ବର୍ଷାକୁ ନେଇ ବଡ଼ ସୂଚନା; ଏହି ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଭିଜୁଛି ସାରା ଓଡ଼ିଶା। ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ପୁରୀ ଜିଲ୍ଲାରେ ସବୁ ସ୍କୁଲ ହେଲା ଛୁଟି ଘୋଷଣା। 

ବର୍ଷାକୁ ନେଇ ବଡ଼ ସୂଚନା; ଏହି ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଭିଜୁଛି ସାରା ଓଡ଼ିଶା। ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ତେବେ ବର୍ଷାକୁ ନେଇ ଆସିଲା ବଡ଼ ସୂଚନା ।  ଆଜି ପୁରୀ ଜିଲ୍ଲାରେ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ଯୋଗୁଁ ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି । 

ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ବର୍ଷୁଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ହେଉଛି। ଏହା ଆଜି ଦିନ ସାରା ଜାରି ରହିବ ବୋଲି ସୂଚନା ମିଳିଛି। ଏଥିପାଇଁ ଆଜି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଭୁବନେଶ୍ବରରେ ବି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଥିପାଇଁ ସତର୍କତା ସୂଚନା ଜାରି କରାଯାଇଛି। 

ଅଧିକ ପଢ଼ନ୍ତୁ: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଫୁଟେ ଉଚ୍ଚର ପାଣି; ପଡ଼ିଗଲେ ପର୍ଯ୍ୟଟକ...

ଏପଟେ କେନ୍ଦୁଝରରେ ପ୍ରବଳ ବର୍ଷା। ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ସହର। ଗତକାଲି ରାତିରୁ ଲଗାଣ ବର୍ଷା ଫଳରେ ସହରରେ ଲାଗି ରହିଛି ଜଳବନ୍ଦୀ ଅବସ୍ଥା। କେନ୍ଦୁଝର ସହରର ସ୍ପଞ୍ଜ କଲୋନୀ, ଧାଙ୍ଗରପଡା, ଭାଲକିପାତଳା, ଗ୍ରାମ ଶ୍ରୀ କଲୋନୀ ଆଦି ଅଞ୍ଚଳରେ ମୁଖ୍ୟ ରାସ୍ତାରେ ୩ ଫୁଟର ପାଣି ଲହଡ଼ି ଭାଙ୍ଗୁଛି।

ସେହିଭଳି ଲୋକଙ୍କ ଘର ଭିତରେ ପାଣି ଜମି ରହିବା ଫଳରେ ଅସ୍ତବ୍ୟସ୍ତ ହୋଇ ପଡିଛି ସାଧାରଣ ଜନ ଜୀବନ। ସେହିଭଳି ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳରେ ବି ସମସ୍ୟା ସୃଷ୍ଟି ହୋଇଛି।