ଓଡ଼ିଶାରେ ଚାଲିଛି ହେଭିଓ୍ୱେଟଙ୍କ ଭାଗ୍ୟ ପରୀକ୍ଷା, ଓଡ଼ିଆରେ ଟ୍ୱିଟ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ୧୩/୦୫: ଆଜି ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ବଡ଼ ନେତାଙ୍କ ଚାଲିଛି ଭାଗ୍ୟ ପରୀକ୍ଷା । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ମତାଧିକାର ସାବ୍ୟସ୍ତ କରି ଆଗାମୀ ୫ବର୍ଷ ପାଇଁ ନୂଆ ଜନପ୍ରତିନିଧି ବାଛିବେ ଭୋଟର । ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ । ତେବେ, ନୂଆକରି ଭୋଟ ଦେବାକୁ ଥିବା ଯୁବପୀଢୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଆଜି ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 96 ଆସନରେ ମତଦାନ ହେବାକୁ ଯାଉଛି । ମୁଁ ନିଶ୍ଚିତ ଯେ ଏସବୁ ନିର୍ବାଚନ ମଣ୍ଡଳୀରେ ଲୋକମାନେ ବିପୁଳ ସଂଖ୍ୟାରେ ମତଦାନ କରିବେ ଏବଂ ଯୁବ ଓ ମହିଳା ମତଦାତାମାନେ ମତଦାନ ହାର ବଢାଇବେ l ଆସନ୍ତୁ ଆମେ ସମସ୍ତେ ଆମର କର୍ତ୍ତବ୍ୟ ନିର୍ବାହ କରିବା ଏବଂ ଆମ…— Narendra Modi (@narendramodi) May 13, 2024ତେବେ ଏହାରି ଭିତରେ ଓଡିଆରେ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡିଆରେ ଟୁଇଟ୍ କରି ଭୋଟ୍ ଦେବାକୁ ଆହ୍ୱାନ କଲେ ମୋଦୀ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ମତାଧିକାର ସାବ୍ୟସ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। କହିଛନ୍ତି, ଆପଣଙ୍କ ଭୋଟ୍, ଆପଣଙ୍କ ସ୍ୱ

ଓଡ଼ିଶାରେ ଚାଲିଛି ହେଭିଓ୍ୱେଟଙ୍କ ଭାଗ୍ୟ ପରୀକ୍ଷା, ଓଡ଼ିଆରେ ଟ୍ୱିଟ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ୧୩/୦୫: ଆଜି ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ବଡ଼ ନେତାଙ୍କ ଚାଲିଛି ଭାଗ୍ୟ ପରୀକ୍ଷା । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ମତାଧିକାର ସାବ୍ୟସ୍ତ କରି ଆଗାମୀ ୫ବର୍ଷ ପାଇଁ ନୂଆ ଜନପ୍ରତିନିଧି ବାଛିବେ ଭୋଟର । ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ । ତେବେ, ନୂଆକରି ଭୋଟ ଦେବାକୁ ଥିବା ଯୁବପୀଢୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । 

ତେବେ ଏହାରି ଭିତରେ ଓଡିଆରେ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡିଆରେ ଟୁଇଟ୍ କରି ଭୋଟ୍ ଦେବାକୁ ଆହ୍ୱାନ କଲେ ମୋଦୀ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ମତାଧିକାର ସାବ୍ୟସ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। କହିଛନ୍ତି, ଆପଣଙ୍କ ଭୋଟ୍, ଆପଣଙ୍କ ସ୍ୱର ।