ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ
ପୁରୀ: ରଥଯାତ୍ରାର ଆଜି ଦ୍ବିତୀୟ ଦିନ। ଜନ ସମୁଦ୍ର ବଡଦାଣ୍ଡ। ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ। ଅଧାରେ ଅଟକିଥିବା ତିନିରଥକୁ ଟାଣି ନେଇଥିଲେ ଲକ୍ଷଲକ୍ଷ ଭକ୍ତ। ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିଥିଲା। ପରେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁଙ୍କ ନନ୍ଦିଘୋଷ ପହଞ୍ଚିଥିଲା। ଶରଧାବାଲିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିିଥିଲା ୩ ରଥ । ମଙ୍ଗଳବାରଠୁ ଆଡପ ଦର୍ଶନ କରିବେ ଭକ୍ତ। ଏହାସହ କାଲିଠୁ ଆଡପ ଅବଢା ମଧ୍ୟ ମିଳିବ । […]

ପୁରୀ: ରଥଯାତ୍ରାର ଆଜି ଦ୍ବିତୀୟ ଦିନ। ଜନ ସମୁଦ୍ର ବଡଦାଣ୍ଡ। ରତ୍ନବେଦି ଛାଡ଼ି ଜନ୍ମବେଦି ଆସିଛନ୍ତି ମହାବାହୁ। ଅଧାରେ ଅଟକିଥିବା ତିନିରଥକୁ ଟାଣି ନେଇଥିଲେ ଲକ୍ଷଲକ୍ଷ ଭକ୍ତ। ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିଥିଲା। ପରେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁଙ୍କ ନନ୍ଦିଘୋଷ ପହଞ୍ଚିଥିଲା। ଶରଧାବାଲିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିିଥିଲା ୩ ରଥ । ମଙ୍ଗଳବାରଠୁ ଆଡପ ଦର୍ଶନ କରିବେ ଭକ୍ତ। ଏହାସହ କାଲିଠୁ ଆଡପ ଅବଢା ମଧ୍ୟ ମିଳିବ ।
ସଚନା ଅନୁଯାୟୀ, ତିନି ରଥରେ ଆଜି ସକାଳ ୭ଟା ୩୫ରୁ ୮ ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ ଓ ବେଶ ଶେଷ ପରେ ୯ଟା ୨୦ ରେ ଆରମ୍ଭ ହୋଇଥଲା ରଥଟଣା। ରବିବାର ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣିଟାଣି ଆଣିଥିଳେ ଶ୍ରଦ୍ଧାଳୁ। ଲକ୍ଷ ଲକ୍ଷ ଲୋକ ତିନି ରଥକୁ ଟାଣି ନେଇଥିଲେ ବଡଦାଣ୍ଡରେ। ଘଣ୍ଟ ଘଣ୍ଟା ବାଦ ଧ୍ୱନିରେ ପ୍ରକମ୍ପିତ ହୋଇପଡିଥିଲା ପରିବେଶ । ଘୋଷଯାତ୍ରାରେ ଦ୍ୱିତୀୟ ଦିନରେ ବି ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ । ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର ।