ମଝି ଆକାଶରେ ଧକ୍କା ହେଲା ଦୁଇ ନୌସେନା ହେଲିକପ୍ଟର, ୧୦ ମୃତ

କ୍ବାଲାଲାମପୁର: ମଝି ଆକାଶରେ ଧକ୍କା ହେଲା ୨ ନୌସେନା ହେଲିକପ୍ଟର। ମାଲେସିଆ ନୌସେନାର ୨ଟି ହେଲିକପ୍ଟର ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି।... The post ମଝି ଆକାଶରେ ଧକ୍କା ହେଲା ଦୁଇ ନୌସେନା ହେଲିକପ୍ଟର, ୧୦ ମୃତ appeared first on .

ମଝି ଆକାଶରେ ଧକ୍କା ହେଲା ଦୁଇ ନୌସେନା ହେଲିକପ୍ଟର, ୧୦ ମୃତ

କ୍ବାଲାଲାମପୁର: ମଝି ଆକାଶରେ ଧକ୍କା ହେଲା ୨ ନୌସେନା ହେଲିକପ୍ଟର। ମାଲେସିଆ ନୌସେନାର ୨ଟି ହେଲିକପ୍ଟର ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨ଟି ଯାକ ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରୟାଲ ମାଲେସିଆନ୍ ନାଭାଲ ପରେଡ୍ ପାଇଁ ଲୁମୁଟ୍ ନୌସେନା ଘାଟିରେ ସାମରିକ ଅଭ୍ୟାସ ଚାଲିଥିବାବେଳେ ମଙ୍ଗଳବାର ସକାଳ ପ୍ରାୟ ୯ଟା ୩୨ରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ନୌସେନା ପକ୍ଷରୁ ସମରାଭ୍ୟାସ ଆରମ୍ଭ ହୋଇଥିଲା। ଏଥିରେ ଅନେକ ହେଲିକପ୍ଟର ଅଂଶଗ୍ରହଣ କରିଥିଲେ। ୧୦ରୁ ଅଧିକ ହେଲିକପ୍ଟର ଆକାଶରେ ଉଡୁଥିବାବେଳେ ୨ଟି ହେଲିକପ୍ଟର ପରସ୍ପର ସହ ପିଟି ହୋଇଯାଇଥିଲେ। ଏହା ପରେ ହେଲିକପ୍ଟର ଦୁଇଟିରେ ନିଆଁ ଲାଗି ଯିବା ସହିତ ଉଭୟ ତଳକୁ ଖସିପଡ଼ିଥିଲେ।

ଧକ୍କା ପରେ ଗୋଟିଏ ହେଲିକପ୍ଟର ନୌସେନା ଘାଟିର ଟ୍ରାକ୍‌ରେ ଖସିପଡ଼ିଥିବାବେଳେ ଅନ୍ୟଟି ଏକ ସୁଇମିଂ ପୁଲ୍‌ରେ ଖସିପଡ଼ିଥିଲା। ୨ଟି ଯାକ ହେଲିକପ୍ଟରରେ ମୋଟ ୧୦ ଜଣ ଯବାନ ରହିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଛି। ମୃତଦେହଗୁଡ଼ିକୁ ଚିହ୍ନଟ କରିବା ଲାଗି ଲୁମୁଟ ସେନାଘାଟି ହସ୍ପିଟାଲକୁ ନିଆଯାଇଛି। ଦୁର୍ଘଟଣା ସମୟର ଭିଡିଓ ଏବଂ ଏହା ପରବର୍ତ୍ତୀ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

The post ମଝି ଆକାଶରେ ଧକ୍କା ହେଲା ଦୁଇ ନୌସେନା ହେଲିକପ୍ଟର, ୧୦ ମୃତ appeared first on .