମିକଙ୍କୁ ମିଳିବ ଯେଉଁମାନେ ନିର୍ମାଣ, ଲୋଡିଂ-ଅନଲୋଡିଂ, ସିକ୍ୟୁରିଟି ଗାର୍ଡ, ସଫେଇ, ହାଉସକିପିଂ, ଖନନ ଏବଂ କୃଷି ପରି କାର୍ଯ୍ୟରେ ଲିପ୍ତ ଅଛନ୍ତି ଏବଂ ଯାହା କେନ୍ଦ୍ର ସରକାରଙ୍କ ପରିଧିରେ ଆସୁଛି । ଏହି ନିଷ୍ପତ୍ତି ଦ୍ୱାରା ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ସେମାନଙ୍କ ଆୟ ବଢିବ ।Central Government enhances Minimum Wage Rates by revising Variable Dearness Allowance to give relief to workers specially those working in unorganised sector.For detailed information regarding the minimum wages read here:https://t.co/B3pkzzEGTr #LabourMinistryIndia#MoLE— Ministry of Labour & Employment, GoI (@LabourMinistry) September 26, 2024ନୂଆ

ପାର୍ବଣ ପୂର୍ବରୁ ଶ୍ରମିକଙ୍କୁ ମୋଦୀ ସରକାରଙ୍କ ଭେଟି, ବଢିଲା ସର୍ବନିମ୍ନ ମଜୁରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ସର୍ବନିମ୍ନ ମଜୁରିରେ ବୃଦ୍ଧି ଘୋଷଣା କରିଛନ୍ତି । ଗୁରୁବାର ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି ଯେ ସରକାର ସର୍ବନିମ୍ନ ମଜୁରି ବଢାଇଛନ୍ତି ଏବଂ ଭେରିଏବଲ ଡିୟରନେସ ଆଲାଉନ୍ସ (ଭିଡିଏ)କୁ ସଂଶୋଧନ କରିଛନ୍ତି । ଏହି ନିଷ୍ପତ୍ତି ପରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ବର୍ଦ୍ଧିତ ଦରଦାମ ଏବଂ ଜୀବନଯାବନ ଖର୍ଚ୍ଚର ସାମନା କରିବାରେ ସାହାଯ୍ୟ କରିବ ।

ସଂଶୋଧିତ ଜରୁରିର ଲାଭ ସେହି ଶ୍ରମିକଙ୍କୁ ମିଳିବ ଯେଉଁମାନେ ନିର୍ମାଣ, ଲୋଡିଂ-ଅନଲୋଡିଂ, ସିକ୍ୟୁରିଟି ଗାର୍ଡ, ସଫେଇ, ହାଉସକିପିଂ, ଖନନ ଏବଂ କୃଷି ପରି କାର୍ଯ୍ୟରେ ଲିପ୍ତ ଅଛନ୍ତି ଏବଂ ଯାହା କେନ୍ଦ୍ର ସରକାରଙ୍କ ପରିଧିରେ ଆସୁଛି । ଏହି ନିଷ୍ପତ୍ତି ଦ୍ୱାରା ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ସେମାନଙ୍କ ଆୟ ବଢିବ ।

ନୂଆ ମଜୁରି ୨୦୨୪ ଅକ୍ଟୋବର ୧ରୁ ଲାଗୁ ହେବ । ଏହା ପୂର୍ବରୁ ୨୦୨୪ ଏପ୍ରିଲରେ ପାରିଶ୍ରମିକ ମୂଲ୍ୟରେ ପରିବର୍ତ୍ତନ କରାଯାଇଥିଲା । ଶ୍ରମିକଙ୍କ ସର୍ବନିମ୍ନ ମଜୁରି ସେମାନଙ୍କ କୌଶଳ ସ୍ତର ଏବଂ ଭୌଗଳିକ କ୍ଷେତ୍ର ଆଧାରରେ ସ୍ଥିତ କରାଯାଇଛି । କୌଶଳ ସ୍ତର ହିସାବରେ ଶ୍ରମିକଙ୍କୁ ଅଣକୁଶଳୀ, ଅର୍ଦ୍ଧ-କୁଶଳୀ, ଅଧିକ-କୁଶଳୀ ଶ୍ରେଣୀରେ ଭାଗ କରାଯାଇଛି । ଅନ୍ୟପଟେ ଭୌଗଳିକ କ୍ଷେତ୍ରରେ ଏ, ବି ଏବଂ ସି ଶ୍ରେଣୀରେ ବିଭକ୍ତ କରାଯାଇଛି ।

ସଂଶୋଧନ ପରେ କ୍ଷେତ୍ର Aର ଅଣକୁଶଳୀ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରି ୭୮୩ ଟଙ୍କା ପ୍ରତିଦିନ ହୋଇଛି । ଅର୍ଦ୍ଧ-କୁଶଳୀଙ୍କ ପାଇଁ ଏହା ୮୬୮ ଟଙ୍କା ହୋଇଛି । ଏବଂ ଅତ୍ୟଧିକ କୁଶଳୀଙ୍କ ପାଇଁ ୯୫୪ ଟଙ୍କା ହୋଇଛି ।