ବିଜେପିରୁ ଇସ୍ତଫା ଦେଇ ପୁଣି କଂଗ୍ରେସକୁ ଫେରିଲେ ମହିଳା ନେତ୍ରୀ ସୋନାଲି ସାହୁ
ଭୁବନେଶ୍ବର: ବିଜେପିରୁ ଇସ୍ତଫା ଦେଲେ ମହିଳା ନେତ୍ରୀ ସୋନାଲି ସାହୁ। ଆଜି ସେ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି। ସେ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ ଦଳ ଦେଇଥିବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। କିନ୍ତୁ ୫ ବର୍ଷ ଧରି କାର୍ଯ୍ୟ କରିବା ଭିତରେ ମୋର ଅନୁଭବ ହେଲା […]

ଭୁବନେଶ୍ବର: ବିଜେପିରୁ ଇସ୍ତଫା ଦେଲେ ମହିଳା ନେତ୍ରୀ ସୋନାଲି ସାହୁ। ଆଜି ସେ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି।
ସେ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ ଦଳ ଦେଇଥିବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। କିନ୍ତୁ ୫ ବର୍ଷ ଧରି କାର୍ଯ୍ୟ କରିବା ଭିତରେ ମୋର ଅନୁଭବ ହେଲା ଯେ, ଦଳ ଆଦୌ ମହିଳା ସପକ୍ଷବାଦୀ ନୁହେଁ। ମହିଳାଙ୍କୁ ଅଧିକାର ଦେବାତ ଦୂରର କଥା, ସମ୍ମାନ ଟିକେ ମିଳିବା କଷ୍ଟକର। ଜଣେ ଓଡ଼ିଶାର ମହିଳା ହିସାବରେ ଆଗକୁ ବଢ଼ିବା ପାଇଁ ତଥା ଓଡ଼ିଶାର ମହିଳାଙ୍କ ସ୍ୱର ହେବା ପାଇଁ ନିଷ୍ପତ୍ତି ନେଲି। ଓଡ଼ିଶାବାସୀଙ୍କ ସେବାକୁ ପ୍ରାଥମିକତା ଦେବି ବୋଲି ଶ୍ରୀମତି ସାହୁ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି।
ସୂଚନା ଅନୁଯାୟୀ, ସୋନଲି ସାହୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତରେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସରେ ଥିଲେ ବିଜେପିକୁ ଯାଇଥିଲେ । ପୁଣି ସୋନାଲି କଂଗ୍ରେସକୁ ଆସିଛନ୍ତି ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ପିସିସି ସଭାପତି । ରାଜନୈତିକ ଜୀବନର ଏକ ନୂଆ ମୋଡ଼ ନେଇଛି । ପୁନର୍ବାର ମୋ ପରିବାରକୁ ଫେରିଛି । ମୁଁ ଏ ପରିବାରର ସଦସ୍ୟ ଥିଲି ଅଛି ରହିବି ବୋଲି ସେ କହିଥିଲେ।