ମୋଦି ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇ ଦେଲେ ଖାର୍ଗେ, କହିଲେ ଆପଣ ବୁଣୁଥିଲେ ମିଛର ମାୟାଜାଲ

ନୂଆଦିଲ୍ଲୀ,୧୪।୭: ବେରୋଜଗାରୀ ବୃଦ୍ଧି ଏବଂ ଚାକିରି ହ୍ରାସ ପ୍ରସଙ୍ଗରେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ପୁଣିଥରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି। ଚାକିରି ପ୍ରସଙ୍ଗରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ମଲ୍ଲିକାର୍ଜୁନ ଖାର୍ଗ ଲେଖିଛନ୍ତି ରାଷ୍ଟ୍ରୀୟ ନିଯୁକ୍ତି ଏଜେନ୍ସି (NRA) ଘୋଷଣା କରିବାବେଳେ ତୁମେ ଯାହା କହିଥିଲ ମୁଁ ପୁନର୍ବାର […] The post ମୋଦି ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇ ଦେଲେ ଖାର୍ଗେ, କହିଲେ ଆପଣ ବୁଣୁଥିଲେ ମିଛର ମାୟାଜାଲ appeared first on Dharitri Odia News.

ମୋଦି ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇ ଦେଲେ ଖାର୍ଗେ, କହିଲେ ଆପଣ ବୁଣୁଥିଲେ ମିଛର ମାୟାଜାଲ

ନୂଆଦିଲ୍ଲୀ,୧୪।୭: ବେରୋଜଗାରୀ ବୃଦ୍ଧି ଏବଂ ଚାକିରି ହ୍ରାସ ପ୍ରସଙ୍ଗରେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ପୁଣିଥରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି। ଚାକିରି ପ୍ରସଙ୍ଗରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସେ ଅଭିଯୋଗ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ମଲ୍ଲିକାର୍ଜୁନ ଖାର୍ଗ ଲେଖିଛନ୍ତି ରାଷ୍ଟ୍ରୀୟ ନିଯୁକ୍ତି ଏଜେନ୍ସି (NRA) ଘୋଷଣା କରିବାବେଳେ ତୁମେ ଯାହା କହିଥିଲ ମୁଁ ପୁନର୍ବାର ଆପଣଙ୍କୁ ତାହା ମନେ ପକାଇବାକୁ ଚାହୁଁଛି।

ମଲ୍ଲିକାର୍ଜୁନ ଖାର୍ଗେ ଆହୁରି ଲେଖିଛନ୍ତି, ଅଗଷ୍ଟ ୨୦୨୦ରେ, ଆପଣ କହିଥିଲେ ଯେ ଏନଆରଏ କୋଟି କୋଟି ଯୁବକମାନଙ୍କ ପାଇଁ ଏକ ବରଦାନ ହେବ। ସାଧାରଣ ଯୋଗ୍ୟତା ପରୀକ୍ଷା ମାଧ୍ୟମରେ, ଏହା ଏକାଧିକ ପରୀକ୍ଷାକୁ ଦୂର କରିବ ଏବଂ ମୂଲ୍ୟବାନ ସମୟ ତଥା ଉତ୍ସ ମଧ୍ୟ ସଞ୍ଚୟ କରିବ। ଏହା ମଧ୍ୟ ସ୍ବଚ୍ଛତା ପାଇଁ ଏକ ବଡ଼ ଉତ୍ସାହ ଦେବ।
ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତିନୋଟି ପ୍ରଶ୍ନ ପଚାରିଥିଲେ, ଯାହା ନିମ୍ନଲିଖିତ-
ଗତ ୪ବର୍ଷ ଧରି ଏନଆରଏ କାହିଁକି ଗୋଟିଏ ବି ପରୀକ୍ଷା କରିନାହିଁ?
ଏନଆରଏକୁ ୧,୫୧୭.୫୭ କୋଟି ପାଣ୍ଠି ଯୋଗାଇବା ସତ୍ତ୍ୱେ ୪ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ କେବଳ ୫୮ କୋଟି ଖର୍ଚ୍ଚ ହୋଇଛି କାହିଁକି?
ସରକାରୀ ଚାକିରି ପାଇଁ ନିଯୁକ୍ତି ଲାଗି ଏନଆରଏ ଏକ ସଂଗଠନ ହୋଇଥିଲା। ଏନଆରଏକୁ ଜାଣିଶୁଣି ନିଷ୍କ୍ରିୟ ରଖାଗଲା, ଯାହାଫଳରେ ଏସସି, ଏସଟି, ଓବିସି ଏବଂ ଇଡବ୍ଲ୍ୟୁଏସ ଯୁବକମାନେ ସଂରକ୍ଷଣ ଅଧିକାରରୁ ବଞ୍ଚିତ ହୋଇପାରିବେ କିବୋଲଇ ସେ ପ୍ରଶ୍ନ କରିଛନ୍ତି।

The post ମୋଦି ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇ ଦେଲେ ଖାର୍ଗେ, କହିଲେ ଆପଣ ବୁଣୁଥିଲେ ମିଛର ମାୟାଜାଲ appeared first on Dharitri Odia News.